NIA files chargesheet: ବାଂଲାଦେଶୀ ନାବାଳିକାକୁ ଓଡ଼ିଶା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ ଚାର୍ଜସିଟ୍‌

ରାଜ୍ୟ | ମହାନଗର ବାଂଲାଦେଶୀ ନାବାଳିକାକୁ ଓଡ଼ିଶା ଚାଲାର ମାମଲାରେ ଏନ୍‌ଆଇଏ ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଏନ୍‌ଆଇଏ ଭୁବନେଶ୍ବରସ୍ଥିତ ଏକ କୋର୍ଟରେ ଏହି ଚାର୍ଜସିଟ୍‌ ଦାଖଲ କରିଛି।

Untitled-20

NIA chargesheet Photograph: (sambad.in)

ଭୁବନେଶ୍ବର: ବାଂଲାଦେଶୀ ନାବାଳିକାକୁ ଓଡ଼ିଶା ଚାଲାର ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଏନ୍‌ଆଇଏ ଭୁବନେଶ୍ବରସ୍ଥିତ ଏକ କୋର୍ଟରେ ଏହି ଚାର୍ଜସିଟ୍‌ ଦାଖଲ କରିଛି। ଅଭିଯୁକ୍ତମାନେ ବାଂଲାଦେଶୀ ନାବାଳିକାଙ୍କୁ ଚାକିରି ପ୍ରଲୋଭନ ଦେଖାଇଥିଲେ।

ସୂଚନା ଅନୁସାରେ ଅଭିଯୁକ୍ତମାନେ ପରିବାର ଲୋକଙ୍କୁ ଆର୍ଥିକ ଲୋଭ ଦେଖାଇ ତଥା ଓଡ଼ିଶାରେ ଚାକିରି ପ୍ରଲୋଭନ ଦେଖାଇ ନାବାଳିକାକୁ ଆଣିଥିଲେ। ତଦନ୍ତ ସମୟରେ ଏନ୍‌ଆଇଏ ମାନବ ଚାଲାଣ ରାକେଟ୍‌ ସଂପର୍କରେ ଅନେକ ତଥ୍ୟ ହାସଲ କରିଛି। ଓଡ଼ିଶା ପୁଲିସ ଆରମ୍ଭରୁ ପୋକ୍ସୋ କୋର୍ଟରେ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨ଟି ଚାର୍ଜସିଟ୍‌ ଦାଖଲ କରିଥିଲା।  ପ୍ରମାଣ ହସ୍ତଗତ ହେଲା ପରେ ଏନ୍‌ଆଇଏ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା।  ଏନ୍‌ଆଇଏ ଅଭିଯୁକ୍ତମାନଙ୍କର ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ଆର୍ଥିତ ନେଣଦେଣ ସଂପର୍କିତ ତଥ୍ୟ ହାସଲ କରିଛି। ଅନ୍ୟ ଏକ ମାମଲାରେ ଏନ୍‌ଆଇଏ ଅନ୍ତରାଜ୍ୟ ମାଷ୍ଟରମାଇଣ୍ଡ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି, ଯାହାର ପାକିସ୍ତାନରୁ ପରିଚାଳିତ ସଂସ୍ଥା ସହିତ ସଂପର୍କ ରହିଛି।  

ଆହୁରି ପଢ଼ନ୍ତୁ: Saudi Arabia Bus Accident: ୪୫ଜଣ ମୃତକଙ୍କ ମଧ୍ୟରେ ‌ଗୋଟାଏ ପରିବାରର ୧୮ଜଣ ଥିବା ସୂଚନା 

ଆହୁରି ପଢ଼ନ୍ତୁ: Humane Sagar Political Song: ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍‌’ ଠାରୁ ‘ପିପୁଲ୍ସ ସିଏମ୍ ମୋହନ’ ଯାଏଁ… ଦୁଇ ମୁଖ୍ୟମନ୍ତ୍ରୀଙ୍କ ଗୀତ ଗାଇଥିଲେ ହ୍ୟୁମାନ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe