class-4-student-hangs-himself-with-id-card Photograph: (@sambad.in)
ହାଇଦ୍ରାବାଦ: ହାଇଦ୍ରାବାଦର ଚନ୍ଦା ନଗରରୁ ଏକ ଦୁଃଖଦ ଘଟଣା ସାମ୍ନା ଆସିଛି। ଏଠାରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ସହପାଠୀଙ୍କ ଟାହିଟାପରାକୁ ସହ୍ୟ କରି ନପାରି ସ୍କୁଲ ଆଇକାର୍ଡରେ ଗଳାକୁ ଚିପି ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରଙ୍କ ନାମ ପ୍ରଶାନ୍ତ ବୟସ ୯ବର୍ଷ ଥିବା ଜଣାପଡ଼ିଛି। ଏହି ଘଟଣା ପୁଣି ଥରେ ସ୍କୁଲରେ ବଢ଼ୁଥିବା ନିର୍ଯାତନା ଏବଂ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
ସ୍କୁଲ ଆଇକାର୍ଡରେ ଜୀବନ ହାରିଲେ ଛାତ୍ର
ପ୍ରାଥମିକ ତଦନ୍ତରୁ ଜଣାପଡିଛି, ପ୍ରଶାନ୍ତ ସ୍କୁଲରେ ତାଙ୍କ ସହପାଠୀଙ୍କ ଆଚରଣରେ ଗଭୀର ଭାବରେ ବ୍ୟଥିତ ଥିଲେ। ତାଙ୍କ ସହପାଠୀମାନେ ପ୍ରାୟତଃ ସ୍କୁଲ ୟୁନିଫର୍ମ ଠିକ୍ ଭାବରେ ପିନ୍ଧି ନଆସିଥିବାରୁ ଚିଡ଼ାଉଥିଲେ।
ଗତ ମଙ୍ଗଳବାର ସନ୍ଧ୍ୟାରେ ପ୍ରଶାନ୍ତ ସ୍କୁଲରୁ ଘରକୁ ଫେରିଥିଲେ। ଏହାପରେ ସେ ସ୍କୁଲ ପୋଷାକ ପିନ୍ଧିଥିବା ଅବସ୍ଥାରେ ସିଧା ଶୌଚାଳୟ ଭିତରକୁ ପଶି ଯାଇଥିଲେ। ବେକରେ ପକାଇଥିବା ଆଇକାର୍ଡ ଡୋରିକୁ ଗଳାରେ ଚାପି ପ୍ରଶାନ୍ତ ଜୀବନ ହାରି ଦେଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଶୌଚାଳୟରୁ ନ ବାହାରିବା ପରେ ପରିବାରଲୋକ କବାଟ ଭାଙ୍ଗି ଦେଇଥିଲେ। ଭିତରେ ଅଚେତ ଅବସ୍ଥାରେ ପଡ଼ିଥିଲେ ପ୍ରଶାନ୍ତ। ପରିବାରଲୋକ ପ୍ରଶାନ୍ତଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ମୃତ ଘୋଷଣା କରିଥିଲେ।
ଅଧିକ ପଢ଼ନ୍ତୁ: ଯାହାର ହିଜାବ ପିନ୍ଧିବାକୁ ମନ ସେ ପାକିସ୍ତାନ ଚାଲିଯାଉ; ନୀତୀଶଙ୍କୁ ସମର୍ଥନ କରି କହିଲେ ବରିଷ୍ଠ ବିଜେପି ନେତା
ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ
ପୁଲିସ ଏବଂ ଶିକ୍ଷା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ସ୍କୁଲଗୁଡ଼ିକରେ ହେଉଥିବା ଗୁଣ୍ଡାଗିରି ବିରୁଦ୍ଧରେ କଠୋର ଆଇନଗତ ବ୍ୟବସ୍ଥା ରହିଛି। ଛାତ୍ରଙ୍କ ଜୀବନ ହାରିବା ପାଇଁ ଯିଏବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇପାରିବ କିମ୍ବା ବାଧ୍ୟତାମୂଳକ ଭାବରେ ଅନ୍ୟ ଏକ ପ୍ରତିଷ୍ଠାନକୁ ସ୍ଥାନାନ୍ତର କରାଯାଇପାରିବ।
ଅଧିକ ପଢ଼ନ୍ତୁ: ଡଙ୍ଗାରେ ବିକ୍ରି ହେଉଛି ପନିପରିବା ଓ ଆବଶ୍ୟକୀୟ ସାମଗ୍ରୀ
Follow Us