Girl Student Burn: ନିଆଁରେ ଜଳିଗଲେ କଲେଜ୍‌ ଛାତ୍ରୀ, ଜୀବନ-ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ

Advertisment

ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଏବଂ ବଳଙ୍ଗାରେ ନାବାଳିକା ନିଆଁରେ ଜଳିଯିବା ଘଟଣାକୁ ଓଡ଼ିଶାବାସୀ ଭୁଲିପାରି ନଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ସମାନ ପ୍ରକାରର ଘଟଣା ଦେଖିବାକୁ ମିଳିଛି।

ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଏବଂ ବଳଙ୍ଗାରେ ନାବାଳିକା ନିଆଁରେ ଜଳିଯିବା ଘଟଣାକୁ ଓଡ଼ିଶାବାସୀ ଭୁଲିପାରି ନଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ସମାନ ପ୍ରକାରର ଘଟଣା ଦେଖିବାକୁ ମିଳିଛି।

Untitled-15

College student burn in Sundargarh. Photograph: (sambad.in)

ରାଜଗାଙ୍ଗପୁର (ଜିତେନ୍ଦ୍ର କୁମାର ଦାସ): ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଏବଂ ବଳଙ୍ଗାରେ ନାବାଳିକା ନିଆଁରେ ଜଳିଯିବା ଘଟଣାକୁ ଓଡ଼ିଶାବାସୀ ଭୁଲିପାରି ନଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ସମାନ ପ୍ରକାରର ଘଟଣା ଦେଖିବାକୁ ମିଳିଛି। ରାଜଗାଙ୍ଗପୁର ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରୀ ନିଆଁରେ ଜଳି ଯାଇଛନ୍ତି। ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଛାତ୍ରୀ ଜଣକ ରାଜଗାଙ୍ଗପୁର ଥାନା ଅଧୀନ  ଲାଞ୍ଜିବେର୍ଣ୍ଣା ଅଞ୍ଚଳର ବୋଲି ଜଣାପଡ଼ିଛି, ଯାହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁସାରେ ଛାତ୍ରୀ ଜଣକ ଶୁକ୍ରବାର ରାତିରେ ପରିବାର ଲୋକଙ୍କର ସହିତ ଖାଇ ସାରି ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ତାଙ୍କର ଦେହରେ ନିଆଁ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲାସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ରାତି ପ୍ରାୟ ୨ଟାରେ ଘଟଣା

ଏନେଇ ଇସ୍‌ପାତ ଜେନେରାଲ ହସ୍‌ପିଟାଲ (ଆଇଜିଏଚ୍‌) ପକ୍ଷରୁ କୁହାଯାଇଛି ଯେ, ସୁନ୍ଦରଗଡ଼ ଜିଲ୍ଲା ଲାଞ୍ଜିବେର୍ଣ୍ଣା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଆଜି ଭୋର ୩ଟା ୪୦ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଗତକାଲି ରାତି ପ୍ରାୟ ୨ଟାରେ ନିଆଁରେ ଜଳି ଯାଇଥିବା ତାଙ୍କର ପରିବାର ଲୋକେ କହିଛନ୍ତି। 

ଆହୁରି ପଢ଼ନ୍ତୁ: ବାଲେଶ୍ବର ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି

ଥିଲା କି ପ୍ରେମ ସଂପର୍କ?

କୁହାଯାଉଛି ଯେ, ନାବାଳିକାର ପୂର୍ବରୁ ଜଣେ ବସ୍‌ କର୍ମଚାରୀଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ଗତକାଲି କୌଣସି କଥାକୁ ନେଇ ମୋବାଇଲ୍‌ ଫୋନରେ କଥାବାର୍ତ୍ତା ସମୟରେ ଯୁକ୍ତିତର୍କ ହୋଇଥିଲା। ପୁରୁଷ ବନ୍ଧୁକୁ ରାଜଗାଙ୍ଗପୁର ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ନିଜେ କିରୋସିନ ଢାଳି ଜଳିଥିଲେ ବଳଙ୍ଗା ପୀଡ଼ିତା: ବଳଙ୍ଗା ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁଲି ହେବନି ବାଲେଶ୍ବର ଘଟଣା

ସୂଚନାଯୋଗ୍ୟ, ବାଲେଶ୍ବରର କଲେଜ ଛାତ୍ରୀ ଗତ ଜୁଲାଇ ମାସ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍‌ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ଶତ ଚେଷ୍ଟା ପରେ ମଧ୍ୟ ସେ ଆଖି ବୁଜିଥିଲେ। ବାଲେଶ୍ବର ଘଟଣାର ଏକ ସପ୍ତାହ ପରେ ପୁରୀ ଜିଲ୍ଲା ବଳଙ୍ଗାରେ ଜଣେ ନାବାଳିକା ଜଳି ଯାଇଥିଲେ। ତାଙ୍କୁ ମଧ୍ୟ ଏମ୍ସ ଭୁବନେଶ୍ବରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ଏକ ମାସ ଧରି ଚିକିତ୍ସା ପରେ ସେ ଆଖି ବୁଜିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe