Advertisment

Crime: ହୋଲିରେ ହିଂସା: କେଉଁଠି ହତ୍ୟା, କେଉଁଠି ମାରପିଟ୍ ପୁଣି କେଉଁଠି ଗୋଡ଼େଇ ଗୋଡ଼େଇ ହାଣିଲେ

Advertisment
New Project (7)

crime Photograph: (sambad.in)

ଭୁବନେଶ୍ବର: ହୋଲିରେ ଲାଗିଛି ରକ୍ତର ଛିଟା । ଗୋଟେ ପଟେ ମଣିଷ ହୋଲି ଖେଳିଥିବା ବେଳେ ଅନ୍ୟପଟେ କିଛି ଲୋକ ରାଗରେ ରକ୍ତର ହୋଲି ଖେଳିଛନ୍ତି । ରଙ୍ଗର ପର୍ବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଅପରାଧର ଖବର । ହୋଲି ପାଇଁ ଗାଁଠୁ ସହର ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ, ବଚସା କେନ୍ଦ୍ର କରି ଜଣେ ଯୁବକ ଅନ୍ୟ ଏକ ପରିବାରର ସ୍ୱାମୀକୁ ହତ୍ୟା କରିବା ସହ ସ୍ତ୍ରୀ, ପୁଅକୁ ବି ଛୁରୀ ଭୁସି ଗୁରୁତର ଭାବେ ଆହତ କରିଛି । ପରେ ହତ୍ୟାକାରୀ ପୁଲିସ ହାତରେ ଧରା ପଡିଛି । ଏଭଳି ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ସୁବର୍ଣ୍ଣପୁର ପାଟଣା ସାହିରେ । ସେହି ସାହିର ବିଶ୍ୱନାଥ ବେଜଙ୍କ ପରିବାର ସହ ପ୍ରବୀଣ ଵେଜଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା । ବିଶ୍ୱନାଥଙ୍କ ଜ୍ୱାଇଁ, ପୁଅ ମିଶି ପ୍ରଥମେ ପ୍ରବୀଣକୁ ମାଡ଼ପିଟ କରିଥିବା ଗ୍ରାମବାସୀଙ୍କ ଠାରୁ ଜଣା ପଡ଼ିଛି । 

ତେବେ ଅପରାହ୍ନ ପ୍ରାୟ ୨ଟା ବେଳେ ପ୍ରବୀଣ ବିଶ୍ୱନାଥଙ୍କ ଜ୍ୱାଇଁଙ୍କୁ ହତ୍ୟା କରିବା ପାଇଁ ତାଙ୍କ ଘରେ ପସି ଯାଇଥିଲା । ଜ୍ୱାଇଁଙ୍କୁ ନ ପାଇ ବିଶ୍ୱନାଥଙ୍କୁ ଛୁରୀ ଭୁସି, ଘୋଷାଡ଼ି ରାସ୍ତାରେ ପକାଇଦେଇଥିଲା । ସ୍ତ୍ରୀ ଖୁଜାରୀ, ନାବାଳକ ପୁଅ ଅଟକାଇବାରୁ ତାଙ୍କୁ ବି ଛୁରୀ ଭୁସି ଆହତ କରିଥିଲା । ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ବିଶ୍ୱନାଥଙ୍କୁ ମୃତ ଘୋଷଣା କରିଥିବା ବେଳେ, ମା ପୁଅଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ କାମାକ୍ଷାନଗର ଏସ ଡି ପି ଓ ରଜନୀ କାନ୍ତ ସାମଲ, ପର୍ଜଙ୍ଗ ଥାନା ଅଧିକାରୀ ଧିରେନ କୁମାର ବେହେରା, ଫାଣ୍ଡି ଅଧିକାରୀଙ୍କ ସମେତ ଟିମ ପହଞ୍ଚି ଘଟଣାର ତଦନ୍ତ ଜାରିରଖିଛନ୍ତି । ହତ୍ୟାକାରୀ ପ୍ରବୀଣକୁ ପୁଲିସ ଅଟକ ରଖିଛି ।

ଆହୁରି ପଢନ୍ତୁ- Murder: ହୋଲିରେ ମଣିଷ ଖେଳିଲା ରକ୍ତର ହୋଲି: ସ୍ୱାମୀକୁ ହତ୍ୟା, ସ୍ତ୍ରୀ-ପୁଅ ଗୁରୁତର

ସେହିପରି ମେଣ୍ଢାଶାଳ କଣ୍ଟାବାଡ ପଞ୍ଚାୟତ ଭଗବତୀପୁର  ଝୁମୁକା ଡ୍ୟାମରେ ଭୋଜି କରୁଥିବା ବେଳେ ଗଣ୍ଡଗୋଳ ହୋଇଥିଲା । ଝୁମୁକା ନିକଟକୁ ଚନ୍ଦକା ପିସିଆର ଯାଇ ଗଣ୍ଡଗୋଳ  ସମାଧାନ କରିବା ଉଦ୍ୟମ କରିଥିଲେ । କିଛି ଯୁବକ ମଦ ପିଇ ମତୁଆଲା ହେଇ ଗାଳିଗୁଲଜ କରିବା ସହିତ ଅମାନିଆ ହୋଇଥିଲେ । ଘଟଣା ସ୍ଥଳରେ ଚନ୍ଦକା ଆଇଆଇସି ସ୍ମିତା ମହାନ୍ତି ପହଞ୍ଚି ସମସ୍ତଙ୍କୁ ମଦ ଚେକିଂ ପାଇଁ ପାଟିରେ ପାଇପି ଭତ୍ତି କରିଥିଲେ । ୫୦/୬୦ କଣ୍ଟାବାଡ, ଭଗବତୀପୁର, ଭୋଳା, ମନେଇ ସାହିର ଯୁବକଙ୍କ ଗାଡି ଜବତ କରି ଚନ୍ଦକା ଥାନାକୁ ନେଇଥିଲେ । ଭଗବତୀପୁର ଲୋକମାନେ ବିରୋଧ କରିଥିଲେ କିନ୍ତୁ ଚନ୍ଦକା ଆଇଆଇସି ମାନିନଥିଲେ । ଗାଁ ଲୋକେ ପିସିଆରକୁ ଅଟକାଇ ଦେଇଥିଲେ । ଚନ୍ଦକା ଆଇଆଇସି ଅଧିକ ପୋଲିସ ଆଣି ଭଗବତୀପୁର ଗାଁ ଲୋକଙ୍କୁ ଲାଠି  ମାଡ କରିବା ଦ୍ୱାରା ଗାଁ ଲୋକେ ମହିଳା ଓ ପୁରୁଷ ପୋଲିସ ଉପରକୁ ପଥର ମାଡକରିଥିଲେ । ଏଥିରେ ଭଗବତୀପୁରର କିଛି ଲୋକ ଓ ପୋଲିସ ଆହତ ହୋଇଛନ୍ତି । ଚନ୍ଦକା ଆଇଆଇସି ଘଟଣାସ୍ଥଳକୁ ୧୪୪ ଧାରା ଜାରି କରି ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛନ୍ତି ।

ଆହୁରି ପଢନ୍ତୁ- Cricket: ସେମିଫାଇନାଲ ପୂର୍ବରୁ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ଭାରତୀୟ ଖେଳାଳି

ସେପଟେ ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ପଞ୍ଚମା ଗାଁରେ ହଣାକଟା ହୋଇଛି । ୩ ଯୁବକଙ୍କୁ ଖଣ୍ଡାରେ ହାଣି ପକାଇଛନ୍ତି ଦୁର୍ବୁତ୍ତ। ପୂର୍ବ ଶତ୍ରୁତାରୁ ଏପରି ହୋଇଥିବା ଅଭିଯୋଗ ହୋଇଛି। ଗାଁର ଭଗବାନ ମଣ୍ଡଳ, ପ୍ରଭାକର ପ୍ରଧାନ ଓ ଲିପୁନ ପ୍ରଧାନ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଗାଁର କିଛି ଯୁବକ ଏପରି କରିଥିବା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଛାନଭିନ କରୁଛି।

କବିସୂର୍ଯ୍ୟନଗର ଥାନା ଏକାଦଶି ଗ୍ରାମ ରେ ହୋଲି ଖେଳକୁ ନେଇ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣ ରେ ଗୁରୁତର ହୋଇଥିବା ଯୁବକ ଜଣକ ସେହି ଗ୍ରାମ ର ପିଣ୍ଟୁ ସାମଲ ବୋଲି ଜଣାପଡିଥିବା ବେଳେ ହୋଲି ଖେଳକୁ ନେଇ ଏହି ଆକ୍ରମଣ ଘଟଣା ଘଟିଥିବା ଜଣାପଡିଛି । ତେବେ ଗୁରୁତର ଯୁବକ ଜଣକୁ ପ୍ରଥମେ ଆସିକା ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ପାଇଁ ଭତି କରାଯାଇଥିବା ବେଳେ କବିସୂର୍ଯ୍ୟନଗର ପୋଲିସ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe