Satara Docter Death Case New Twist Photograph: (sambad.in)
ମୁମ୍ବାଇ: ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼। ଅଭିଯୁକ୍ତ ପୁଲିସକର୍ମୀ ପ୍ରଶାନ୍ତ ବାଙ୍କରଙ୍କ ପ୍ରେମରେ ଥିଲେ ମୃତକ। ବିବାହ ପାଇଁ ବାଧ୍ୟ କରୁଥିବା ବେଳେ ରାଜି ନଥିଲେ ଅଭିଯୁକ୍ତ। ଆଜି ଅଭିଯୁକ୍ତଙ୍କ ଭଉଣୀ ଏହି ଖୁଲାସା କରିଛନ୍ତି। ମହାରାଷ୍ଟ୍ରର ସତାରାରେ ଗୁରୁବାର ଜଣେ ଡାକ୍ତର ଜୀବନ ହାରିଥିଲେ। ନିଜ ହାତ ପାପୁଲିରେ ଆତ୍ମହତ୍ୟା କରିବା ପଛର କାରଣ ଲେଖିଥିବା ବେଳେ ଏଥିପାଇଁ ୨ ଜଣ ପୁଲିସ ଓ ଜଣେ ସାଂସଦଙ୍କୁ ଦାୟୀ କରିଥିଲେ। ଏହି ଘଟଣାରେ ଏବେ ଏକ ନୂତନ ମୋଡ଼ ଆସିଛି।
ପ୍ରଶାନ୍ତଙ୍କୁ ବିବାହ କରିବାକୁ ଚାହୁଁଥିଲେ ମୃତ ଡାକ୍ତର
ଅଭିଯୁକ୍ତଙ୍କ ଭଉଣୀ ସ୍ବାତୀ ଯାଦବ କହିଛନ୍ତି ଯେ, ମୃତ ଡାକ୍ତର ପ୍ରଶାନ୍ତଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ କିଛି ଦିନ ପୂର୍ବରୁ ତାଙ୍କ ଭାଇଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ବିବାହ ପାଇଁ ପ୍ରସ୍ତୁତ ନଥିଲେ ପ୍ରଶାନ୍ତ। ଉଭୟଙ୍କ ମଧ୍ୟରେ ଏନେଇ ମତଭେଦ ସୃଷ୍ଟି ହୋଇଥିଲା।
୫ମାସ ଭିତରେ ୪ଥର ଦୁଷ୍କର୍ମ କରାଯାଇଥିଲା
ଉଲ୍ଲେଖଯୋଗ୍ୟ, ମହିଳା ଡାକ୍ତରଙ୍କ ଘର ବିଡ଼ ଜିଲ୍ଲାରେ ଏବଂ ଫଲଟନ ତହସିଲର ଏକ ସରକାରୀ ହସ୍ପିଟାଲରେ ତାଙ୍କର ପୋଷ୍ଟିଂ ହୋଇଥିଲା। ଗୁରୁବାର ମଧ୍ୟରାତ୍ରିରେ ଫଲଟନର ଏକ ହୋଟେଲ ରୁମ୍ରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଡାକ୍ତର ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ହାତରେ ଲେଖିଥିବା ସୁଇସାଇଡ୍ ନୋଟ୍ରେ ଏସ୍ଆଇ ଗୋପାଳ ବଦାନେ ଏବଂ ପୁଲିସ କନେଷ୍ଟବଳ ପ୍ରଶାନ୍ତ ବାଙ୍କରଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିଲେ। ଏସ୍ଆଇ ଗୋପାଳ ତାଙ୍କୁ ଗତ ୫ ମାସ ମଧ୍ୟରେ ୪ ଥର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲେ। ସେହିପରି ପ୍ରଶାନ୍ତ ବାଙ୍କର ତାଙ୍କୁ ଭୀଷଣ ମାନସିକ ନିର୍ଯାତନା ଦେଇଥିବା ପୀଡ଼ିତା ଅଭିଯୋଗ କରିଥିଲେ।
ଆହୁରି ପଢ଼ନ୍ତୁ: Gold Thief: ଧନ୍ତେରସ୍ରେ ସୁନା କିଣିବାକୁ ଯାଇ ଚୋରି କଲେ ଦୁଇ ମହିଳା
ଆହୁରି ପଢ଼ନ୍ତୁ: Actor Satish Shah dies: ପରଲୋକରେ ଲୋକପ୍ରିୟ ଅଭିନେତା ସତୀଶ ଶାହ, ଥିଲା କିଡନୀ ସମସ୍ୟା
Follow Us