Delhi Metro Station: ସହି ପାରିଲା ନାହିଁ ସ୍କୁଲ ଶିକ୍ଷକଙ୍କ ନିର୍ଯାତନା....ଛାତ୍ର ହାରିଦେଲା ଜୀବନ

ସହି ପାରିଲା ନାହିଁ ଶିକ୍ଷକଙ୍କ ନିର୍ଯାତନା। ସ୍କୁଲରୁ ଘରକୁ ଫେରୁଥିବା ବେଳେ ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିଲା ଛାତ୍ର। ବ୍ୟାଗରେ ଛାଡ଼ିଗଲା ମୃତ୍ୟୁର କାରଣ। ପୁଲିସ ଆରମ୍ଭ କରି ତଦନ୍ତ।

8f5b64fd-cce9-4332-aa67-72c07f68da8e

suicide at metro station Photograph: (@SOACIAL MEDIA)

ନୂଆଦିଲ୍ଲୀ: ଦିଲ୍ଲୀର ରାଜେନ୍ଦ୍ର ନଗର ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ରାଜେନ୍ଦ୍ର ପ୍ଲେସ୍ ମେଟ୍ରୋ ଷ୍ଟେସନରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରଙ୍କ ନାମ ଶୌର୍ଯ୍ୟ ପାଟିଲ ବୟସ ୧୬ବର୍ଷ ଥିବା ଜଣାପଡ଼ିଛି।

ଶିକ୍ଷକଙ୍କ ନିର୍ଯାତନ‌ା ସହି ପାରିଲା ନାହିଁ ପୁଅ

ମୃତ ଛାତ୍ର ଶୌର୍ଯ୍ୟଙ୍କ ବାପା ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ଅନେକ ଦିନ ହେବ ମୋ ପୁଅକୁ ସ୍କୁଲର କିଛି ଶିକ୍ଷକମାନେ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସ୍କୁଲରୁ ଘରକୁ ଆସିଲା ବେଳେ ପୁଅ କାନ୍ଦିକାନ୍ଦି ଆସୁଥିଲା। ଛୋଟଛୋଟ କଥାରେ ଶିକ୍ଷକମାନେ ତାକୁ ସମସ୍ତଙ୍କ ସାମ୍ନାରେ ଗାଳିଗୁଲଜ କରିବା ସହିତ ନିର୍ଯାତନା ଦେଉଥିଲେ। ଆମେ ପୁଅର ଏ ଅସୁବିଧା ସମ୍ପର୍କରେ ସ୍କୁଲ ଶିକ୍ଷକ ଏବଂ ପ୍ରିନ୍ସିପାଲଙ୍କୁ ଅନେକଥର ଅଭିଯୋଗ କରିଛୁ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଓଲଟି ପୁଅକୁ ଅଧିକରୁ ଅଧିକ ହଇରାଣ କରାଯାଉଥିଲା।ଏହି ନିର୍ଯାିତନା ପୁଅ ସହ୍ୟ କରି ନପାରି ଶେଷର ଜୀବନ ହାରି ଦେଇଛି।।’

ଅଧିକପଢ଼ନ୍ତୁ:ପୁଅ ଆଶାରେ ଦେଢ଼ ବର୍ଷର ଝିଅକୁ ନଦୀରେ ଫିଙ୍ଗିଦେଲା ବାପା

ସ୍କୁଲ ବ୍ୟାଗରୁ ସୁଇସାଇଡ ନୋଟ ଜବତ

ପୁଲିସ ସୂତ୍ରରୁ ପ୍ରକାଶ, ମୃତ ଛାତ୍ର ଜଣକ ତାର ସ୍କୁଲ ବ୍ୟାଗରେ ଏକ ସୁଇସାଇଡ ନୋଟ ଛାଡି ଟ୍ରେନ୍ ସାମ୍ନାକୁ ଡେଇଁ ଜୀବନ ହାରି ଦେଇଛନ୍ତି। ଉକ୍ତ ସୁଇସାଇଡ଼ ନୋଟରେ ଛାତ୍ର ଜଣକ ସ୍ପଷ୍ଟ ଭାବେ ଉଲ୍ଲେଖ କରି ଲେଖିଛନ୍ତି, ‘ମା’ ମୋତେ କ୍ଷମା କରିଦେବୁ। ସ୍କୁଲରେ ଶିକ୍ଷକମାନଙ୍କ ନିର୍ଯାତନାକୁ ମୁଁ ଆଉ ସହ୍ୟ କରି ପାରୁ ନାହିଁ। ତେଣୁ ଜୀବନ ହାରି ଦେବାକୁ ସ୍ଥିର କରିଛି। ଦୟାକରି ମୋତେ ଏମିତି ନ୍ୟାୟ ସୁନିଶ୍ଚିତ କରାନ୍ତୁ ଯାହା ଦ୍ୱାରା ଆଗକୁ ଯାଇ କୌଣସି ପିଲା ମୋ ପରି କଷ୍ଟ ଭୋଗିବ ନାହିଁ। ମୋ ସହିତ ଯାହାବି ଘଟିବ ସେଥିପାଇଁ କେବଳ ଏବଂ କେବଳ ସ୍କୁଲ ଶିକ୍ଷକମାନେ ହିଁ ଦାୟୀ।"

ସ୍କୁଲ ଶିକ୍ଷକଙ୍କ ବୟାନ ରେକର୍ଡ

ଏହି ଦୁଃଖଦ ଘଟଣା ନଭେମ୍ବର ୧୮ ତାରିଖରେ ଘଟିଛି। ଛାତ୍ରଙ୍କ ବାପା ପରିବାରର ଜଣେ ସଦସ୍ୟଙ୍କ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲ ଯାଇଥିବା ବେଳେ ପୁଅ ସକାଳ ୭.୧୫ ରେ ସ୍କୁଲକୁ ଯାଇଥିଲା। ଅପରାହ୍ନ ପ୍ରାୟ ୨.୪୫ ସମୟରେ ବାପାଙ୍କୁ ଏକ ଫୋନ୍ ଆସିଥିଲା ଯେଉଁଥିରେ ତାଙ୍କୁ ଜଣାଯାଇଥିଲା ଯେ ତାଙ୍କ ପୁଅ ରାଜେନ୍ଦ୍ର ପ୍ଲେସ୍ ମେଟ୍ରୋ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ରେ ଗୁରୁତର ଆହତ ହୋଇଛି। ତାକୁ ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଛି। ବାପା ହସ୍ପଟାଲରେ ପହଞ୍ଚିବା ପରେ ଡାକ୍ତର ଶୌର୍ଯ୍ୟଙ୍କୁ ମୃତ ଘୋଷଣା କରିଥିଲେ।ପୁଲିସ ପରିବାର ସଦସ୍ୟ, ସହପାଠୀ ଏବଂ ସ୍କୁଲ ଶିକ୍ଷକଙ୍କ ବୟାନ ରେକର୍ଡ କରିବା ଆରମ୍ଭ କରିଛି। ତଦନ୍ତ ଜାରି ରହିଛି, ଏବଂ ତଦନ୍ତ ରିପୋର୍ଟ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅଧିକପଢ଼ନ୍ତୁ:ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାର କେତେ ସମ୍ପତ୍ତିର ମାଲିକ ଜାଣନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe