upsc aspirant murder case ପୂର୍ବତନ ପ୍ରେମିକା ସହିତ ମିଶି ଘିଅ, ତେଲ ଏବଂ ମଦ ଢ଼ାଳି ଲିଭଇନ ପାର୍ଟନରଙ୍କୁ ଜାଳି ଦେଲା ପ୍ରେମିକା

Advertisment

ପୂର୍ବତନ ପ୍ରେମିକା ସହିତ ମିଶି ଘିଅ, ତେଲ ଏବଂ ମଦ ଢ଼ାଳି ଗ୍ୟାସ ସିଲିଣ୍ଡର ଖୋଲା ଛାଡ଼ି ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲିଭଇନ ପାର୍ଟନରଙ୍କୁ ଜାଳି ଦେଲା ପ୍ରେମିକା।

ପୂର୍ବତନ ପ୍ରେମିକା ସହିତ ମିଶି ଘିଅ, ତେଲ ଏବଂ ମଦ ଢ଼ାଳି ଗ୍ୟାସ ସିଲିଣ୍ଡର ଖୋଲା ଛାଡ଼ି ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲିଭଇନ ପାର୍ଟନରଙ୍କୁ ଜାଳି ଦେଲା ପ୍ରେମିକା।

Untitled-13

ram-kesh-meena-murder-case Photograph: (sambad.in)

ନୂଆଦିଲ୍ଲୀ: ଦିଲ୍ଲୀର ତିମାରପୁର ଅଞ୍ଚଳରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାର ରହସ୍ୟ ଉପରୁ ପର୍ଦ୍ଦା ଉଠିଛି। ପୁଲିସ ତଦନ୍ତ ପରେ ଏହି ଅଗ୍ନିକାଣ୍ଡ ଏକ ଦୁର୍ଘଟଣା ନୁହେଁ ବରଂ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ଏହି ଭୟଙ୍କର ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ବି.ଏସ୍.ସି. ଫରେନ୍ସିକ୍ ସାଇନ୍ସର ଛାତ୍ରୀ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସ ଉତ୍ତର ଦିଲ୍ଲୀର ତିମାରପୁର ଅଞ୍ଚଳରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରାମକେଶ ମିଣାଙ୍କ ହତ୍ୟାକାଣ୍ଡର ସମାଧାନ କରି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରିଛି। ଏହି ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ବି.ଏସ୍.ସି. ଫୋରେନ୍ସିକ୍ ସାଇନ୍ସର ଛାତ୍ରୀ ୨୧ ବର୍ଷୀୟା ଅମୃତା ଚୌହ୍ବାନ ।

ଅଧିକପଢ଼ନ୍ତୁଲିଭ-ଇନ ପାର୍ଟନରଙ୍କୁ ହତ୍ୟା: ଦୁର୍ଘଟଣାଜନିତ ଅଗ୍ନିକାଣ୍ଡ ନୁହେଁ ଥିଲା ଯୋଜନାବଦ୍ଧ ହତ୍ୟାକାଣ୍ଡ

ଫରେନସିକ୍ ତଦନ୍ତ ପରେ ଅଗ୍ନିକାଣ୍ଡ ଘଟଣା ନେଲା ଭିନ୍ନ ମୋଡ଼

ଡିସିପି ରାଜା ବାନ୍ଥିଆ ଏହି ହତ୍ୟାକାଣ୍ଡକୁ ନେଇ କହିଛନ୍ତି, ‘ଅକ୍ଟୋବର ୬ ତାରିଖ ରାତିରେ ତିମାରପୁରର ଏକ କୋଠାର ଚତୁର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା। ଯେତେବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେମାନେ ପାଉଁଶ ଗଦାରୁ ପୋଡ଼ିଯାଇଥିବା ମୃତଦେହ ପାଇଥିଲେ। ଏହି ମୃତଦେହଟି ରାମକେଶ ମିଣାଙ୍କ ଥିଲା। ପ୍ରାରମ୍ଭରେ ଏହାକୁ ଏକ ଦୁର୍ଘଟଣା ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ଫରେନସିକ୍ ତଦନ୍ତ ପରେ ଏହା ଏକ ଭିନ୍ନ ମୋଡ଼ ନେଇଥିଲା।

ସିସିଟିଭି ଫୁଟେଜରେ ଦୁଇ ଜଣ ମୁଖାପିନ୍ଧା ପୁରୁଷ ଏବଂ ପରେ, ଜଣେ ମହିଳା କୋଠା ବାହାରକୁ ଯାଉଥିବାର ଦେଖିବାକୁ ମିଳିଥିଲା। ଏହା ପୁଲିସର ସନ୍ଦେହକୁ ଆହୁରି ବଢ଼ାଇ ଦେଇଥିଲା।ଏହାପରେ ପୁଲିସ ରାମକେଶ ମିଣାଙ୍କ କଲ୍ ଡିଟେଲ୍ ରେକର୍ଡ ଯାଞ୍ଚ କରିଥିଲା। ଏଥିରୁ ଅମୃତା ଚୌହ୍ବାନଙ୍କ ନାମ ସାମ୍ନାକୁ ଆସିଥିଲା । ଯିଏକି ରାମକେଶ ମିଣାଙ୍କ ସହିତ ଲିଭଇନରେ ରହୁଥିଲେ। ବାରମ୍ବାର ଚଢାଉ ପରେ ପୁଲିସ ଅକ୍ଟୋବର ୧୮ ତାରିଖରେ ମୋରାଦାବାଦ (ଉତ୍ତର ପ୍ରଦେଶ) ରେ ଅମୃତାଙ୍କୁ ଗିରଫ କରିଥିଲା। ପଚରାଉଚରା ସମୟରେ, ସେ ତାଙ୍କ ଷଡ଼ଯନ୍ତ୍ରର ସମ୍ପୂର୍ଣ୍ଣ କାହାଣୀ ପ୍ରକାଶ କରିଥିଲା।

ଅମୃତା ପୁଲିସ ସମ୍ମୁଖରେ ନିଜର ଦୋଷ ସ୍ବୀକାର କରି କହିଥିଲେ, ‘ରାମକେଶ ମିଣା ମୋର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ତାଙ୍କ ଲାପଟପରେ ରଖିଥିଲେ। ବାରମ୍ବାର କହିଲା ପରେ ବି ତାକୁ ଡିଲିଟ କରୁ ନଥିଲେ। ଏହି ରାଗରେ ମୁଁ ମୋ ପୂର୍ବତନ ପ୍ରେମିକ ଓ ତାଙ୍କର କିଛି ସାଥୀଙ୍କ ସହ ମଶି ରାମକେଶଙ୍କ ହତ୍ୟା ଯୋଜନା କରିଥିଲି।   

ଘିଅ, ତେଲ ଏବଂ ମଦ ଢାଳି  ଲଗାଇଦେଇଥିଲେ ନିଆଁ

ଅକ୍ଟୋବର ୫ ଏବଂ ୬ ତାରିଖ ରାତିରେ ରାମକେଶଙ୍କୁ ଗଳାକାଟି ହତ୍ୟା କରିବା ପରେ ଆମେ କୋଠରୀରେ ଘିଅ, ତେଲ ଏବଂ ମଦ ଢାଳି ନିଆଁ ଲଗାଇ ଦେଇଥିଲୁ। ଗ୍ୟାସ ସିଲିଣ୍ଡର ବିତରକ ଥିବା ସୁମିତ ବିସ୍ଫୋରଣ ସୃଷ୍ଟି କରିବା ସହିତ ଏହି ହତ୍ୟା ଘଟଣାକୁ ଏକ ଦୁର୍ଘଟଣା ପରି ଦର୍ଶାଇବା ପାଇଁ ସିଲିଣ୍ଡରକୁ ଖୋଲା ଛାଡ଼ି ଦେଇଥିଲେ। କିଛି ସମୟ ପରେ ଏକ ଜୋରରେ ବିସ୍ଫୋରଣ ହୋଇ ସମଗ୍ର କୋଠରିକୁ ଗ୍ରାସ କରିଥିଲା। ଏଥିରେ ରାମକେଶଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା।’

ପୁଲିସ ଏହି ଅପରାଧରେ ବ୍ୟବହୃତ ହୋଇଥିବା ଦୁଇଟି ମୋବାଇଲ୍ ଫୋନକୁ ଜବତ କରିବା ସହିତ ତିନିଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରି ଅଧିକ ତଦନ୍ତ ଆରମ୍ଭ କରିଛି । ଏଥିସହିତ ଏହି ଷଡ଼ଯନ୍ତ୍ରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରୁଛି?

ଅଧିକପଢ଼ନ୍ତୁଡିପ୍‌ଫେକର ଶିକାର ହୋଇ ପୁଲିସର ଦ୍ବାରସ୍ଥ ହେଲେ ସୁପର୍‌ଷ୍ଟାର୍‌ ଚିରଞ୍ଜୀବୀ

murder UPSC

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe