FIR Against Pradeep Majhi: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ନାମରେ ଏତଲା

କୋଷାଗୁମୁଡ଼ା ବ୍ଲକର ‌କକଡିସେମଲା ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୪୦ଶଯ୍ୟା ଛାତ୍ରାବାସର ଅନ୍ତେବାସୀ ଧନେଶ୍ବର ଭତ୍ରାଙ୍କୁ ଉଦ୍ଧାର କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବରଂଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ରଙ୍କୁ ଫାଇରିଂ କରିଦେବି ବୋଲି କହିବା ଘଟଣାରେ ଥାନାରେ ଏତଲା ହୋଇଛି।

New Project (3)

FIR against Pradip Majhi. Photograph: (sambad.in)

ନବରଙ୍ଗପୁର (ସୁରେଶ ନାଇଡୁ): କୋଷାଗୁମୁଡ଼ା ବ୍ଲକର ‌କକଡିସେମଲା ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଅନ୍ତେବାସୀ ଧନେଶ୍ବର ଭତ୍ରା(୧୨)ଙ୍କୁ ଉଦ୍ଧାର କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବରଂଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ରଙ୍କୁ ଫାଇରିଂ କରିଦେବି ବୋଲି କହିବା ଘଟଣାରେ ଥାନାରେ ଏତଲା ହୋଇଛି। ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ର ନବରଂଗପୁର ଥାନାରେ ଏହି ଏତଲା ଦେଇଛନ୍ତି। 

ସୂଚନାଯୋଗ୍ୟ, ଛାତ୍ରାବାସରେ ଡାଲି ସିଝା ଯାଉଥିବା ପ୍ରେସରକୁକର ଫାଟି ଧନେଶ୍ବର ଭତ୍ରାଙ୍କ ମୁହଁରେ ପଡ଼ିଥିଲା। ଗୁରୁତର ଧନେଶ୍ବରଙ୍କୁ ଚିକିତ୍ସା କରିବା ବଦଳରେ ୨୦ ତାରିଖରୁ ସେହିଭଳି ଛାତ୍ରାବାସରେ ରଖାଯାଇଥିଲା। ଏହି ଖବର ଶୁଣି ସୋମବାର ସଂଧ୍ୟାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଛାତ୍ରାବାସର ପାଚେରୀ ଡେଇଁ ଅନ୍ତେବାସୀ ଛାତ୍ର ଧନେଶ୍ବରର ରୁମକୁ ଯାଇ ତାକୁ ସେଠାରୁ ଉଦ୍ଧାର କରି ଆଣିଥିଲେ। 

ସୋସିଆଲ ମିଡିଆରେ ଭାଇରାଲ

ଏହା ପରେ ସେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ସହ କିଛି ସମୟ ଧରି ଯୁକ୍ତିତର୍କ କରିଥିଲେ। ଡିଡବ୍ଲୁଓଙ୍କୁ ଫାଇରିଂ କରିଦେବି ବୋଲି ଦୁଇଥର ପୂର୍ବତନ ସାଂସଦ କହିଥିଲେ। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍ ହୋଇଛି। ଏହି ଘଟଣାକୁ ନେଇ ଜି‌ଲ୍ଲା ବିଜେପି ପକ୍ଷରୁ ସଭାପତି ତୀବ୍ର ନିନ୍ଦା କରିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ଏଭଳି ନେତାଙ୍କ ବିରୋଧରେ ପୁଲିସରେ ଏତଲା ଦେବାକୁ ଦାବି କରିଛନ୍ତି। ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ବରେ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବି କରିବେ ବୋଲି କହିଛନ୍ତି। ଛାତ୍ରାବାସ ମଧ୍ୟକୁ ଯେ କେହି ବି ବିନାଅନୁମତିରେ ଯିବାକୁ ମନା ବୋଲି ନିୟମ ରହିଥିବା ବେଳେ ପୂର୍ବତନ ସାଂସଦ ପାଚେରୀ ଡେଇଁ ଯିବା ଏବଂ ଛାତ୍ରାବାସରୁ ବିନା ଅନୁମତିରେ ଅନ୍ତେବାସୀଙ୍କୁ ନେଇ ଆସିବା ଘଟଣାକୁ ନେଇ ନିନ୍ଦା କରିବା ସହ ପୂର୍ବତନ ସାଂସଦଙ୍କୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: Migrant Worker: ଦାଦନ ଯାଇଥିଲେ ବାପା, ମାଆ ଛେଉଣ୍ଡ ହେଇଗଲା କୁନିପୁଅ... ସହାୟତା ରାଶିକୁ ହଡ଼ପ କରିନେଲେ ଶ୍ବଶୁର ଘର ଲୋକ !

କ’ଣ କରିଥିଲେ ପୂର୍ବତନ ସାଂସଦ?

ସୋମବାର ସଂଧ୍ୟାରେ ପୂର୍ବତନ ସାଂସଦ ଶ୍ରୀ ମାଝୀ ଅନ୍ତେବାସୀଙ୍କୁ ଛାତ୍ରାବାସରୁ ଆଣି ଜିଲ୍ଲାପାଳଙ୍କ ବାସଭବନକୁ ନେଇକି ଯାଇଥିଲେ। ସେଠାରେ କିଛି ସମୟ ଧରି ଜିଲ୍ଲାପାଳଙ୍କ ସହ ଡିଇଓ, ଡିଡବ୍ଲୁଓ  ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସେ ସମୟରେ ପୂର୍ବତନ ସାଂସଦ ଡିଇଓ, ଡିଡବ୍ଲୁଓ ଘଟଣା ପାଇଁ କାହିଁକି ଦାୟୀ ହେବେ? ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଭାବେ ଆପଣ ହିଁ ଦାୟୀ ବୋଲି ଶ୍ରୀ ମାଝୀ କହିଥିଲେ। ଏହି ପିଲାକୁ ସମ୍ପୁର୍ଣ୍ଣ ସୁସ୍ଥ କରି ପଠାନ୍ତୁ ବୋଲି ଶ୍ରୀ ମାଝୀ କହିଥିଲେ। ଜିଲ୍ଲାପାଳ ଅ‌ନ୍ତେବାସୀ ଛାତ୍ରଙ୍କୁ ଆପଣ କାହିଁକି ଆଣିଲେ ବୋଲି ପଚାରିବା ସହ ଧନେଶ୍ବରକୁ ସେ ତାଙ୍କ ନିକଟକୁ ନେବାକୁ ହାତ ଲଗାଉଥିବା ବେଳେ ପୂର୍ବତନ ସାଂସଦ ମନା କରିବା ସହ ତାଙ୍କ କଷ୍ଟଡିରେ ଧନେଶ୍ବର ରହିଛି ବୋଲି କହିଥିଲେ। 

ଆହୁରି ପଢ଼ନ୍ତୁ: Nabarangpur: ନବରଂଗପୁରରେ ୫୫ ପ୍ରତିଶତ ମା’ ରକ୍ତହୀନତା‌ର ଶିକାର

କ’ଣ କହିଥିଲେ ପୂର୍ବତନ ସାଂସଦ?

ଜିଲ୍ଲାପାଳ ଡିଡବ୍ଲୁଙ୍କୁ ଡାକିବାରେ ଡିଡବ୍ଲୁଙ୍କୁ ଦେଖି ପୂର୍ବତନ ସାଂସଦ ଉତ୍ତେଜିତ ହୋଇ ଫାଇରିଂ କରିଦେବି ବୋଲି କହିଥିଲେ। ଏହା ସହ ଭଲ ସଚ୍ଚୋଟ ଅଧିକାରୀ ବୋଲି ଭାବୁଥିଲି କିନ୍ତୁ ଦୁର୍ନିତୀଗ୍ରସ୍ତ ଅଧିକାରୀ ବୋଲି ପୂର୍ବତନ ସାଂସଦ ଶ୍ରୀ ମାଝୀ ଡିଡବ୍ଲୁଓଙ୍କ ଆଡକୁ ହାତ ଦେଖାଇ କହିଥିଲେ। ଏଭଳି ଅଧିକାରୀ ମାନେ ରହିଲେ ସ୍କୁଲ ଛାତ୍ରାବାସଗୁଡିକର ଅବସ୍ଥା ଏଭଳି ‌ହିଁ ହେବ ବୋଲି କହିଥିଲେ ଶ୍ରୀ ମାଝୀ। ଏହି ଘଟଣାକୁ ବି ନିନ୍ଦା କରିବା ସହ ଯଦି ଦୁର୍ନିତୀ ହୋଇଛି ତାହାର ତଦନ୍ତ ହେଉ ବୋଲି ଦାବି କରିଛନ୍ତି ସଭାପତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe