Luthra Brothers Detained: ଗୋଆ ନାଇଟ୍ କ୍ଲବ୍‌ରେ ନିଆଁ ଲାଗିବା ଘଟଣାରେ ୨ମାଲିକଙ୍କୁ ଅଟକ ରଖିଲା ପୁଲିସ, ଥାଇଲାଣ୍ଡ ଚାଲିଯାଇଥିଲେ ୨ଭାଇ

Advertisment

ଗୋଆର "ବର୍ଚ ବାଏ ରୋମିଓ ଲେନ୍" ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ତଦନ୍ତକାରୀ ଏଜେନ୍ସିକୁ ଏକ ବଡ଼ ସଫଳତା ମିଳିଛି। କୁହାଯାଉଛି ଯେ, କ୍ଲବ୍ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଥାଇଲାଣ୍ଡରେ ଅଟକ ରଖାଯାଇଛି।

ଗୋଆର "ବର୍ଚ ବାଏ ରୋମିଓ ଲେନ୍" ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ତଦନ୍ତକାରୀ ଏଜେନ୍ସିକୁ ଏକ ବଡ଼ ସଫଳତା ମିଳିଛି। କୁହାଯାଉଛି ଯେ, କ୍ଲବ୍ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଥାଇଲାଣ୍ଡରେ ଅଟକ ରଖାଯାଇଛି।

Goa Fire

Luthra Brothers Detained Photograph: (sambad.in)

ନୂଆଦିଲ୍ଲୀ: ଗୋଆର "ବର୍ଚ ବାଏ ରୋମିଓ ଲେନ୍" ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ତଦନ୍ତକାରୀ ଏଜେନ୍ସିକୁ ଏକ ବଡ଼ ସଫଳତା ମିଳିଛି। କୁହାଯାଉଛି ଯେ, କ୍ଲବ୍ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଥାଇଲାଣ୍ଡରେ ଅଟକ ରଖାଯାଇଛି। ସେମାନଙ୍କ ପାସପୋର୍ଟ ରଦ୍ଦ ହୋଇଥିବା ନେଇ ଖବର ମିଳିଥିବା ବେଳେ ଏବେ ଦୁହିଁଙ୍କୁ ଅଟକ ରଖାଯାଇ ଭାରତକୁ ପ୍ରତ୍ୟର୍ପଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ସାମ୍ନାକୁ ଆସିଛି।

ବ୍ଲୁ କର୍ଣ୍ଣର ନୋଟିସ ଜାରି ପରେ ଆରମ୍ଭ ହୋଇଥିଲା ତଦନ୍ତ

ମିଳିଥିବା ସୂଚନା ଅନୁଯାୟୀ, ବୈଦେଶିକ ମନ୍ତ୍ରଣାଳୟ ଗୋଆ ସରକାରଙ୍କଠାରୁ ସେମାନଙ୍କ ପାସପୋର୍ଟ ରଦ୍ଦ କରିବା ପାଇଁ ଅନୁରୋଧ ପାଇଥିଲା। ଇଣ୍ଟରପୋଲ ମଙ୍ଗଳବାର ଦିନ ଦୁଇ ଭାଇଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିଥିଲା। ଏହି ନୋଟିସ୍ ଜାରି ପରେ ଏବେ ୨ଭାଇଙ୍କୁ ଥାଇଲାଣ୍ଡରେ ଅଟକ ରଖାଯାଇଛି।

Saurabh and Gaurav Luthra fled India soon after the fire in Goa club. (News18)

ନିଆଁ ଲାଗିବାର ଘଣ୍ଟାଏ ପରେ ଥାଇଲାଣ୍ଡ ଚାଲିଯାଇଥିଲେ ୨ଭାଇ

ଶନିବାର  ନାଇଟ୍ କ୍ଲବରେ ନିଆଁ ଲାଗିବା ଫଳରେ ୨୫ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ କରୁଥିବ‌ା ତଦନ୍ତକାରୀ ଟିମ୍ କହିଥିଲେ ଯେ, ୨ ଭାଇ ଡିସେମ୍ବର ୭ ତାରିଖ ଦିନ ରାତି ୧ଟା ୧୭ରେ ଥାଇଲାଣ୍ଡ ଯିବା ପାଇଁ ଟିକେଟ ବୁକ୍ କରିଥିଲେ। ଆରପୋରାର ବର୍ଚ ବାଏ ରୋମିଓ ଲେନ କ୍ଲବରେ ନିଆଁ ଲାଗିବା ଖବର ପ୍ରସାରିତ ହେବାର ପ୍ରାୟ ଗୋଟିଏ ଘଣ୍ଟା ପରେ ସେମାନେ ଏଭଳି କରିଥିଲେ। କ୍ଲବ୍ ନିଆଁ ଲିଭି ନଥିଲେ ମଧ୍ୟ ସେମାନେ ବାହାରକୁ ଖସି ପଳାଇଥିଲେ।

ଥାଇଲାଣ୍ଡ ଯିବା ଯୋଜନା ବହୁତ ପୂର୍ବରୁ ହୋଇଥିଲା

ଲୁଥ୍ରା ପରିବାର କହିଛନ୍ତି ଯେ, ଯାତ୍ରା ପୂର୍ବରୁ ଯୋଜନା କରାଯାଇଥିଲା। ସେମାନଙ୍କ ଆଇନଜୀବୀ ଦିଲ୍ଲୀର ରୋହିଣୀ କୋର୍ଟଙ୍କୁ କହିଥିଲେ ଯେ, ସୌରଭ ଡିସେମ୍ବର ୬ ତାରିଖରେ ବୃତ୍ତିଗତ କାର୍ଯ୍ୟ ଏବଂ ସମ୍ଭାବ୍ୟ ରେଷ୍ଟୁରାଣ୍ଟ ସ୍ଥାନ ଦେଖିବା ପାଇଁ ଥାଇଲାଣ୍ଡ ଯାଇଥିଲେ।

ଆହୁରି ପଢ଼ନ୍ତୁ: Dhurandhar Box Office Collection: ବକ୍ସ ଅଫିସରେ ଧମାଲ କରୁଛି ଧୁରନ୍ଧର, ୧୮୦କୋଟି ପାର୍ କଲା ଆୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe