ମାଲକାନଗିରି: ଲୁଟ୍ ଘଟଣାର ୫ ମାସ ପରେ ଲୁଟେରାମାନେ ପୁଲିସ କବ୍ଜାରେ ଫସିଛନ୍ତି। ମାଲକାନଗିରିର ଏକ ସୁନା ଦୋକାନୀଙ୍କ ଠାରୁ ସୁନା ଲୁଟ ଘଟଣାରେ ୩ ଜଣ ଡକାୟତକୁ ଗିରଫ କରିବା ସହ ୧୨୦ ଗ୍ରାମ ସୁନା ଓ ୪ ଲକ୍ଷ ୫୦ ହଜାର ଟଂକା ଜବତ କରାଯାଇଛି ବୋଲି ଆଜି ଏସପି ବିନୋଦ ପାଟିଲ ଏଚ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଘଟଣା ଅନୁଯାୟୀ ଗତ ଜୁନ ୩ ତାରିଖ ଦିନ ରାତି ପ୍ରାୟ ୯ଟା ବେଳେ ସୁନା ଦୋକାନୀ ସୁବାଷ ରାଜାରାମ ପାଟିଲ(୪୫) ଦୋକାନ ବନ୍ଦ କରିବା ପରେ ଦୁଇଟି ବ୍ୟାଗରେ ସୁନା ଧରି ଘରକୁ ଯାଉଥିଲେ। ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ସୁବାଷଙ୍କ ଉପରେ ଆକ୍ରମଣ କରି ଗୋଟିଏ ବ୍ୟାଗ ଛଡାଇ ନେଇଯାଇଥିଲେ। ସେହି ବ୍ୟାଗରେ ସୁନା ଓ ଟଂକା ରହିଥିଲା। ଏହି ଘଟଣାରେ ମାଲକାନଗିରି ପୁଲିସ ତଦନ୍ତ କରି ୩ ଜଣ ଡକାୟତକୁ ଗିରଫ କରିଛନ୍ତି। ଏମାନେ ହେଲେ ବୋରିଗୁମ୍ମା ହାଟପଦା ସାହିର କେ.ସୁମନ କୁମାର ଆଚାରୀ(୨୫), ଜୟପୁର ମିଲ ସାହିର କେ.ମୁରଲୀ(୩୫) ଏବଂ ନବରଂଗପୁର ଜିଲ୍ଲା ଇଛାବତୀ ଗୁଡା ଗ୍ରାମର ଏ.ଶ୍ରୀନିବାସ ଆଚାରୀ(୫୩)। ଏମାନଙ୍କୁ ପୁଲିସ କାବୁ କରିବା ପରେ ଏମାନେ ଆନ୍ଧ୍ରରେ ବିକ୍ରି କରିଥିବା ସୁନାକୁ ଜବତ କରାଯାଇଥିଲା। ସୁନାର ଓଜନ ୧୨୦- ଗ୍ରାମ ରହିଥିବା ପୁଲିସ କହିଛି।
ଆହୁରି ପଢ଼ନ୍ତୁ: Minor Girl Rescued: ମହାରାଷ୍ଟ୍ରରୁ ଉଦ୍ଧାର ହେଲେ ଓଡ଼ିଆ ନାବାଳିକା, ଅଭିଯୁକ୍ତ ଗିରଫ
ସେହିପରି ନଗଦ ୪ ଲକ୍ଷ ୫୦ ହଜାର ସହ ଗୋଟିଏ ୟାମାହା ମଟର ସାଇକେଲ ଏବଂ ଟାଟା ଟିଆଗୋ କାର ମଧ୍ୟ ଜବତ କରିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏଏସପି ରଶ୍ମିରଂଜନ ସେନାପତି ଓ ଆର.କେ.ଦାସ,ଏସଡିପିଓ ଦିବ୍ୟରଂଜନ ଦଳେଇ,ଆଇଆଇସି ରିଗାନ କିଣ୍ଡୋ ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: 1999 Super Cyclone: ମନରୁ ଲିଭୁନି ମହାବାତ୍ୟା: ଦିନ ଯାଇଛି, ଦରଜ ଯାଇନି… ଦେଖନ୍ତୁ ଛବିଶ ବର୍ଷ ତଳର କିଛି ଛାତିଥରା ଛବି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/29/malkangiri-2025-10-29-19-49-02.jpg)