ଭୁବନେଶ୍ବର: ଆଜିକୁ ଠିକ୍ ୨୬ ବର୍ଷ ତଳେ ଓଡିଶା ଦେଖିଥିଲା ଇତିହାସର ସବୁଠାରୁ ବଡ଼ ବିପର୍ଯ୍ୟୟ । ଯେଉଁ ବିପଦ ଆଜି ଟଳିଯାଇଛି ସତ, କିନ୍ତୁ ଆଜି ବି ତା ଦାଗ, ତା ଦରଜ, ତା ଚିହ୍ନ ଓଡିଶା ଛାତିରେ ସେମିତି ରହିଛି । ମହାବାତ୍ୟା କଥା ଉଠିଲେ କି କାହା କାନରେ ପଡିଲେ ଆଜି ବି ଚମକି ଉଠୁଛନ୍ତି ଲୋକେ… ସଙ୍ଗେ ସଙ୍ଗେ ଭଗବାନଙ୍କୁ ମୁଣ୍ଡିଆ ମାରି – ରାମ ରାମ କହି ଆଉ ସେ ଦିନ କେବେ ଓଡିଶା ନଦେଖୁ ବୋଲି କହୁଛନ୍ତି… ଏଥିରୁ ହିଁ ଅନୁମାନ କରିହେଉଛି କେତେ ଭୟଙ୍କର ଥିଲା ୧୯୯୯ ମହାବାତ୍ୟାର ସେ ମହାପ୍ରଳୟ । ଯାହା ଆଜି ବି ମନେପଡିଗଲେ ଶୀତେଇ ଯାଏ, ଟାଙ୍କୁରି ଉଠେ ଲୋମମୂଳ ।
/filters:format(webp)/sambad/media/media_files/2025/10/29/super-cyclone-1-2025-10-29-19-21-44.jpg)
ଆଜି ସେହି କାଳ ଦିନ, କାମ ମାସ, ଏବଂ କଳା ବର୍ଷକୁ ପୂରିଛି ୨୬ ବର୍ଷ । ଆଜକୁ ଠିକ୍ ୨୬ ବର୍ଷ ତଳେ ଏକ ବଡ଼ ବିପଦକୁ ସାମ୍ନା କରିଥିଲା ଓଡ଼ିଶା । ମୃତ୍ୟୁ ଭଳି ମାଡି ଆସିଥିବା ମହାବାତ୍ୟା ସହ ମୁହାଁମୁହିଁ ହୋଇଥିଲେ ଓଡ଼ିଶାବାସୀ । ପ୍ରଳୟ ଏମିତି ଥିଲା ଯେ- ୨ ମହଲା ଉଚ୍ଚରେ ଉଠିଥିବା ଜୁଆରରେ ଜନଜୀବନ ଲୀନ ହେଇଯାଇଥିଲା ।
/filters:format(webp)/sambad/media/media_files/2025/10/29/super-cyclone-2-2025-10-29-19-22-18.jpg)
ଆଉ ମହାବାତ୍ୟା ତାର ମହାତାଣ୍ଡବ ରଚି ଚାଲିଥିଲା । ଓଡ଼ିଶା ଉପକୂଳର ୪ ଜିଲ୍ଲାରେ ଧ୍ୱଂସର ତାଣ୍ଡବଲୀଳା ରଚିଥିଲା ସୁପର ସାଇକ୍ଲୋନ । ବାତ୍ୟା ପାଟିରେ ଅନେକ ଜୀବନ ଯାଇଥିବା ବେଳେ ଅନେକ ଧନଜୀବନ ନଷ୍ଟ ହୋଇଥିଲା । ମହାବାତ୍ୟାରେ ପ୍ରାୟ ୩ ଲକ୍ଷ ଘର ଭାଙ୍ଗିଯାଇଥିଲା, ଅନେକ ଗାଁ ଛାରଖାର ହୋଇଥିଲା । ୨ ଲକ୍ଷରୁ ଅଧିକ ପଶୁ ପକ୍ଷୀଙ୍କ ମୃତ୍ୟୁ ହୋଇଥିଲା, ୨୫ ଲକ୍ଷ ଲୋକ ସର୍ବସ୍ୱାନ୍ତ ହୋଇଥିଲେ ଆଉ ୧୦ ହଜାରରୁ ଅଧିକ ଜୀବନ ଯାଇଥିଲା ।
ଆହୁରି ପଢନ୍ତୁ-
Cyclone in Odisha: ଇତିହାସ ପୃଷ୍ଠାରେ ଓଡ଼ିଶାର ବାତ୍ୟା, ଜାଣନ୍ତୁ କେବେ ଆସିଛି କେଉଁ ବାତ୍ୟା…?
/filters:format(webp)/sambad/media/media_files/2025/10/29/super-cyclone-3-2025-10-29-19-23-04.jpg)
ମହାବାତ୍ୟାରେ ପ୍ରଳୟ ପାଟିରେ ଜୀବନ ପୋକମାଛି ପରି ପଶିଯାଇଥିଲା । ଚାରିଆଡେ କୁଢକୁଢ ଶବ ଦେଖିବାକୁ ମିଳିଥିଲା । ସେ କଥା, ସେ ବାତ୍ୟାକୁ ଯିଏ ଦେଖିଛି, ଯିଏ ସହିଛି ସିଏ ସେଦିନର କଥା ମନେ ପକାଇ କାନ୍ଦୁଛି । କିଏ ତା ଆଖି ଆଗରେ ନିଜର ଲୋକକୁ ବାତ୍ୟା ଟାଣି ନେଉଥିବାର ଦେଖିଥିଲା । କିଏ ପୁଣି ଜୀବନ ବିକଳରେ ଗଛ ଉପରେ ଚଢି ବଞ୍ଚି ଯାଇଥିଲା । ଆଉ କିଏ ତା ଗାଁଟା ଶ୍ମଶାନ ହେବାର ନିଜ ଆଖିରେ ଦେଖିଥିଲା । କାହାର ପୁଣି ଜୀବନ ଘର ପଡି ଚାଲି ଯାଇଥିଲା । ଓଃ କି ଯନ୍ତ୍ରଣା ଦାୟକ ସେ ଚିତ୍ର ।
ଆହୁରି ପଢନ୍ତୁ-
/filters:format(webp)/sambad/media/media_files/2025/10/29/super-cyclone-4-2025-10-29-19-23-46.jpg)
ତେବେ ସେହି ମହାବାତ୍ୟା ପରେ କଣ ଥିଲା ସ୍ଥିତି, କେମିତି ଏତେ ବଡ ବିପଦର ମୁକାବିଲା କରାଗଲା ଏବଂ ସେସମୟରେ କିଏ କିଏ ସବୁ ଓଡିଶା ଆସିଥିଲେ ଏବଂ କଣ ଥିଲା ସେଦିନର ସବୁ ଛାତିଥରା ମୁହୂର୍ତ୍ତ । ପୁରୁଣା ଫଟୋରେ ମହାବାତ୍ୟାର ମହାତାଣ୍ଡବକୁ ଦେଖନ୍ତୁ । ସୋସିଆଲ ମିଡିଆରେ ଆଜି କିଛି ୧୯୯୯ ମହାବାତ୍ୟାର ଫଟୋ ଘୁରିବୁଲୁଛି । ପୁରୁଣା ଦିନର ଅଲିଭା କ୍ଷତ ଚିହ୍ନର ଫଟୋ ପୋଷ୍ଟ କରି ସେଦିନର କରୁଣ କାହାଣୀକୁ ପୁଣି ଥରେ ମନେପକାଇଛନ୍ତି କିଛି ଲୋକ । ଦେଥନ୍ତୁ ସେଦିନର ଛାତିଥରା ଛବି…
ଫଟୋରେ ଫଟୋରେ ମହାବାତ୍ୟାର ବ୍ୟଥା
/filters:format(webp)/sambad/media/media_files/2025/10/29/new-project-6-2025-10-29-19-24-46.jpg)
/filters:format(webp)/sambad/media/media_files/2025/10/29/new-project-7-2025-10-29-19-24-46.jpg)
/filters:format(webp)/sambad/media/media_files/2025/10/29/new-project-9-2025-10-29-19-27-01.jpg)
/filters:format(webp)/sambad/media/media_files/2025/10/29/new-project-10-2025-10-29-19-27-01.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/29/super-cyclone-1999-2025-10-29-19-29-27.jpg)