Youngman Urinated Moving Thar: ଜନଗହଳିପୂର୍ଣ୍ଣ ରାସ୍ତାରେ ଚଳନ୍ତା କାର ଭିତରେ ଛିଡ଼ା ହୋଇ ପରିସ୍ରା କଲେ ଯୁବକ

ଗୁରୁଗ୍ରାମର ସଦର ବଜାର ନିକଟରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଏକ ଚଳନ୍ତା ଥାର କାର ଭିତରେ ଛିଡ଼ା ହୋଇ ପରିସ୍ରା କରୁଛନ୍ତି ଯୁବକ। ଭିଡିଓ ଭାଇରାଲ ହେବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କରାଯାଉଛି ଦାବି।

Untitled-23

youngman urinated moving thar Photograph: (@abplive.com)

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଯାହାକି ସଡ଼କ ସୁରକ୍ଷା ନିୟମକୁ ଖୋଲାଖୋଲି ଭାବେ ପଣ୍ଡ କରୁଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ଗୁରୁଗ୍ରାମର ସଦର ବଜାର ନିକଟରେ ଘଟିଥିବା ଲଜ୍ଜାଜନକ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ଦେଖିବାକୁ ମିଳୁଛି ଏକ ବିଳାସପୂର୍ଣ୍ଣ ଥାର କାର ରାସ୍ତାରେ ଦ୍ରୁତ ଗତିରେ ଯାଉଛି।  ହଠାତ୍ କାରର ଦ୍ୱାର ଖୋଲିଯାଉଛି। ଏଥରୁ ଜଣେ ଯୁବକ ବାହାରି ବିନା ଦ୍ୱିଧାରେ ବାହାରକୁ ଝୁଙ୍କି ପଡ଼ି ପରିସ୍ରା କରୁଛନ୍ତି।

ଅଧିକପଢ଼ନ୍ତୁ:ଏବେ ଆଉ ମନ ଇଚ୍ଛା କାମ କରିପାରିବେନି ଓଲା-ଉବେର ଚାଳକ

ଏହି ଘଟଣାକୁ କେନ୍ଦ୍ର କରି ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାରଣ ଯୁବକଙ୍କ ଏଭଳି କାମ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କୁ ବି ଅସୁବିଧାରେ ପକାଇଥିଲା। କିନ୍ତୁ ଯୁବକ ଜଣକଙ୍କୁ ଏନେଇ କୌଣସି ଫରକ ପଡ଼ି ନଥିଲା।ଆଶା କରାଯାଉଛି ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ନଚେତ ଆଗକୁ ଏଭଳି ଘଟଣାର ପୁଣିଥରେ ପୁନରାବୃତ୍ତି ହେବ।

ଅଧିକପଢ଼ନ୍ତୁ:ଚିପ୍ସ ଓ ଗୁଟଖା ଜରି ଟ୍ରେନ୍ ବିଳମ୍ବର ଏକ କାରଣ: ରେଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ

gurgaon young urinated moving thar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe