ମନ୍ଦିର ପ୍ରାଙ୍ଗଣରେ ବସି ଭଗବାନଙ୍କ ମୁକୁଟ ଚୋରି କରି ଚମ୍ପଟ ମାରିଲା ଚୋର

ମନ୍ଦିର ପ୍ରାଙ୍ଗଣରେ ବସି ଭଗବାନଙ୍କ ମୁକୁଟ ଚୋରି କରି ଚମ୍ପଟ ମାରିଲା ଚୋର। ଚୋରି ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭିରେ ହେଲା କୈଦ। ପୁଲିସ ମାମଲା ରୁଜୁ କରି ଆରମ୍ଭ କରିଛି ଯାଞ୍ଚ।

ପନପବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମିର୍ଜାପୁରରୁ ଚୋରିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚୋର ମନ୍ଦିରରୁ ଚୋରି କରିବା ପୂର୍ବରୁ ମନ୍ଦିର ପ୍ରାଙ୍ଗଣରେ ବସି ଭଗବାନଙ୍କ ପୂଜା କରିଥିଲା। ଏହାପରେ ସେ ମନ୍ଦିର ଭିତ‌ରେ ପଶି ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତିରୁ ମୁକୁଟ ଚୋରି କରିଥିଲା। ଚୋରିର ଏହି ସମ୍ପୂର୍ଣ୍ଣ ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ ହୋଇଯାଇଥିଲା। 

ଅଧିକପଢ଼ନ୍ତୁ:

ଏହି ଘଟଣା ଡିସେମ୍ବର ୨୭ ତାରିଖ ଚିଲହ ଥାନା ଅଞ୍ଚଳସ୍ଥ ଅର୍ଜୁନପୁର ମୁଜେହରାସ୍ଥିତ ଅନୁମାନ ମନ୍ଦିରରେ ଘଟିଥିଲା। ଏଠାରେ ଦ୍ବିପହର ୩ଟାରୁ ୪ଟା ମଧ୍ୟରେ ଜଣେ ଚୋର ଆସି ମନ୍ଦିରରେ ପହଞ୍ଚିଥିଲା।  ସର୍ବପ୍ରଥମେ ସେ ମନ୍ଦିରର ପ୍ରାଙ୍ଗଣରେ ବସି ଭଗବାନଙ୍କ ପୂଜା କରିଥିଲା। ଏହାପ‌ରେ ମନ୍ଦିରରେ ପ୍ରବେଶ କରି ଭଗବାନ ହନୁମାନଙ୍କୁ ପ୍ରଣାମ କରିଥିଲା। କିଛି ସମୟ ଭଗବାନଙ୍କୁ ଦେଖିବା ପରେ ପ୍ରଭୁ ପିନ୍ଧିଥିବା ମୁକୁଟକୁ ଚୋରି କରି ଚୋର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଅଧିକପଢ଼ନ୍ତୁ:ରାଷ୍ଟ୍ରୀୟ ଶୋକ ବେଳେ ଛୁଟି କଟେଇବାକୁ ରାହୁଲ ଗାନ୍ଧି ଗଲେ ଭିଏତନାମ

ଏହି ‌ଚୋରି ଘଟଣାକୁ ନେଇ ମନ୍ଦିର ପୂଜାରୀ ଅଶୋକ ଦୁବେଙ୍କ ଅଭିଯୋଗ କ୍ରମେ ପୁଲିସ ମନ୍ଦିରରେ ପହଞ୍ଚି ସିସିଟିଭି ଫୁଟେଜକୁ ଜବତ କରି ମାମଲା ରୁଜୁ କରି ଚୋରକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ଚୋରକୁ ଗିରଫ କରାଯିବ ବୋଲି ପୁଲିସ ଅଧିକାରୀ ବହାଦୁର ସିଂହ ସୂଚନା ଦେଇ କହିଛନ୍ତି।

ଅଧିକପଢ଼ନ୍ତୁ: ନଦୀରୁ ମିଳିଲା ନିଖୋଜ ଥିବା ଭାରତୀୟ ଛାତ୍ରୀଙ୍କ ମୃତଦେହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe