Dead Body: ନଦୀରୁ ଉଦ୍ଧାର ମହିଳାଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

Advertisment

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଡୁଡାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ନିଖୋଜ ନେଇ ଗତକାଲି କୋରକୋଣ୍ଡା ଥାନାରେ ଏତଲା ଦାୟର ହୋଇଥିଲା।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଡୁଡାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ନିଖୋଜ ନେଇ ଗତକାଲି କୋରକୋଣ୍ଡା ଥାନାରେ ଏତଲା ଦାୟର ହୋଇଥିଲା।

Untitled-29

Head less dead body of woman recovered. Photograph: (sambad.in)

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଡୁଡାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ନିଖୋଜ ନେଇ ଗତକାଲି କୋରକୋଣ୍ଡା ଥାନାରେ ଏତଲା ଦାୟର ହୋଇଥିଲା। ଆଜି ସକାଳେ ମହିଳାଙ୍କ ମୁଣ୍ଡ ବିହୀନ ଶବକୁ ପରିବାର ଲୋକେ ଚିହ୍ନଟ କରି କୋରକୋଣ୍ଡା ପୁଲିସକୁ ସୂଚନା ଦେଇଥିଲେ। କୋରକୋଣ୍ଡା ପୁଲିସ ଏହି ଘଟଣାର ତଦନ୍ତ କରୁଥିବା କହିଛି।

ଘଟଣା ଅନୁଯାୟୀ କୋରକୋଣ୍ଡା ଥାନା ଅଂଚଳର ରାଖାଲଗୁଡା ଗ୍ରାମର ସ୍ବର୍ଗତ ମୁକ୍କା ପଡିଆମିଙ୍କ ପତ୍ନୀ ଲାକେ ପଡିଆମି(୫୦) ଗତକାଲି ଠାରୁ ନିଖୋଜ ଥିଲେ। ପରିବାର ଲୋକେ ଲାକେ ପଡିଆମି ଗତକାଲି ଠାରୁ ନିଖୋଜ ଥିବା ନେଇ କୋରକୋଣ୍ଡା ଥାନାରେ ଏତଲା ଦାୟର କରିଥିଲେ। କୋରକୋଣ୍ଡା ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରୁଥିବା ବେଳେ ଆଜି ସକାଳୁ କାଲିମେଳା ବ୍ଲକର ଡୁଡାମେଟଲା ନଦୀରେ ମହିଳାଙ୍କ ମୁଣ୍ଡ ବିହୀନ ଶବ ପଡିଥିବା ଜାଣିବା ପରେ ପରିବାର ଲୋକେ ସେଠାକୁ ଯାଇ ଦେଖିଲା ବେଳକୁ ମହିଳା ଜଣକ ଲାକେ ପଡିଆମି ବୋଲି ପରିବାର ଲୋକେ କହିଥିଲେ।

ଆହୁରି ପଢ଼ନ୍ତୁ: Threat Kantabanjhi Mla Laxman Bag ଦାଦନ ‌ଚାଲାଣ ରୋକିବା ବେଳେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଦେଲେ କାଉନସିଲର ବଣ୍ଟି ଖାନ୍

ପୁଲିସର ତଦନ୍ତ ଜାରି

ଖବର ପାଇ କୋରକୋଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକେ ମହିଳାଙ୍କୁ ମୁଣ୍ଡ କାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ତେବେ କିଏ ଓ କାହିଁକି ଲାକେ ପଡିଆମିଙ୍କୁ ହତ୍ୟା କରିଛି ତାକୁ ନେଇ ପରିବାର ଲୋକେ ଏବେ ଚିନ୍ତାରେ ପଡିଛନ୍ତି। ପୁଲିସ ମଧ୍ୟ ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ହୋଇଥାଇପାରେ ବୋଲି କହିଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଆଇଆଇସି ହିମାଂଶୁ ବାରିକ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: Student Residential School Pregnant: ମାଲକାନଗିରିରେ ଚାଞ୍ଚଲ୍ୟ: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe