ଭୁବନେଶ୍ବର: ସୁନ୍ଦରଗଡ଼ର ଜଣେ ଝିଅକୁ ତାର ପ୍ରେମିକ ଝାରସୁଗୁଡ଼ାରୁ ଅପହରଣ କରି ଅତି ନୃଶଂସ ଭାବେ ହତ୍ୟା କରିବା ଏବଂ ଇସ୍ପାତ ନଗରୀ ‘ରାଉରକେଲା’ରେ ୬ ଖଣ୍ଡ କରି ଭିନ୍ନଭିନ୍ନ ସ୍ଥାନରେ ଫିଙ୍ଗିବା ଘଟଣା ନେଇ ରାଜ୍ୟ ସାରା ଚର୍ଚ୍ଚା ହେଉଛି। ଏହି ଲୋମଟାଙ୍କୁରା ହତ୍ୟକାଣ୍ଡ ଜାତୀୟ ଗଣମାଧ୍ୟମରେ ଏକ ଚର୍ଚ୍ଚିତ ଖବର ପାଲଟିଛି। ଏହାରି ମଧ୍ୟରେ ତିନିଦିନ ଭିତରେ ରାଜ୍ୟରେ ଜଣେ ନାବାଳିକା ଓ ୩ ଜଣ ମହିଳାଙ୍କୁ ମୃତ୍ୟୁକୁ ହତ୍ୟାକାଣ୍ଡ ଭାବରେ ଦେଖାଯାଉଛି। ସୁନ୍ଦରଗଡ଼, ନୟାଗଡ଼ ଓ କଟକ ଜିଲ୍ଲାରେ ରକ୍ତ ଜୁଡୁବୁଡୁ ଓ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି।
ଏହି ଖବର ପଢ଼ନ୍ତୁ: ଗର୍ଭବତୀଙ୍କୁ ଗୁଳିକରି ହତ୍ୟା
ମହିଳାଙ୍କ ପାଇଁ ଏକାଧିକ ଆଇନ୍ ରହିଛି। କିନ୍ତୁ ଏହା ସରକାରୀ କାଗଜକଲମରେ ସୀମତି ରହିଯାଉଛି। ଅଭିଯୁକ୍ତମାନେ ଆଇନ୍ ବ୍ୟବସ୍ଥାକୁ ଖାତିର କରୁନାହାନ୍ତି। ପୁଲିସ ମଧ୍ୟ ସବୁ ଅଭିଯୁକ୍ତଙ୍କୁ ନିଜର ଅକ୍ତିଆରକୁ ଆଣିପାରୁ ନାହିଁ। ଫଳରେ ଅପରାଧ ତାଲିକା ବଢ଼ିବଢ଼ି ଚାଲିଛି। ବିଗତ ଦିନରେ ରାଜ୍ୟରେ ଯେଉଁ ଚର୍ଚ୍ଚିତ ହତ୍ୟାକାଣ୍ଡଗୁଡ଼ିକ ଘଟିଛି, ଏଥିରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରି ନାହିଁ। ସୁରକ୍ଷା ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହୋଇପାରି ନଥିବାରୁ ଅପରାଧୀମାନେ ଜଘନ୍ୟ ହତ୍ୟାକାଣ୍ଡ କରିବାକୁ ଭୟ କରୁନାହାନ୍ତି।
କଟକ ଜିଲ୍ଲା କନ୍ଦରପୁର ଥାନା ପରମହଂସ ନିକଟ ନଦୀ ପଠାରୁ ଆଜି ସକାଳୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ଯଦିଓ ମିଳିପାରି ନାହିଁ, ତାଙ୍କର ବୟସ ୩୦ରୁ ୩୫ ବର୍ଷ ହେବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ନଦୀପଠାରେ ମହିଳାଙ୍କ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି। ମୃତ ମହିଳାଙ୍କ ବେକ ଓ ମୁହଁରେ ଗଭୀର ଆଘାତ ଲାଗିଛି। ତାଙ୍କୁ କିଏ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ୨ହାତରେ ଟାଟୁ ରହିଛି। ଡାହାଣ ହାତରେ ହୋଇଥିବା ଟାଟୁରେ ‘ଓଁ ବାବା ବଳିଆ’ ଲେଖାଯାଇଛି। ଏଥିସହ ମୃତଦେହ ନିକଟରୁ ଛୋଟ ପିଲାର ଖାଦ୍ୟ, ଦେଢ଼ ବର୍ଷ ଝିଅ ଡ୍ରେସ ଓ ଗୁଟୁଖା ଜବତ କରାଯାଇଛି। ଏଥିସହ ଜଣେ ପୁରୁଷଙ୍କ ପୋଷାକ ମଧ୍ୟ ମିଳିଛି।
ଏହି ଖବର ପଢ଼ନ୍ତୁ: ମହିଳାଙ୍କୁ ଅସଦାଚରଣ ପରେ ଭିଡ଼ହିଂସା
ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅଧୀନସ୍ଥ କୁଜାେମଣ୍ଢି ପଞ୍ଚାୟତର ଗଙ୍ଗାଡ଼ିହ ଗ୍ରାମ ନିକଟସ୍ଥ କାଙ୍କାଲି ପାହାଡ଼ ନିକଟରେ ଗୁରୁବାର ଜଣେ ମହିଳାଙ୍କୁ ଗଳାକାଟି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। କିଛି ଲୋକ ଗାଈ ଚରାଇ ଯାଇଥିବା ବେଳେ ମହିଳାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ପୁଲିସକୁ ସୂଚନା ଦେଇଥିଲେ। ହତ୍ୟାକାରୀମାନେ ପ୍ରାୟ ୪୫ ବର୍ଷୀୟ ମହିଳାଙ୍କୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିଲେ। ସଂପୃକ୍ତ ମହିଳାଙ୍କର ମଧ୍ୟ ପରିଚୟ ମିଳିପାରି ନାହିଁ। ମହିଳାଙ୍କ ବେକ କଟାଯିବା ସହ ପେଟ ଜଙ୍ଘ ଆଦି ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇ ନଥିବା ସ୍ଥାନୀୟ ଅଧିବାସୀ କହିଥିବା ବେଳେ କିଏ ଓ କିଭଳି ଏଠାରେ ହତ୍ୟାକାଣ୍ତ ଭିଆଇଲା ତାକୁନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଏପରିକି ମହିଳାଙ୍କ ପରିଚୟ ଜାଣିବା ପାଇଁ ତାରସିଂ ଓ ଭଞ୍ଜନଗର ଥାନା ଅଞ୍ଚଳକୁ ଫଟୋ ପଠାଯାଇ ପରିଚୟ ଖୋଜା ଚାଲିଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।
ଏହି ଖବର ପଢ଼ନ୍ତୁ: ଥଣ୍ଡା ବଢ଼ିବା ସହ ଜାଡ଼ ଆରମ୍ଭ
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଟିକାୟତପାଲି ଥାନା ଅନ୍ତର୍ଗତ ଜର୍ଡାପାଲିରେ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ୭ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ବୁଧବାର-ଗୁରୁବାର ରାତିରେ ଏହି ଗୁଳି କାଣ୍ଡ ହୋଇଥିଲା। ମହିଳା ଜଣକ ନିଜ ଘରେ ଥିବା ବେଳେ ଦୁଇ ଜଣ ଯୁବକ ଆସି ତାଙ୍କ ଘର କବାଟ ବାଡେଇ ଥିଲେ। କବାଟ ଖୋଲିବା ବେଳେ ଦୁବୃର୍ତ୍ତ ଦ୍ବୟ ତାଙ୍କ ବେକରୁ ସୁନା ଚେନ୍ ଲୁଟି ଥିଲେ। ମହିଳା ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ଅତି ନିକଟରୁ ତାଙ୍କୁ ଗୁଳି କରି ଫେରାର ହୋଇ ଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉକ୍ତ ମହିଳାଙ୍କୁ ବଣାଇ ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ଏହି ଖବର ପଢ଼ନ୍ତୁ: ଜେଲ ଗଲେ ଅଲ୍ଲୁ ଅର୍ଜୁନ; ନିରାଶ ହେଲେ ଫ୍ୟାନ୍ସ
ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହିର କୁନା କିସାନ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକୁ ନୃଶଂସ ଭାବେ ହତ୍ୟା କରିବା ଘଟଣା ଦେଶବ୍ୟାପି ବଡ଼ ଖବର ପାଲଟିଛି। ୨୦୧୮ରୁ ଭଲ ପାଇ ଆସୁଥିଲା ପ୍ରେମିକାକୁ ପ୍ରତିଶୋଧ ପରାୟଣ ହୋଇ ଝାରସୁଗୁଡ଼ାରୁ ଅପହରଣ ପରେ ହତ୍ୟା କରିଛି। ଏକ ମାମଲାରେ ସାହାଯ୍ୟ ନକରିବାରୁ ସମ୍ଭବତଃ ଉଭୟଙ୍କ ମଧ୍ୟରେ ପ୍ରେମରେ ଫାଟ ସୃଷ୍ଟି ହୋଇଥିଲା। ଏକ ଦୁଷ୍କର୍ମ ମାମଲାର ଅଭିଯୋଗ କ୍ରମେ ଗତବର୍ଷ ସେ ଜେଲ୍ ଯାଇଥିଲା। ଅଭିଯୁକ୍ତ ୧୫ ଦିନ ପୂର୍ବରୁ ଜେଲରୁ ଫେରିଥିଲା। ଜେଲ୍ରୁ ଫେରିବା ପରେ ଝାରସୁଗୁଡ଼ାରେ ନିଜ ମାଉସୀ ଘରେ ପ୍ରେମିକକୁ କୌଶଳ କ୍ରମେ ଡାକି ନେଇଯାଇଥିଲା। ହତ୍ୟା କରି ଏଣେତେଣେ ଫିଙ୍ଗି ଥିଲା। ଘଟଣା ଦିନ ନାବାଳିକା ଆଉ ମାଉସୀ ଘରକୁ ଫେରି ନଥିଲା। ଅନ୍ୟପଟରେ ନାବାଳିକା ଜଣକ ନିଖୋଜ ନେଇ ଗତ ୭ ତାରିଖରେ ଥାନାରେ ଏକ ଏତଲା ଦିଆଯାଇଥିଲା। ଏତଲା କ୍ରମେ ପୁଲିସ ଅଭିଯୁକ୍ତ ନିକଟରେ ପହଞ୍ଚି ଗିରଫ କରିଥିଲା।