ଘୁ. ଉଦୟଗିରି: ଦିନକୁ ଦିନ ଖସୁଛି ତାପମାତ୍ରା। ବଢୁଛି ଥଣ୍ଡା। ଥଣ୍ଡା ବଢ଼ିବା ସହ ଜାଡ଼ ଆରମ୍ଭ ହୋଇଯାଇଛି। କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ। ଗତବର୍ଷ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ସାରା ଓଡ଼ିଶାରେ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ କମ୍ ତାପମାତ୍ରା ସହ ଥଣ୍ଡାର ସହର ଭାବେ ରେକର୍ଡ କରିଛି।
ଏହି ଖବର ପଢ଼ନ୍ତୁ: ଶିମିଳିପାଳରେ ପ୍ରବଳ ଶୀତ
ଥଣ୍ଡାର ସହରରେ ବର୍ତ୍ତମାନ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ଲାଗିଛି। ବିଶେଷ କରି ଯୁବ ପିଢ଼ି ଥଣ୍ଡାର ମଜା ଉଠେଇବା ସହ କୁହୁଡି ସହ ବିଭିନ୍ନ ହିଲଟପ୍ରେ ବୁଲି ଜଙ୍ଗଲ ପାହାଡ଼ରେ ରିଲସ ସୁଟିଙ୍ଗ କରିବା ପାଇଁ ଘୁ.ଉଦୟଗିରି ସହରରେ ଡେରା ପକାଇଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।
ଏହି ଖବର ପଢ଼ନ୍ତୁ: ବଢୁଛି ଶୀତର ପ୍ରକୋପ
/sambad/media/media_files/2024/12/13/g-udayagiri-winter.jpg)
ପୂରା ରାଜ୍ୟରେ ପ୍ରବଳ ଥଣ୍ଡା ଲୋକଙ୍କୁ କଲବଲ କରୁଛି। ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରିରେ ଆଜି ତାପମାତ୍ରା ୮.୪ ଡିଗ୍ରି ରେକର୍ଡ କରାଯାଇଛି। ଲୋକେ ଶରୀରକୁ ଉତ୍ତାପ ରଖିବା ପାଇଁ ନିଆଁର ନିକଟତର ହେଉଛନ୍ତି। କନ୍ଧମାଳ ଜିଲ୍ଲାରେ ଏବେ ଲେକେ ଶୀତବସ୍ତ୍ରକୁ ଗୁରୁତ୍ବ ଦେଉଛନ୍ତି।
ଗତ ୪ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ପାରଦ ତଳ ମୁଁହା ହେବାରେ ଲାଗିଛି। ଗତକାଲି ୯.୨ଡିଗ୍ରୀ ତାପମାତ୍ରା ଥିବା ବେଳେ ଆଜି ୮.୪କୁ ଖସିଯାଇଥିବା ସୂଚନା ମିଳିଛି। ପ୍ରବଳ କୁହୁଡି ଯୋଗୁଁ ଯାତାୟତ ରେ ସମସ୍ୟା ଦେଖାଦେଇଉଛି। ସକାଳ ୯ଟା ପରେ ସୂର୍ଯ୍ୟଙ୍କ ଦର୍ଶନ ମିଳୁଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ ହାତ ଗୋଡ଼ କାଲୁଆ ମାରିଯାଉଛି। ସଞ୍ଜ ନଇଁଲେ ସହର ବଜାର ଜନଶୁନ୍ୟ ଦେଖାଯାଉଛି। ଲୋକ ନିଆଁର ସାହାରରେ ରହୁଥିବା ବେଳେ ସକାଳ ଏବଂ ସନ୍ଧ୍ୟାରେ ପ୍ରବଳ ଥଣ୍ଡା ଯୋଗୁଁ ଚାହା ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।
ଏହି ଖବର ପଢ଼ନ୍ତୁ: ଅଲୁଙ୍କ ସପକ୍ଷରେ ବାହାରିଲେ ବରୁଣ
ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ଶୀତ ଏକ ପ୍ରକାର ଲୁଚକାଳି ଖେଳୁଛି। କିଛି ଦିନ ଥଣ୍ଡାର ପ୍ରକୋପ ବଢ଼ିଥିବା ବେଳେ ପାଗ ବଦଳିବା ଯୋଗୁଁ ପୁଣି ଥଣ୍ଡା କମି ଯାଉଛି। ବର୍ତମାନ ଚାରି ଦିନ ହେଲା ପୁଣି ପାରଦ ତଳମୁହାଁ ହେବା ସାଙ୍ଗକୁ ପ୍ରବଳ ଥଣ୍ଡା ଜାଡ଼ ସହ କୁହୁଡ଼ିର ଚାଦର ଭିତରେ ସାରା ଅଞ୍ଚଳ ରହିଲା ଭଳି ଅନୁଭବ ହେଉଛି।
ଏହି ଖବର ପଢ଼ନ୍ତୁ: ପାକିସ୍ତାନ ସହ ସମ୍ପର୍କ ସ୍ଥାପନ ପାଇଁ ଜୟଶଙ୍କର ରଖିଲେ ଏହି ସର୍ତ୍ତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/13/g-udayagiri-winter2.jpg)