ବିଳାସପୁର: ଗତ ସୋମବାର ଛତିଶଗଡ଼ର ବିଳାସପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କାନ୍ଥରେ ପିଲାଙ୍କ ପାଇଁ କିଛି ବାର୍ତ୍ତା ଲେଖି ଜୀବନ ହାରି ଦେଇଛନ୍ତି ଦମ୍ପତି। ଘଟଣା ସମ୍ପର୍କରେ ଖବର ପାଇ ଫରେନସିକ୍ ଦଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
କୋଠରୀର କାନ୍ଥରେ ଲିପଷ୍ଟିକ୍ରେ ଲେଖାଥିଲା ସୁଇସାଇଡ଼ ନୋଟ
ସୂଚନାଯୋଗ୍ୟ, ବିଳାସପୁରର ସରକଣ୍ଡା ଥାନା ଅଞ୍ଚଳରେ ଥିବା ଅଟଳ ଆବାସ କଲୋନୀରେ ରାଜ ତାମ୍ବେ ତାଙ୍କ ସ୍ତ୍ରୀ ନେହା ଓରଫ ଶିବାନୀ ତାମ୍ବେଙ୍କ ସମେତ ତିନି ଜଣ ପିଲାଙ୍କ ସହିତ ବସବାସ କରୁଥିଲେ। ଗତ ସୋମବାର ରାଜଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୁଲିସ ଘରୁ ଉଦ୍ଧାର କରିଥିବା ବେଳେ ନେହା ଓରଫ ଶିବାନୀ ତାମ୍ବେଙ୍କ ମୃତଦେହ ବିଛଣାରେ ପଡ଼ିଥିଲା। କୋଠରୀର କାନ୍ଥରେ ଲିପଷ୍ଟିକ୍ରେ ଲେଖାଥିଲା ସୁଇସାଇଡ଼ ନୋଟ। କାନ୍ଥରେ ରାଜେଶ ବିଶ୍ୱାସ ନାମକ ଜଣେ ବ୍ୟକ୍ତିଙ୍କ ନାମ ଏବଂ ମୋବାଇଲ୍ ନମ୍ବର ଲେଖାଥିବା ସହିତ ଉଲ୍ଲେଖ ଅଛି କି, ‘ "ଆମେ ରାଜେଶ ବିଶ୍ୱାସଙ୍କ ଯୋଗୁଁ ଜୀବନ ହାରି ଦେଉଛି, ପିଲାମାନେ ଆମେ ତୁମକୁ ଖୁବ ଭଲପାଉ।"
ଅଧିକପଢ଼ନ୍ତୁ:ତା’ର ଅବସ୍ଥା ଭଲ ନାହିଁ, ତା’ ପାଇଁ ପ୍ରାର୍ଥନା କରନ୍ତୁ: ପଲାଶଙ୍କ ଭଉଣୀ
ଘରୁ ଉଦ୍ଧାର ଦେଲା ଦମ୍ପତିଙ୍କ ମୃତଦେହ
ଦମ୍ପତିଙ୍କ ପଡ଼ୋଶୀଙ୍କ କହିବାନୁଯାୟୀ, ଦମ୍ପତିଙ୍କ ପ୍ରେମ ବିବାହ ହୋଇଥିଲା। ଦୁହେଁ ପ୍ରାୟ ୧୦ ବର୍ଷ ହେବ ଅଟଳ ଆବାସ କଲୋନୀରେ ସେମାନଙ୍କ ତିନିଜଣ ପିଲାଙ୍କୁ ଧରି ଏକାଠି ରହୁଥିଲେ। ସମୟସମୟରେ ଜଣେ ବ୍ୟକ୍ତିଙ୍କ ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। ନଭେମ୍ବର ୨୪ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଘରୁ କେହି ବାହାରକୁ ବାହାରି ନଥିଲେ। ଦମ୍ପତିଙ୍କ ସମ୍ପର୍କୀୟ କୌଣସି କାମରେ ଘରକୁ ଆସି ଡାକ ପକାଇଥିଲେ କିନ୍ତୁ କେହି କବାଟ ଖୋଲି ନଥିଲେ। ଘରର ଝରକା ଖୋଲାଥିଲା। ଝରକାପାର୍ଶ୍ବରୁ ଯେଉଁ ଦୃଶ୍ୟ ଦେଖିଥିଲୁ ସ୍ବବ୍ଧ ହୋଇଯାଇଥିଲୁ। ଏହାପରେ ଆମେ ସମସ୍ତେ ମିଶି ତୁରନ୍ତ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲୁ। ଫ୍ୟାନରେ ରାଜ ତାମ୍ବେଙ୍କ ମୃତଦେହ ଝୁଲୁଥିବା ବେଳେ ବିଛଣାରେ ପଡ଼ିଥିଲା ଶିବାନୀ ତାମ୍ବେଙ୍କ ମୃତଦେହ। ସଙ୍ଗେସଙ୍ଗେ ପରିବାରଲୋକ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।
ଲିଖିତ ସୁଇସାଇଡ ନୋଟ୍ ଜବତ
ଖବର ପାଇ ପୁଲିସ ଓ ଫରେନ୍ସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫରେନ୍ସିକ୍ପ ରୀକ୍ଷାରୁ ସ୍ତ୍ରୀଙ୍କ ବେକରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ସନ୍ଦେହ କରାଯାଉଛି ସ୍ୱାମୀ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ପରେ ନିଜେ ଜୀବନ ହାରି ଦେଇଛନ୍ତି।
ପୁଲିସ ଘଟଣାସ୍ଥଳରୁ ଏକ ଲିଖିତ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଛି, ଯେଉଁଥିରେ କାନ୍ଥରେ ଲେଖାଯାଇଥିବା ସମାନ ଅଭିଯୋଗ ଉଲ୍ଲେଖ ଅଛି। ଘଟଣାର ତଦନ୍ତ ଜାରି ରହିଛି।
ଅଧିକପଢ଼ନ୍ତୁ:ମିଜୋରାମ-ମଣିପୁରରୁ ଇହୁଦୀଙ୍କର ହଜିଲା ଜନଜାତିଙ୍କୁ ଫେରାଇ ନେବେ ନେତାନ୍ୟାହୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/26/new-project-5-2025-11-26-18-17-19.jpg)