ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲ ନଭେମ୍ବର ୨୩ରେ ବିବାହ ବନ୍ଧନରେ ବାନ୍ଧି ହେବାର ଥିଲା। ହେଲେ ବିବାହ ଦିନ ଘଟିଥିବା ଘଟଣା ତାଙ୍କ ବିବାହରେ କଣ୍ଟା ସାଜିଥିଲା। ବିବାହ ଉତ୍ସବ ଆରମ୍ଭ ହେବା ସହ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ୍ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ବାକି ଥିଲା ହୋମନିଆଁକୁ ସାକ୍ଷୀ ରଖି ବିବାହ କରିବା। ହେଲେ ବିବାହର କିଛି ଘଣ୍ଟା ପୂର୍ବରୁ ସ୍ମୃତିଙ୍କ ବାପା ଅସୁସ୍ଥ ହୋଇପଡ଼ିଥିଲେ। ହୃଦଘାତର ଲକ୍ଷଣ ଦେଖାଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବାପା ସୁସ୍ଥ ନହେବା ଯାଏ ସ୍ମୃତି ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।
ପଲାଶଙ୍କ ପାଇଁ ପାଇଁ ପ୍ରାର୍ଥନା କରନ୍ତୁ: ଭଉଣୀ
ବିବାହ ଘୁଞ୍ଚିବା ପରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଛି। ପଲାଶ, ସ୍ମୃତିଙ୍କୁ ଧୋକା ଦେଇ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏମଧ୍ୟରେ ତାଙ୍କ ସମ୍ପର୍କୀୟ ଭଉଣୀ ନୀତି ଟାକ୍ ତାଙ୍କୁ ସମର୍ଥନ କରି ପୋଷ୍ଟ କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ନୋଟ ସେୟାର କରି ସେ ଲେଖିଛନ୍ତି, "ପଲାଶ ଆଜି ଏକ ଅତ୍ୟନ୍ତ ଜଟିଳ ଅବସ୍ଥା ଦେଇ ଗତି କରୁଛନ୍ତି। ସତ୍ୟ ନଜାଣି ଆପଣମାନେ ସମସ୍ତେ ପଲାଶଙ୍କୁ ଭୁଲ୍ ବୋଲି ଭାବିବା ଉଚିତ୍ ନୁହେଁ। ଆଜି, ପ୍ରଯୁକ୍ତିବିଦ୍ୟା ମଣିଷଙ୍କୁ ପଛରେ ପକାଇ ଦେଇଛି। ତେଣୁ ଲୋକମାନେ ଗୁଜବ ଆଧାରରେ ପଲାଶଙ୍କୁ ବିଚାର କରିବା ଉଚିତ୍ ନୁହେଁ... ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ।"
ଆହୁରି ପଢ଼ନ୍ତୁ: Cyclone Senyar IMD Alert: ବାତ୍ୟା ‘ସେନ୍ୟାର’ ଉପକୂଳରେ ମାଡ଼ ହେବ: ଓଡ଼ିଶା ସମେତ ୬ ରାଜ୍ୟରେ ପ୍ରବଳ ବର୍ଷା ପୂର୍ବାନୁମାନ
ଏବେ ବି ହସ୍ପିଟାଲରେ ପଲାଶ
ପଳାଶ ବର୍ତ୍ତମାନ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିବାହ ଅଟକିବା ପରେ ପଲାଶଙ୍କ ଭଉଣୀ ପଲକ ଇନଷ୍ଟାଗ୍ରାମରେ ବିବାହ ସ୍ଥଗିତ ରହିବା ଖବର ନିଶ୍ଚିତ କରିଥିଲେ। ସେ ଲେଖିଥିଲେ, "ସ୍ମୃତିଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ଯୋଗୁଁ ସ୍ମୃତି ଏବଂ ପଲାଶଙ୍କ ବିବାହ ସ୍ଥଗିତ ରଖାଯାଇଛି। ଏହି ସମ୍ବେଦନଶୀଳ ସମୟରେ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ଆମେ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛୁ।"
ବିବାହ କାର୍ଯ୍ୟକ୍ରମର ସବୁ ଫଟୋ ହଟାଇଲେ ସ୍ମୃତି
ଏବେ ସ୍ମୃତି ସୋସିଆଲ ମିଡିଆରୁ ନିଜ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ୍ କାର୍ଯ୍ୟକ୍ରମ ସବୁ ଫଟୋ ଓ ଭିଡିଓ ହଟାଇ ଦେଇଥିବା ଦେଖାଯାଇଛି। ବିବାହ ସ୍ଥଗିତ ରହିବା ପରେ ସ୍ମୃତି କାହିଁକି ଏଭଳି କଲେ ତାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି। ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସେ ପ୍ରତି କାର୍ଯ୍ୟକ୍ରମର ଫଟୋ ସେୟାର କରିଥିଲେ। ଏମିତି କି ଭାରତୀୟ କ୍ରିକେଟର ଜେମିମା ରଡ୍ରିଗ୍ସ ମଧ୍ୟ ବିବାହର ଅନେକ ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ। ଏବେ ଜେମିମା ମଧ୍ୟ ପୋଷ୍ଟ ହଟାଇଛନ୍ତି।
ଆହୁରି ପଢ଼ନ୍ତୁ: Palashs Mother Reaction: ପୁଅର ବିବାହ ସ୍ଥଗିତ ହେବାପରେ ମା’ ଦେଲେ ପ୍ରତିକ୍ରିୟା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/26/palash-2025-11-26-16-08-39.jpg)