ଲକ୍ଷ୍ମୌ: ଉତ୍ତରପ୍ରଦେଶର ଶ୍ରାବସ୍ତିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରୁ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ଏକାଠି ମୃତଦେହ ମିଳିବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।। ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ତିନି ପିଲାଙ୍କ ମୃତ୍ୟୁ ସନ୍ଦେହଜନକ ପରିସ୍ଥିତିରେ ହୋଇଛି।
ଗ୍ରାମବାସୀଙ୍କ କହିବାନୁସାରେ, ଶ୍ରାବସ୍ତିର ଇକୌନା ଥାନା ଅଞ୍ଚଳ ଅନ୍ତର୍ଗତ କୈଳାସପୁର ମଣିହାର ତାରା ଗାଁରେ ରୋଜ ଅଲି ତାଙ୍କ ସ୍ତ୍ରୀ ଶାହନାଜ, ଦୁଇ ଝିଅ ଏବଂ ଗୋଟିଏ ପୁଅ ସହିତ ବସବାସ କରୁଥିଲେ। ରୋଜ ସାତ ଦିନ ପୂର୍ବରୁ ମୁମ୍ବାଇରୁ ଘରକୁ ଫେରିଥିଲେ। ଶୁକ୍ରବାର ସକାଳେ ସେ ରହୁଥିବା କୋଠରୀର ଦ୍ୱାର ଅନେକ ସମୟ ପର୍ଯ୍ୟନ୍ତ ଖୋଲା ଯାଇ ନଥିଲା କି ତାଙ୍କ ପରିବାର ସଦସ୍ୟଙ୍କ ଦେଖା ମିଳି ନଥିଲା। ଏଭଳି ପରିସ୍ଥିତିକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା। ଏହାପରେ କିଛି ଗ୍ରାମବସୀ ରୋଜ ରହୁଥିବା ଘରର ଝରକା ଦେଇ ଭିତରକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଅଧିକପଢ଼ନ୍ତୁ:ଗଜପତି ଡ୍ରଗ ଇନିସ୍ପେକ୍ଟରଙ୍କ ନେତୃତ୍ବରେ କାଶୀନଗରରେ ଚଢ଼ାଉ
ଘରୁ ମିଳିଲା ସ୍ବାମୀ, ସ୍ତ୍ରୀ ଓ ତିନିଜଣ ପିଲାଙ୍କ ମୃତଦେହ
ଘର ଭିତରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ତିନି ପିଲାଙ୍କ ମୃତଦେହ ପଡ଼ିଥିଲା। ତୁରନ୍ତ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୋଜଙ୍କ ସମେତ ତାଙ୍କ ସ୍ତ୍ରୀ ଓ ତିନିଜଣ ପିଲାଙ୍କ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ପୁଲିସ ରୋଜଙ୍କ ପରିବାରର ମୃତ୍ୟୁକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଖବର ଲେଖାହେଲା ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲା।। ଏକ ଫୋରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚରେ ଲାଗିପଡ଼ିଛି।
୫ଜଣ ସଦସ୍ୟଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଯଦି ପରିବାର ସଦସ୍ୟ ଜୀବନ ହାରିଛନ୍ତି ତେବେ ଏହା ପଛର କାରଣ କ’ଣ ଥାଇ ପାରେ। ଯଦି ଉକ୍ତ ପରିବାରକୁ କେହି ହତ୍ୟା କରିଛନ୍ତି ତେବେ ଘରର ଭିତର ପାର୍ଶ୍ବରୁ କେମିତି ଦ୍ବାର ଲକ ଥିଲା।
ଅଧିକପଢ଼ନ୍ତୁ:କାମରେ ଆସିଲେ ନାହିଁ ଉଭୟଙ୍କ ସହଯୋଗୀ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/14/untitled-11-2025-11-14-12-59-46.jpg)