ରାଇରଙ୍ଗପୁର/ବାଦାମପାହାଡ଼(ତୁଷାର କାନ୍ତ ମହାନ୍ତ):ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ବେଆଇନ୍ ଗୋ ଚାଲାଣ ଓ ଗୋ ହତ୍ୟା ନେଇ ବହୁଦିନରୁ ଅଭିଯୋଗ ହୋଇଆସୁଛି। ଏନେଇ ପୁଲିସ ମଧ୍ୟ ବାରମ୍ବାର ଧରପଗଡ଼ କରିଥିଲେ ମଧ୍ୟ ଦୁବୃର୍ତ୍ତମାନେ ଖାତିର କରୁନାହାନ୍ତି। ଆଜି ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହେଲା ପରେ ଏକ ଅଭାବନୀୟ ଘଟଣା ଘଟିଛି, ଯାହା ପ୍ରତକ୍ଷ୍ୟଦର୍ଶୀଙ୍କୁ ସ୍ତବ୍ଧ କରିଦେଇଛି। 

Advertisment

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଦୁଆଣି ନିକଟରେ ଏକ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ଓ ପଡ଼ିଥିଲା। ଓଲଟିବା ପରେ ଭ୍ୟାନରୁ ଦୁର୍ଗନ୍ଧ ବାହାରୁଥିବାର ସ୍ଥାନୀୟ ଲୋକେ ଜାଣିବାକୁ ପାଇଲେ। ପରବର୍ତ୍ତୀ ସମୟରେ ଦୁର୍ଘଟଣାଗ୍ରସ୍ତ ପିକଅପ୍ ଭ୍ୟାନ୍‌ରୁ ଚୋରା ଚାଲାଣ ହେଉଥିବା ଗୋରୁ ଚମଡ଼ା ଓ ହଜାରେରୁ  ଊର୍ଦ୍ଧ୍ବ କୋଟା ଗୋରୁ ମୁଣ୍ଡ ବାହାରିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: USA Conditions For Venezuela Oil Production: ତେଲ ଟ୍ୟାଙ୍କର ଫୁଲ୍ ହେଲେ ଟ୍ରେଜେରି ଖାଲି, ଭେନେଜୁଏଲା ଉପରେ ଆମେରିକାର ସର୍ତ୍ତ

ପୁଲିସର ତଦନ୍ତ ଜାରି

ଗ୍ରାମବାସୀମାନେ ସ୍ଥାନୀୟ ପୁଲିସକୁ ଡାକିବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ତେବେ ସେହି ଅଞ୍ଚଳର ପ୍ରାୟ ୩/୪ଟି ଗ୍ରାମର ଶତାଧିକ ଲୋକେ ଏକତ୍ରିତ ବେଆଇନ ଗୋ ଚାଲାଣ ଓ ଗୋ’ ହତ୍ୟାକୁ ବନ୍ଦ କରିବା ଦାବି ନେଇ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳକୁ ଏସପି, ଏଏସପି, ଏସଡିପିଓ ପହଞ୍ଚି ଗୋ ଚାଲାଣ ରକିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧରୁ ଓହରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଦୁର୍ଘଟଣାଗ୍ରସ୍ତ ପିକଅପ୍ ନଂ ଡବ୍ଲୁବି-୩୩ ଏଲ -୪୮୩୪କୁ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: Murder: ପାରିବାରିକ ଶତ୍ରୁତା ନେଲା ଉଗ୍ରରୂପ, ଯୁବକଙ୍କୁ ନିର୍ମମ ହତ୍ୟା

ଜାତୀୟ ରାଜପଥ ଅବରୋଧ

ରିପୋର୍ଟ ଲେଖା ହେବା ସୁଦ୍ଧା ଘଟଣାସ୍ଥଳ ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା ଓ ଏସଡିପିଓ ଗୋକୁଳା ନନ୍ଦ ସାହୁ, ଥାନାଧିକାରିଣୀ ବବିତାରାଣୀ ପୁହାଣ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଘଟଣାସ୍ଥଳରେ ବିଜେପିର ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ହାଁସଦା, ବଜରଙ୍ଗ ଦଳ, ହିନ୍ଦୁ ଜାଗରଣ ମଞ୍ଚ ସମେତ ବହୁ ହିନ୍ଦୁ ଧର୍ମର ଲୋକେ ପହଞ୍ଚି ଗୋ-ଚାଲାଣ, କଂସେଇ ଖାନା ସବୁକୁ ବନ୍ଦ କରିଥିବା ପାଇଁ ଦାବି କରିଛନ୍ତି। ରାଞ୍ଚି - ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥକୁ ଶତାଧିକ ଲୋକେ ଅବରୋଧ କରିଥିବା ବେଳେ ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି।