Lizard in kachori sabzi: ବାହାର ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ....ନଚେତ ଭୋଗିପାରନ୍ତି ସ୍ବାସ୍ଥ୍ୟ ସମସ୍ୟା

ଉତ୍ତର ପ୍ରଦେଶର ବାରବାଙ୍କୀ ପୁଲିସ ଲାଇନ ଛକ ନିକଟରେ ଥିବା ଏକ ଲୋକପ୍ରିୟ କଚୋଡ଼ି ଦୋକାନରେ ମିଳୁଥିବା ଅସ୍ବାସ୍ଥ୍ୟକର କଚୋଡ଼ି ଓ ତରକାରୀକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। 

Untitled-2

Lizard found kachori sabzi Photograph: (@sambad.in)

ଲକ୍ଷ୍ମୌ: ଘର ଅପେକ୍ଷା ବଜାରେ ମିଳୁଥିବା ଖାଦ୍ୟପ୍ରତି ଲୋକଙ୍କ ଅଧିକ ରୁଚି ରହିଥାଏ। ଏଭଳି ଲୋକଙ୍କୁ ବାହାରେ ଖାଦ୍ୟ ଖାଉଥିବା ସମୟରେ ସର୍ବଦା ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ନଚେତ ସ୍ବାସ୍ଥ୍ୟ ଖରାପ ହେବା ସହିତ ଜୀବନ ବି ବିପଦରେ ପଡ଼ିପାରେ।ଉତ୍ତର ପ୍ରଦେଶର ବାରବାଙ୍କୀ ପୁଲିସ ଲାଇନ ଛକ ନିକଟରେ ଥିବା ଏକ ଲୋକପ୍ରିୟ କଚୋଡ଼ି ଦୋକାନରେ ମିଳୁଥିବା ଅସ୍ବାସ୍ଥ୍ୟକର କଚୋଡ଼ି ଓ ତରକାରୀକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। 

ଲୋକପ୍ରିୟ କଚୋଡ଼ି ଦୋକାନର ଖାଦ୍ୟରୁ ବାହାରିଲା ଝିଟିପିଟି

ରିପୋର୍ଟ ଅନୁଯାୟୀ, ଜଣେ ଗ୍ରାହକ ‘ଗୁପ୍ତା ଜି କି ସ୍ବାଦିଷ୍ଟ କଚୋଡ଼ି’ ଦୋକାନରୁ କଚୋଡ଼ି ଓ ତରକାରୀ  କିଣି ଘରକୁ ନେଇଥିଲେ। ଘ‌ରେ ପରିବାରଲୋକଙ୍କ ସହ ବସି ଗ୍ରାହକ କଚୋଡ଼ି ଓ ତରକାରୀ ଖାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ସେଥିରୁ ବାହାରିଥିଲା ଏକ ମଲା ଝିଟିପିଟି। ଗ୍ରାହକ ଜଣକ ଏହି ଘଟଣାର ପ୍ରମାଣ ରଖିବା ପାଇଁ ଏକ ଭିଡିଓ କୈଦ କରିଥିଲେ। ଏହାପରେ ତୁରନ୍ତ କଚୋଡ଼ି ସହିତ ତରକାରୀକୁ ଧରି ଦୋକାନରେ ପହଞ୍ଚି ଘଟଣା ବିଷୟରେ ଦୋକାନ ମାଲିକଙ୍କୁ ଜଣାଇଥିଲେ।

ଅଧିକପଢ଼ନ୍ତୁ:ଜୁବିନଙ୍କୁ ହତ୍ୟା କରାଯାଇଥିବା ଦାବି କଲେ ଆସାମ ମୁଖ୍ୟମନ୍ତ୍ରୀ

ଗ୍ରାହକଙ୍କ ଅଭିଯୋଗକୁ ଗୁରୁତର ସହ ନନେଇ ଦୋକାନୀ କହିଲେ, "କିଛି ଅସୁବିଧା ନାହିଁ ଏହାକୁ ଫିଙ୍ଗି ଦିଅ, ମୁଁ ତୁମକୁ ଆଉ ଏକ ପ୍ଲେଟ କଚୋଡ଼ି ଓ ତରକାରୀ ଦେବି।" ଦୋକାନୀଙ୍କ ଠାରୁ ଏଭଳି ଉତ୍ତର ପାଇ ଗ୍ରାହକ ତୁରନ୍ତ ଘଟଣା ସମ୍ପର୍କ‌ରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନୀ ଓ ଗ୍ରାହକ ଉଭୟ ପକ୍ଷଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି।

କଚୋଡ଼ି ଦୋକାନରେ ସଫାସୁତୁରାରେ ଥିଲା ଅବହେଳା 

ଘଟଣା ସମ୍ପର୍କରେ ଖବର ପାଇ ଖାଦ୍ୟ ସୁରକ୍ଷା ବିଭାଗର ଏକ ଦଳ ତୁରନ୍ତ ‘ଗୁପ୍ତା ଜି କି ସ୍ବାଦିଷ୍ଟ କଚୋଡ଼ି’  ଦୋକାନରେ ପହଞ୍ଚିଥିଲା। ଅଧିକାରୀମାନେ କଚୋଡ଼ି ସହିତ ପରଷା ଯାଇଥିବା ତରକାରୀ ନମୁନା ସଂଗ୍ରହ କରି ସମଗ୍ର ରୋଷେଇ ଘର, ସଂରକ୍ଷଣ କ୍ଷେତ୍ର ଏବଂ ଖାଦ୍ୟ ସାମଗ୍ରୀ ଯାଞ୍ଚ କରିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଦୋକାନଘର ସଫାସୁତୁରା ନଥିବା ଜଣାପଡ଼ିଛି।

ଦୋକାନୀ ଏହି ଘଟଣାକୁ ନେଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ‘ମୋ ସହିତ ଦୋକାନର ସମସ୍ତ କର୍ମଚାରୀ ସର୍ବଦା ସଫାସୁତୁରା ପ୍ରତି ବିଶେଷ ଯତ୍ନ ନିଅନ୍ତି। ଏପରି ଘଟଣା ପ୍ରଥମ ଥର ପାଇଁ ଘଟିଛି।’

ଅଧିକପଢ଼ନ୍ତୁ:ଡକାୟତି ଯୋଜନା ବେଳେ ୩ ଡକାୟତଙ୍କୁ ମାଡ଼ି ବସିଲା ଅନୁଗୁଳ ପୁଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe