Jabalpur Railway Station Samosa Issue: ମାନବିକତା ହଜି ଗଲାଣିକି; ସିଙ୍ଗଡା ପ୍ୟାକିଂ ପାଇଁ କହିଥିବା ଗ୍ରାହକଙ୍କୁ ଟ୍ରେନରେ ଚଢ଼ିବାକୁ ଦେଲେ ନାହିଁ ବିକ୍ରେତା

ଗ୍ରାହକ ଟଙ୍କା ଦେଇ ନପାରିବାରୁ ବାଧ୍ୟ ହୋଇ ପିନ୍ଧିଥିବା ଘଣ୍ଟାକୁ ସିଙ୍ଗଡ଼ା ବିକ୍ରେତାଙ୍କୁ ଦେଇ ଟ୍ରେନ ଧରିବାକୁ ଦୌଡ଼ି ଯାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ବିକ୍ରେତାଙ୍କ ଲାଇସେନ୍ସ ବାତିଲ ପ୍ରକ୍ରିୟା ଆରମ୍ଭ କରାଯାଇଛି।

Untitled-31

ଭୋପାଳ: ମଧ୍ୟପ୍ରଦେଶର ଜବଲପୁର ରେଳ ଷ୍ଟେସନରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟକୁ ଦେଖି ଲୋକମାନେ ସିଙ୍ଗଡ଼ା ବିକ୍ରେତାଙ୍କ ଗିରଫଦାରୀ ଦାବି କରୁଛନ୍ତି।

ଘଟଣାଟି ହେଉଛି ଏପରି....ଜବଲପୁର ଷ୍ଟେସନରେ କିଛି ମିନିଟ୍ ପାଇଁ ଏକ ଟ୍ରେନ୍ ଅଟକିଥିଲା। ଏହି ସମୟରେ ଜଣେ ଯାତ୍ରୀ ସିଙ୍ଗଡ଼ା କିଣିବା ପାଇଁ ପ୍ଲାଟଫର୍ମକୁ ଓହ୍ଲାଇଥିଲେ। ସେ ଉକ୍ତ ସିଙ୍ଗଡ଼ା କିଣିବା ପାଇଁ ଅନଲାଇନରେ ଦେୟ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ନେଟୱାର୍କ ସମସ୍ୟା ଯୋଗୁଁ  ଟଙ୍କା ଦେଇ ପାରି ନଥିଲେ। ଠିକ୍ ଏହି ସମୟରେ ଟ୍ରେନଟି ହର୍ଣ୍ଣ ବଜାଇ ଧୀରେ ଧୀରେ ଧାରଣାରେ ଗଡ଼ିବାକୁ ଲାଗିଥିଲା। 
ଟ୍ରେନ ପଳାଇ ଯିବା ଭୟରେ ଯାତ୍ରୀ ବଗି ଆଡକୁ ଦୌଡ଼ି ଯାଉଥିବା ବେଳେ ପଛରୁ ସିଙ୍ଗଡ଼ା ବିକ୍ରେତା ଗ୍ରାହକଙ୍କ ସାର୍ଟ କଲରକୁ ଧରି ଟଙ୍କା ଦେବାକୁ ବାଧ୍ୟ କରିଥିଲେ।

ଅଧିକପଢ଼ନ୍ତୁ:ପ୍ରତିବାଦ ମଧ୍ୟରେ ମୁକୁଟ ପିନ୍ଧା AI ଭିଡିଓ ସେୟାର କଲେ ଟ୍ରମ୍ପ

 ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଉକ୍ତ ଗ୍ରାହକ ଜଣକ ନା ସିଙ୍ଗଡ଼ା ଖାଇଥିଲେ ନା ନେଇଥିଲେ। କେବଳ ନେବାପାଇଁ ସେ ପ୍ୟାକିଂ କରିବାକୁ କହିଥିଲେ କିନ୍ତୁ ଏ ସମୟରେ ଅନଲାଇନରୁ ଟଙ୍କା ପୈଠ ହୋଇ ପାରି ନଥିଲା। ତେଣୁ ସେ ସିଙ୍ଗଡ଼ା ଆବଶ୍ୟକ ନାହିଁ ବୋଲି ବିକ୍ରେତାଙ୍କୁ କହି ଚାଲି ଯାଉଥିବା ଟ୍ରେନକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ବିକ୍ରେତା ଗ୍ରାହକଙ୍କ ପିଛା ଛାଡ଼ି ନଥିଲେ। ଟଙ୍କା ଦେବାକୁ ବିକ୍ରେତା ଜିଦ ଧରି ବସିଥିଲେ।

ଅଧିକପଢ଼ନ୍ତୁ:ପୁଅର ମୃତ୍ୟୁ ଖବର ସହିନପାରି ଚାଲିଗଲା ମା’ର ଜୀବନ, ଏକାଠି ଉଠିଲା କୋକେଇ

ବହୁ ଚେଷ୍ଟା କରି ବି ଗ୍ରାହକ ଟଙ୍କା ଦେଇ ନପାରିବାରୁ ବାଧ୍ୟ ହୋଇ ପିନ୍ଧିଥିବା ଘଣ୍ଟାକୁ ସିଙ୍ଗଡ଼ା ବିକ୍ରେତାଙ୍କୁ ଦେଇ ଦେଇ ଜୀବନବିକଳରେ ଟ୍ରେନ ଧରିବାକୁ ଦୌଡ଼ି ଯାଇଥିଲେ।

ଭିଡିଓ ଭାଇରାଲ ହେବା ପରେ, ଜବଲପୁର ଡିଆରଏମ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ସିଙ୍ଗଡା ବିକ୍ରେତାଙ୍କୁ ଚିହ୍ନଟ କରାଯାଇଛି । ତାଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

jabalpur railway station samosa issue

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe