କୌଶାମ୍ବୀ: ପୁଅ ପଛେ ପଛେ ଚାଲିଗଲା ମା’। ପୁଅର ମୃତ୍ୟୁକୁ ସହି ନପାରିବାରୁ ଚାଲିଗଲା ମା’ର ପ୍ରାଣବାୟୁ। ଉତ୍ତରପ୍ରଦେଶର କୌଶାମ୍ବୀ ଜିଲ୍ଲାରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ଦୀପାବଳିର ଠିକ୍ ଗୋଟିଏ ଦିନ ପୂର୍ବରୁ, ଏଭଳି ଜଣେ ମାଆ ଏବଂ ପୁଅର ମୃତ୍ୟୁ ହେବା ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପୁଅର ବ୍ରେନ ହାମରେଜ୍ ହୋଇ ମୃତ୍ୟୁ ହୋଇଥିବା ନେଇ ଖବର ପାଇବା ପରେ ମା’ଙ୍କ ମୃତ୍ୟୁ ହେବା ଘଟଣା କଡ଼ାଧାମ ଥାନା ଅଞ୍ଚଳର ଦେବୀଗଞ୍ଜ ବଜାରରେ ଘଟିଛି। ମୃତକଙ୍କ ନାମ ହେଲା ମୁନ୍ନା ଅଗ୍ରହରୀ ଓ ତାରା ଦେବୀ।
ଆହୁରି ପଢ଼ନ୍ତୁ: ଟ୍ରମ୍ପ ପୁଣି ଥରେ ଜେଲେନସ୍କିଙ୍କୁ ଧରାଇଲେ ଲଲିପପ୍
ମସ୍ତିଷ୍କରେ ରକ୍ତସ୍ରାବ ନେଲା ଜୀବନ
ସୂଚନା ମୁତାବକ, ମୁନ୍ନା ଅଗ୍ରହାରୀ ଜଣେ ବ୍ୟବସାୟୀ ଥିଲେ। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି। ପରିବାର ସଦସ୍ୟଙ୍କ ଅନୁଯାୟୀ, କିଛି ଦିନ ପୂର୍ବରୁ 50 ବର୍ଷୀୟ ମୁନ୍ନା ଅଗ୍ରହାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ଏହା ପରେ, ତାଙ୍କ ପରିବାର ତାଙ୍କୁ ପ୍ରୟାଗରାଜର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରୀକ୍ଷା କରାଯିବା ପରେ ଜଣାପଡିଥିଲା ଯେ, ମୁନ୍ନା ଅଗ୍ରହାରୀଙ୍କ ମସ୍ତିଷ୍କରେ ରକ୍ତସ୍ରାବ ହେବା ଆରମ୍ଭ ହୋଇଯାଇଛି।
ଆହୁରି ପଢ଼ନ୍ତୁ: ଖଣ୍ଡା ବୁଲାଇ ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ କରି ବନ୍ଧାହେଲେ ଯୁବକ
ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ଚିକିତ୍ସା ସମୟରେ ଶନିବାର ମୁନ୍ନା ଅଗ୍ରହାରୀଙ୍କ ମୃତ୍ୟୁ ହୋଇଥିଲା। ୭୫ ବର୍ଷୀୟ ମାଆ ତାରା ଦେବୀ ତାଙ୍କ ପୁଅର ମୃତ୍ୟୁ ଖବର ପାଇବା ମାତ୍ରେ ଜୋରରେ କାନ୍ଦିବାକୁ ଲାଗିଥିଲେ। ଏହି ସମୟରେ ତାରା ଦେବୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା ଏବଂ ତାଙ୍କର ମୃତ୍ୟୁ ହେଲା।
ଆହୁରି ପଢ଼ନ୍ତୁ: ନିୟମଗିରିରେ ଲାଗିଲା ପୋଷ୍ଟର: ମାଓବାଦୀ ଧରାନ୍ତୁ, ପୁରସ୍କାର ପାଆନ୍ତୁ
ଗୋଟିଏ ଦିନରେ ମାଆ ଏବଂ ପୁଅର ମୃତ୍ୟୁ ହେବା ଖବର ଦେବୀଗଞ୍ଜ ସହରରେ ଶୋକର ଛାୟା ଖେଳାଇ ଦେଇଛି। ବୃଦ୍ଧାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି।
uttarpradesh | dead