ମୃତଦେହକୁ ବାନ୍ଧି ଟାଣିଟାଣି ଶବଗୃହକୁ ନେବା ଘଟଣାର ଭିଡିଓ ଭାଇରାଲ

ଶବବ୍ୟବଚ୍ଛେଦ ଗୃହ ବାହାରର ଦୃଶ୍ୟ। ମୃତବ୍ୟକ୍ତିଙ୍କ ଗୋଡ଼ରେ ଦୁଇଟି କପଡ଼ା ବନ୍ଧା ଯାଇଛି। ଏହି କପଡ଼ା ସାହାଯ୍ୟରେ ଦୁଇଜଣ ବ୍ୟକ୍ତି ମୃତଦେହକୁ ଟାଣିଟାଣି ଶବଗୃହ ଅଭିମୁଖେ ନେଉଥିବା ଦେଖିବାକୁ ମିଳୁଛି।

ଅଦ୍ୟତନ ହୋଇଛି
ମକ୍ନଦମ


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନସୀରୁ ପୁଣିଥରେ ଏକ ଲୋମଟାଙ୍କୁରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ଶବବ୍ୟବଚ୍ଛେଦ ଗୃହ ବାହାରର ଥିବା ଜଣାପଡ଼ିଛି।

ଅଧିକପଢ଼ନ୍ତୁ:କୋଣାର୍କରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଲେ

୯ସେକେଣ୍ଡର ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କି ମୃତ ବ୍ୟକ୍ତିଙ୍କ ଗୋଡ଼ରେ ଦୁଇଟି କପଡ଼ା ବନ୍ଧା ଯାଇଛି। ଏହି କପଡ଼ା ସାହାଯ୍ୟରେ ଦୁଇଜଣ ବ୍ୟକ୍ତି ମୃତଦେହକୁ ଟାଣିଟାଣି ଶବଗୃହ ଅଭିମୁଖେ ନେଉଛନ୍ତି। ଏହା ସେହି ଶବଗୃହ ଯେଉଁଠାରେ କିଛିଦିନ ତଳେ ଆମ୍ବୁଲାନ୍ସ ଚାଳକ ମୃତଦେହକୁ ତଳେ କଚାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା। 

ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ପୁଲିସ ଏହାକୁ ଗମ୍ଭୀରତା ସହ ନେଇ ଯାଞ୍ଚ ଆରମ୍ଭ କରିଛି। ଭାଇରାଲ ହୋଇଥିବା ଭିଡିଓଟି କେବେକାର ଖବର ଲେଖାହେଲା ପର୍ଯ୍ୟନ୍ତ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ଅଧିକପଢ଼ନ୍ତୁ:ଦିଲ୍ଲୀ-ଏନସିଆର ଓ ବିହାର ସମେତ ଦେଶର ଅନେକ ସ୍ଥାନରେ ସକାଳୁ ଭୂକମ୍ପ ଅନୁଭୁତ

ପୁଲିସ ସୂତ୍ରରୁ ପ୍ରକାଶ, ଭିଡିଓରେ ମୃତଦେହକୁ ଟାଣିଟାଣି ନେଉଥିବା ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ବିରୋଧରେ ପୂର୍ବରୁ ମାମଲା ରୁଜୁ କରାଯାଇଛି।  ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ସିଏମଓ ଅଭିଯୋଗ କରି କହିଥିଲେ, ‘ଆମ୍ବୁଲାନ୍ସ ଚାଳକ ଗାଡ଼ିରୁ ମୃତଦେହକୁ କଚାଡ଼ି ଦେଇଥିଲେ। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe