Advertisment

Ganza Seized: ଗଞ୍ଜେଇ ମାଫିଆକୁ ଗିରଫ କରିପାରୁନି ପୁଲିସ!

Advertisment

ବିଗତ ଦୁଇ ଦିନରେ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କନ୍ଧମାଳ ପୁଲିସ ମୋଟ ୨୧ ହଜାର ୫ଶହ କିଲୋ ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୩୦ କୋଟି ଟଙ୍କାର ହେବ ବୋଲି କନ୍ଧମାଳ ଏସ୍‌ପି ହରିଶ ବିସି ସୂଚନା ଦେଇଛନ୍ତି।

ବିଗତ ଦୁଇ ଦିନରେ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କନ୍ଧମାଳ ପୁଲିସ ମୋଟ ୨୧ ହଜାର ୫ଶହ କିଲୋ ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୩୦ କୋଟି ଟଙ୍କାର ହେବ ବୋଲି କନ୍ଧମାଳ ଏସ୍‌ପି ହରିଶ ବିସି ସୂଚନା ଦେଇଛନ୍ତି।

Untitled-18.jpg

ଫୁଲବାଣୀ(ରଂଜନ ପ୍ରଧାନ): ବିଗତ ଦୁଇ ଦିନରେ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କନ୍ଧମାଳ ପୁଲିସ ମୋଟ ୨୧ ହଜାର ୫ଶହ କିଲୋ ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୩୦ କୋଟି ଟଙ୍କାର ହେବ ବୋଲି କନ୍ଧମାଳ ଏସ୍‌ପି ହରିଶ ବିସି ସୂଚନା ଦେଇଛନ୍ତି।

ଫୁଲବାଣୀ ସଦର ଥାନା, ଗୋଚ୍ଛାପଡ଼ା ଥାନା, ବାଲିଗୁଡ଼ା ଥାନା, କ.ନୂଆଗାଁ ଏବଂ ଫିରିଙ୍ଗିଆ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ‌ମୋଟ ଏହି ପରିମାଣର ଗଞ୍ଜେଇ ଜବତ କରାଯାଇଛି। ସେଥିମଧ୍ୟରୁ ଫୁଲବାଣୀ ସଦର ଥାନା ଅଞ୍ଚଳରୁ ମୋଟ ୧୦ ହଜାର କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ଗୋଛାପଡ଼ା ଥାନା ଅଞ୍ଚଳରୁ ୪ ହଜାର ୫ ଶହ କେଜି, ବାଲିଗୁଡ଼ା ଥାନା ଅଞ୍ଚଳରୁ ୨ ହଜାର ୫ ଶହ କେଜି, ଫିରିଙ୍ଗିଆ ଥାନା ଅଞ୍ଚଳରୁ ୨ ହଜାର ୫ ଶହ କେଜି ଏବଂ କ.ନୂଆଗାଁ ଥାନା ଅଞ୍ଚଳରୁ ୨ ହଜାର କେଜି ଗଞ୍ଜେଇ ଜବତ କରାଯାଇଛି ବୋଲି ଏସ୍‌ପି କହିଛନ୍ତି। ଏହା ପୁଲିସ ପାଇଁ ବଡ଼ ସଫଳତା ହୋଇଥିଲେ ବି ଏହି ଘଟଣାରେ ପୁଲିସ ଜଣେ ହେଲେ ଗଞ୍ଜେଇ ମାଫିଆଙ୍କୁ ଗିରଫ ନ କରିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: Ganja Oil: ଗଂଜେଇ ତେଲ ପ୍ରସ୍ତୁତ ସାମଗ୍ରୀ ଜବତ, ୪ ଗିରଫ

ଆଗାମୀ ଦିନରେ ଜବତ କରାଯାଇଥିବା ‌ଗଞ୍ଜେଇ ସହିତ ଜଡ଼ିତ ବ୍ୟକ୍ତିମାନଙ୍କର ସମ୍ପତ୍ତି ବାଜ୍ୟାପ୍ତ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe