ରାଇରଙ୍ଗପୁର/ବହଳଦା (ତୁଷାର କାନ୍ତ ମହାପାତ୍ର): ନାବାଳିକାକୁ ପ୍ରେମ ପାଇଁ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଶାସ୍ତି ଉଲଗ୍ନ ଭିଡିଓ ଭାଇରାଲ ହୋଇଛି। ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ଉଲଗ୍ନ କରି ମାଡ଼ମାରି ରକ୍ତାକ୍ତ କରିବା ପରେ ଦଉଡ଼ିରେ ହାତ ବାନ୍ଧି ରାସ୍ତାରେ ଉଲଗ୍ନ କରି ବୁଲାଇଛନ୍ତି। ଏଭଳି ଏକ ଘଟଣା ଘଟିଛି ମୟୂରଭଂଜଜିଲ୍ଲା ବହଳଦା ଥାନା ଅଞ୍ଚଳରେ। ଯାହାର ଭିଡିଓ ମୋବାଇଲରେ ଉତ୍ତୋଳନ କରିଥିବାବେଳେ ମୋବାଇଲ୍ରୁ ମୋବାଇଲ୍ ଘୂରି ବୁଲୁଛି।
ସୂଚନା ଅନୁଯାୟୀ, ଜନୈକା ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଏକ ଜଣେ ହିନ୍ଦୁ ନାବାଳିକା ଝିଅକୁ ପ୍ରଲୋଭିତ କରି ପ୍ରେମ ସମ୍ପର୍କ କରି ଏକ ନିଛାଟିଆ ସ୍ଥାନକୁ ଡାକି ଅସଦାଚାରଣ କରୁଥିବା ବେଳେ କିଛି ଯୁବକ ତାକୁ ଧରି ମାଡ଼ ମାରିବା ସହିତ ରାତିରେ ଉଲଗ୍ନ କରି ହାତରେ ଦୌଡ଼ି ବାନ୍ଧି ବୁଲାଇ ଥିବା ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ବହଳଦା ଥାନାରେ ମାମଲା ହୋଇଥିଲା।
ଆହୁରି ପଢ଼ନ୍ତୁ: Pak Army Vs Human Rights Lawyer: ଯୁବତୀଙ୍କ ପାଇଁ ପାକିସ୍ତାନୀ ସେନା ନାକେଦମ୍
ସଂଖ୍ୟାଲଘୁ ଯୁବକଙ୍କୁ ନିର୍ଯାତନା
ଗତ ୨ ତାରିଖରେ ଉଭୟ ଯୁବକ ଓ ଯୁବତୀ ଭେଟ୍ କରିବାକୁ ଆସିଥିବାବେଳେ ଯୁବତୀଙ୍କ ସମ୍ପର୍କୀୟମାନେ ଏଭଳି କରିଥିବା ସୂଚନା ମିଳିଛି। ଜଣେ ସଂଖ୍ୟାଲଘୁ ଯୁବକଙ୍କୁ ଏହିପରି ସର୍ବସାଧାରଣ ସମ୍ମୁଖରେ ଲଜ୍ଜିତ କରିବା ଘଟଣା ନେଇ ଯୁବକଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏହାର ନକଲ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଏସ୍ପି, ଏସ୍ଡିପିଓ, ମାନବାଧିକାର କମିସନ ଓ ହାଇକୋର୍ଟ ବିଚାରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଉକ୍ତ ଘଟଣା ନେଇ ବହଳଦା ଥାନା ପୁଲିସ ପକ୍ଷରୁ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଜାରି ରହିଛି ବୋଲି ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନା କହିଛନ୍ତି।
ଆହୁରି ପଢ଼ନ୍ତୁ: Star Players Failed: ଫେଲ ହେଲେ ଷ୍ଟାର ଖେଳାଳି: ଶ୍ରେୟସ-ସୂର୍ଯ୍ୟକୁମାରଙ୍କ ଦଳକୁ ହରାଇ ଜିତିଲା ଅଭିଷେକଙ୍କ ଟିମ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/08/untitled-36-2026-01-08-20-37-11.jpg)