Woman Dies In Karnataka: ସ୍ବାମୀଠୁ ଅଲଗା ହେବା ପରେ ପ୍ରେମରେ ପଡ଼ିଲେ, ପ୍ରେମିକ ଧୋକା ଦେବାରୁ ଜୀବନ ହାରିଲେ

Advertisment

ସ୍ବାମୀଠୁ ଅଲଗା ହେବା ପରେ ପ୍ରେମରେ ପଡ଼ିଲେ। ଏବେ ପ୍ରେମିକ ଧୋକା ଦେବାରୁ ଜୀବନ ହାରିଲେ ମହିଳା। କର୍ଣ୍ଣାଟକର ବଲ୍ଲାରୀ ଜିଲ୍ଲାରେ ଏହି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।

ସ୍ବାମୀଠୁ ଅଲଗା ହେବା ପରେ ପ୍ରେମରେ ପଡ଼ିଲେ। ଏବେ ପ୍ରେମିକ ଧୋକା ଦେବାରୁ ଜୀବନ ହାରିଲେ ମହିଳା। କର୍ଣ୍ଣାଟକର ବଲ୍ଲାରୀ ଜିଲ୍ଲାରେ ଏହି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।

Karnataka

Karnataka Women Takes Her Own Life Photograph: (sambad.in)

କର୍ଣ୍ଣାଟକ(ବଲ୍ଲାରୀ): ସ୍ବାମୀଠୁ ଅଲଗା ହେବା ପରେ ପ୍ରେମରେ ପଡ଼ିଲେ। ଏବେ ପ୍ରେମିକ ଧୋକା ଦେବାରୁ ଜୀବନ ହାରିଲେ ମହିଳା। କର୍ଣ୍ଣାଟକର ବଲ୍ଲାରୀ ଜିଲ୍ଲାରେ ଏହି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ୨୩ ବର୍ଷୀୟା ମହିଳା ପ୍ରେମିକ ଉପରେ ଗମ୍ଭୀର ଆରୋପ ଲଗାଇ ଜୀବନ ହାରିଛନ୍ତି। ଘଟଣାଟି ହୁସେନ ନଗର ଅଞ୍ଚଳରେ ଘଟିଥିବା ବେଳେ ମୃତକଙ୍କ ନାମ ମୁନ୍ନି ବୋଲି ଜଣାପଡିଛି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି ପୁଲିସ।
 

ବିବାହିତ ଥିଲେ ମହିଳା 

ସୂଚନା ଅନୁସାରେ, ମୁନ୍ନି ବିବାହିତ ହେବା ସହିତ ଦୁଇଟି ପିଲାର ମାଆ ଥିଲେ। ସେ ଗତ ଛଅ ମାସ ଧରି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ହୁସେନ ନଗରରେ ରହୁଥିଲେ। ପରିବାର ସଦସ୍ୟମାନେ କହିଛନ୍ତି ଯେ, ଏହି ବିଚ୍ଛେଦ ସମୟରେ ତାଙ୍କର ମହମ୍ମଦ ଶେଖ ନାମକ ଜଣେ ଯୁବକଙ୍କ ସହିତ ପରିଚୟ ହୋଇଥିଲା। ଦେଖା ହେବା ପରେ ଭଲ ବନ୍ଧୁ ହେବା ସହ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ।

ପୁଲିସର ତଦନ୍ତ ଜାରି 

ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ଘଟଣା ପୂର୍ବରୁ ମୁନ୍ନି ଏବଂ ମହମ୍ମଦଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପ୍ରେମିକ ସହ ବିବାଦ କାରଣରୁ ଅବସାଦଗ୍ରସ୍ତ ହୋଇ ମୁନ୍ନି ଏହି ଚରମ ପଦକ୍ଷେପ ନେଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି । କିନ୍ତୁ ପୁଲିସ ନିଜର ତଦନ୍ତ ଜାରି ରଖିଛି। ଘଟଣାର ସତ୍ୟାସତ୍ୟ ନ ଜାଣିବା ଯାଏଁ କୌଣସି ନିଷ୍କର୍ଷ ବାହାରି ପାରିବ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ମୃତ୍ୟୁ ପୁର୍ବରୁ କରିଥିଲେ ଭିଡିଓ 

ଜୀବନ ହାରିବା ପୁର୍ବରୁ ମହିଳାଜଣଙ୍କ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ପ୍ରେମିକ, ପ୍ରେମିକଙ୍କ ସ୍ତ୍ରୀ ଏବଂ ମା’ଙ୍କୁ ନଛାଡିବାକୁ କହିଛନ୍ତି। ସେମାନେ ତାଙ୍କ ମୁହଁ ବନ୍ଦ କରି ମାଡ ମାରିଥିଲେ ବୋଲି ମୁନ୍ନି ଅଭିଯୋଗ କରିଛନ୍ତି।

ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି

ମହିଳାଙ୍କ ପରିସ୍ଥିତି ଏବଂ ମାନସିକ ଚାପକୁ ବୁଝିବା ପାଇଁ ଏହି ଭିଡିଓକୁ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଉଛି। ଏଭଳି କରିବାକୁ ତାଙ୍କ ଉପରେ ଚାପ ପକାଯାଇଥିଲା କି ନାହିଁ ତାହା ଜାଣିବାକୁ ପୁଲିସ ତଦନ୍ତ କରୁଛି। ଘଟଣାର ସୂଚନା ମିଳିବା ପରେ ସଙ୍ଗେ ସଙ୍ଗେ ଗାନ୍ଧିନଗର ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଷ୍ଟମଟମ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: Cancer Vaccine: କେବେ ଉପଲବ୍ଧ ହେବ କର୍କଟ ରୋଗ ପ୍ରତିରୋଧୀ ଟିକା? ଜାଣନ୍ତୁ ଏହି ରିପୋର୍ଟରୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe