କୋଟା: ରାଜସ୍ଥାନର କୋଟାରେ କଫ ସିରଫ ପିଇବାର କିଛି ସମୟ ପରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାମ କମଳା ଦେବୀ ସେ କୋଟା ସହରର ଅନନ୍ତପୁରା ଥାନା ଅଞ୍ଚଳର ଅଜୟ ଆହୁଜା ନଗରରେ ବସବାସ କରୁଥିବା ଜଣାପଡ଼ିଛି।
କମଳା ଦେବୀଙ୍କ ପୁଅ ଅଭିଯୋଗ କରି କହିଛନ୍ତି, ‘ମୋ ମାଆଙ୍କୁ କାଶ ଏବଂ ଥଣ୍ଡା ହୋଇଥିଲା। ମୁଁ ରଙ୍ଗବାରୀ ଅଞ୍ଚଳରେ ଥିବା ଏକ ମେଡିକାଲ ଷ୍ଟୋରରୁ କଫ ସିରଫ କିଣି ଆଣିଥିଲି। ଉକ୍ତ କଫସିରଫକୁ ଖାଇବାର କିଛି ସମୟପରେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଥିଲା। ଆମେ ତୁରନ୍ତ ମା’ଙ୍କୁ ଚିକିତ୍ସା ପାଇଁ ନ୍ୟୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଅଧିକପଢ଼ନ୍ତୁ:ଅଚେତ ହୋଇପଡ଼ିଯାଇଥିବା ଛୁଆ ମାଙ୍କଡ଼କୁ ମହିଳା ବନକର୍ମଚାରୀମାନେ ସିପିଆର ଦେଇ ବଞ୍ଚାଇଲେ ଜୀବନ
ଡାକ୍ତରଙ୍କ ଅନୁସାରେ, ମହିଳାଙ୍କ ହୃଦସ୍ପନ୍ଦନ ବହୁତ କମ୍ ହୋଇ ଯାଇଥିଲା। ଚିକିତ୍ସା ଆରମ୍ଭ କରାଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ବିଳମ୍ବିତ ରାତିରେ କମଳା ଦେବୀଙ୍କ ମୃତ୍ୟୁ ହୋଇ ଯାଇଥିଲା।
ଏସଆଇ ରୋହିତ କୁମାର କହିଛନ୍ତି, ‘ପୋଷ୍ଟମର୍ଟମ ପରେ କମଳାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ସଦସ୍ୟଙ୍କ ବୟାନ ରେକର୍ଡ କରାଯିବା ସହିତ କଫ ସିରଫର ଏକ ନମୁନା ପରୀକ୍ଷା ପାଇଁ ସଂରକ୍ଷିତ ରଖାଯାଇଛି।
ଅଧିକପଢ଼ନ୍ତୁ:ଅଭିଯୋଗ ଆଣିଥିବା ମହିଳା ନୁହଁନ୍ତି ଅଧିକାରୀଙ୍କ ପ୍ରକୃତ ପତ୍ନୀ
Kota cough syrup death