ନୂଆଦିଲ୍ଲୀ: ତିରୁବନନ୍ତପୁରମର କଲ୍ଲର ଗୋଲଡନ୍ ଭ୍ୟାଲି ଫରେଷ୍ଟ ଚେକ୍-ପୋଷ୍ଟ ନିକଟରେ ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଲୋକେ ବହୁମାତ୍ରାରେ ପସନ୍ଦ ବି କରୁଛନ୍ତି।
ଘଟଣାଟି ହେଉଛି ଏପରି.. ତିରୁବନନ୍ତପୁରମରେ ଦୁଇଟି ମାଙ୍କଡ଼ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ ଆଘାତ ପରେ ଗୋଟିଏ ମାଙ୍କଡ଼ ଗଛ ଡାଳରେ ଫସି ରହିଥିବା ବେଳେ ଅନ୍ୟ ମାଙ୍କଡ଼ଟି ରାସ୍ତା ଉପରେ ଅଚେତ ହୋଇ ପଡ଼ି ଯାଇଥିଲା। ତାର ମୁଣ୍ଡରେ ଆଘାତ ଲାଗିଥିଲା।
ଅଧିକପଢ଼ନ୍ତୁ:୧୦୦ବର୍ଷର ପରମ୍ପରା: ଦୀପାବଳିର ଦ୍ୱିତୀୟ ଦିନରେ ବସିଥାଏ ନାଗରାଜାଙ୍କ ଅଦାଲତ
ଏହି ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ମହିଳା ବନ କର୍ମଚାରୀଙ୍କ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶିଶୁ ମାଙ୍କଡ଼କୁ ସିପିଆର ପ୍ରଦାନ କରିଥିଲେ। କିଛି ସମୟ ପରେ ଶିଶୁ ମାଙ୍କଡ଼ଟିର ଚେତା ଫେରି ଆସିଥିଲା ସେ ବଞ୍ଚି ଯାଇଥିଲେ। ଏହାପରେ ତିନିଜଣ ମହିଳା ବନକର୍ମଚାରୀ ଶିଶୁ ମାଙ୍କଡ଼ର କ୍ଷତର ଚିକିତ୍ସା କରି ତାକୁ ପୁଣି ଜଙ୍ଗଲରେ ଛାଡି ଦେଇଥିଲେ। ତେବେ କ୍ଷତର ଚିକିତ୍ସା ସମୟରେ ଯନ୍ତ୍ରଣାରେ ଛଟପଟ ହେଉଥିବା ମାଙ୍କଡ଼କୁ ଆଶ୍ବସନା ଦେଇ ମହିଳା ବନକର୍ମଚାରୀମାନେ କହିଥିଲେ, ‘ଆମ ଉପରେ ବିଶ୍ବାସ ରଖେ ତୋର କିଛି ହେବନାହିଁ। ତୁ ପୁଣିଥରେ ଜଙ୍ଗଲକୁ ଫେରି ପାରିବୁ।’
ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ବନ କର୍ମଚାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆମେ ଅନେକ ଥର ବନ୍ୟପ୍ରାଣୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛୁ, କିନ୍ତୁ ଆମେ କେବେବି ଏହି ଜୀବମାନଙ୍କୁ ମୁହଁ ଫେରାଇ ନାହୁଁ। ଆମେ ସବୁବେଳେ ଜଙ୍ଗଲ ଏବଂ ଏହାର ଜୀବମାନଙ୍କ ଜୀବନ ରକ୍ଷା ପ୍ରତି ସତର୍କ ରହିଥାଉ।"
ଅଧିକପଢ଼ନ୍ତୁ:"କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨" ରେ ଅଭିନୟ କରିବେ ବିଲ୍ ଗେଟ୍ସ
forest staff savebabymonkey
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/23/untitled-16e-2025-10-23-19-47-19.jpg)