Actors Targeted by Lawrence Bishnoi: ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଟାର୍ଗେଟରେ ପାଞ୍ଚ ବଲିଉଡ୍ ଅଭିନେତା

Advertisment

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ପାଞ୍ଚ ଜଣ ବଲିଉଡ ଅଭିନେତା। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ଫେରାର ଥିବା ଅପରାଧୀ ଶୁଭମ ଲୋଙ୍କାର ପାଞ୍ଚ ଜଣ ପ୍ରମୁଖ ବଲିଉଡ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଛନ୍ତି।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ପାଞ୍ଚ ଜଣ ବଲିଉଡ ଅଭିନେତା। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ଫେରାର ଥିବା ଅପରାଧୀ ଶୁଭମ ଲୋଙ୍କାର ପାଞ୍ଚ ଜଣ ପ୍ରମୁଖ ବଲିଉଡ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଛନ୍ତି।

Actors Targeted by Lawrence Bishnoi

Actors Targeted by Lawrence Bishnoi Photograph: (sambad.in)

ନୂଆଦିଲ୍ଲୀ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ପାଞ୍ଚ ଜଣ ବଲିଉଡ ଅଭିନେତା। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ଫେରାର ଥିବା ଅପରାଧୀ ଶୁଭମ ଲୋଙ୍କାର ପାଞ୍ଚ ଜଣ ପ୍ରମୁଖ ବଲିଉଡ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଛନ୍ତି। ପୁଲିସ ସୂତ୍ରରୁ ଯାହା ଜଣାପଡ଼ିଛି, ଏହି ଷ୍ଟାରମାନଙ୍କୁ ବଟି ମାଗିବା ସହ ସେମାନଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ ଆସିଛି, କିନ୍ତୁ ଭୟ ଯୋଗୁଁ, କୌଣସି ସେଲିବ୍ରିଟି ଏପର୍ଯ୍ୟନ୍ତ ପୁଲିସରେ ଅଭିଯୋଗ କରିନାହାଁନ୍ତି।

ଡରରେ ଅଭିଯୋଗ କରୁନାହାନ୍ତି ପୁଲିସକର୍ମୀ

ଗତ ରବିବାର ଦିନ ସିନେମା ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ବାସଭବନ ଉପରେ ହୋଇଥିବା ଗୁଳିକାଣ୍ଡର ତଦନ୍ତ କରୁଥିବା ପୁଲିସ ପ୍ରକାଶ କରିଛି କହିଛି ଯେ ବଲିଉଡର କିଛି ନାମିଦାମୀ କଳାକାରଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ତରଫରୁ ଧମକପୂର୍ଣ୍ଣ ଫୋନ୍ କଲ୍ ମିଳିଛି। ସେମାନଙ୍କୁ ବଟି ଦେବା ପାଇଁ ମଧ୍ୟ ବାଧ୍ୟ କରାଯାଇଛି। କିନ୍ତୁ, ସେଲିବ୍ରିଟି ପୁଲିସ ପାଖକୁ ଯିବାକୁ ସଂକୋଚ କରୁଛନ୍ତି। ଯଦି ଲୋକମାନେ ତଥ୍ୟ ଲୁଚାଇ ରଖନ୍ତି, ତେବେ ପୁଲିସ ପାଇଁ କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ କଷ୍ଟକର ହୋଇଯିବ ବୋଲି ପୁଲିସ କହିଛି।

ସେପଟେ ରୋହିତ ଶେଟ୍ଟୀଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ତଦନ୍ତ କରୁଛି ପୁଲିସ। ଗୁଳିଚାଳକମାନଙ୍କୁ ଖୋଜିବା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଅନେକ ପୁଲିସ ଟିମ୍ ପଠାଯାଇଛି। ବର୍ତ୍ତମାନ ପୁଲିସ ଏହାକୁ ଏକ ଦାଦାବଟି ଆଦାୟ ମାମଲା ଭାବରେ ବିଚାର କରୁଛି। ପୂର୍ବରୁ, ବିଷ୍ନୋଇ ଗ୍ୟାଙ୍ଗ୍ ସଲମାନ ଖାନ, ମୁନାୱର ଫାରୁକି ଓ ବାବା ସିଦ୍ଦିକୀଙ୍କୁ ବିଭିନ୍ନ କାରଣ ପାଇଁ ଟାର୍ଗେଟ କରିଥିଲା (ଯେପରିକି କୃଷ୍ଣସାର ମୃଗ ଶିକାର ମାମଲା କିମ୍ବା ଦାଉଦ ଇବ୍ରାହିମଙ୍କ ସହ କଥିତ ଲିଙ୍କ), କିନ୍ତୁ ଅନ୍ୟ ଫିଲ୍ମ କଳାକାରଙ୍କୁ ଧମକ ଦେବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ଟଙ୍କା ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: Bill Gatess apology: ମୁଁ ଅନୁତାପ କରୁଛି, କ୍ଷମା ମାଗୁଛି: ଏପଷ୍ଟାଇନଙ୍କ ସହ ବିତାଇଥିବା ପ୍ରତିଟି ମିନିଟ୍ ନେଇ ବିଲ୍ ଗେଟ୍ସଙ୍କ ପ୍ରାୟଶ୍ଚିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe