‌Lawyer Slapped Police Officer: ରାସ୍ତା ମଝିରେ ପୁଲିସକୁ ଦେଖି ନିସ୍ତୁକ ଛେଚିଲେ ଓକିଲ

Advertisment

ସାକେତ କୋର୍ଟ ପରିସରରେ ଜଣେ ଓକିଲ ପୁଲିସକୁ ନିର୍ମମ ଭାବରେ ମାଡ଼ ମାରୁଥିବାର ‌ଭିଡିଓ ଭାଇରାଲ। ଆକ୍ରମଣକାରୀ ସାକେତ କୋର୍ଟର ଜଣେ ଓକିଲ ଥିବା ଜଣାପଡ଼ିଛି। କଳିର କାରଣ ଅସ୍ପଷ୍ଟ।

ସାକେତ କୋର୍ଟ ପରିସରରେ ଜଣେ ଓକିଲ ପୁଲିସକୁ ନିର୍ମମ ଭାବରେ ମାଡ଼ ମାରୁଥିବାର ‌ଭିଡିଓ ଭାଇରାଲ। ଆକ୍ରମଣକାରୀ ସାକେତ କୋର୍ଟର ଜଣେ ଓକିଲ ଥିବା ଜଣାପଡ଼ିଛି। କଳିର କାରଣ ଅସ୍ପଷ୍ଟ।

Untitled-20 (2)

Lawyer Slapped Police Officer Photograph: (@sambad.in)

ନୂଆଦିଲ୍ଲୀ: ସାଧାରଣତଃ ପୁଲିସ ଲୋକଙ୍କୁ ମାଡ଼ମାରୁଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କୋର୍ଟ ପରିସରରେ ଜଣେ ଓକିଲ ପୁଲିସକୁ ନିର୍ମମ ଭାବରେ ମାଡ଼ ମାରୁଥିବାର ‌ଦେଖିବାକୁ ମିଳୁଛି। ଆକ୍ରମଣକାରୀ ସାକେତ କୋର୍ଟର ଜଣେ ଓକିଲ ଥିବା ଜଣାପଡ଼ିଛି।

ଅଧିକପଢ଼ନ୍ତୁ:ଭାରତରେ କ’ଣ ୪ ଦିନିଆ କାର୍ଯ୍ୟସପ୍ତାହ ଲାଗୁ ହେବ? ପ୍ରତ୍ୟେକ କର୍ମଚାରୀ ଜାଣିବା ଆବଶ୍ୟକ

ରାସ୍ତାରେ ଦେଖି ପୁଲିସ କର୍ମଚାରୀଙ୍କୁ ନିସ୍ତୁକ ଛେଚିଲେ ଓକିଲ

ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସର ଜଣେ କର୍ମଚାରୀ ବାଇକ ଯୋଗେ କୌଣସି କାମରେ ଯାଉଥିଲେ। ଏହି ସମୟରେ ହଠାତ ରାସ୍ତାରେ ସାକେତ କୋର୍ଟ ପରିସରରେ ଜଣେ ଓକିଲ ତାଙ୍କ ବାଟ ଓଗାଳି ଥିଲେ । ପୁଲିସ ଜଣକ କିଛି ବୁଝିବା ପୂର୍ବରୁ ଓକିଲ ତାଙ୍କୁ ନିସ୍ତୁକମାଡ଼ ମାରି ଚାଲିଥିଲେ। କିଛି ସମୟ ପରେ ପୁଲିସ ଜଣକ ଘଟଣାସ୍ଥଳରୁ ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ପଛପାର୍ଶ୍ବରୁ ଓକିଲ ଜଣକ ହେଲମେଟ ଫିଙ୍ଗିଥିଲେ। ସୌଭାଗ୍ୟବଶତଃ ଏ ହେଲମେଟ ପୁଲିସ କର୍ମଚାରୀଙ୍କ ବାଇକରେ ବାଜି ତଳେ ପଡ଼ିଯାଇଥିଲା।

ଖବର ଲେଖାହେଲା ପର୍ଯ୍ୟନ୍ତ ରାସ୍ତା ମଝିରେ ଓକିଲ ଓ ପୁଲିସ କର୍ମଚାରୀ କାହିଁକି ଏଭଳି କଳି ଲାଗିଥିଲେ ତାହାର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।

ଅଧିକପଢ଼ନ୍ତୁ:ବଢ଼ିଲା ଧର୍ମଶାଳା ତାତି: ଶାସକ-ବିରୋଧୀ ମୁହାଁମୁହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe