Lover Threw His Girlfried: ପ୍ରେମ କାହାଣୀର ଏକ ଦୁଃଖଦ ଅନ୍ତ‌; ପ୍ରେମିକାଙ୍କୁ ଘରୁ ଉଠାଇ ନେଇ ଟ୍ରେନରୁ ଠେଲି ଦେଲା ପ୍ରେମିକ

Advertisment

ବିବାହର ପ୍ରଲୋଭନ ଦେଖାଇ ଦିଲ୍ଲୀ ନେଇଯାଉଥିବା ପ୍ରେମିକାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଲା ପ୍ରେମିକ। ଗୁରୁତର ଅବସ୍ଥାରେ ହସ୍ପିଟାଲ‌ରେ ଭର୍ତ୍ତି ଯୁବତୀ। ପରିବାରଲୋକ ପହଞ୍ଚିବା ପରେ ବଖାଣିଲେ ଘଟଣା।

ବିବାହର ପ୍ରଲୋଭନ ଦେଖାଇ ଦିଲ୍ଲୀ ନେଇଯାଉଥିବା ପ୍ରେମିକାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଲା ପ୍ରେମିକ। ଗୁରୁତର ଅବସ୍ଥାରେ ହସ୍ପିଟାଲ‌ରେ ଭର୍ତ୍ତି ଯୁବତୀ। ପରିବାରଲୋକ ପହଞ୍ଚିବା ପରେ ବଖାଣିଲେ ଘଟଣା।

Untitled-21 (1)

Lover Threw His Girlfried Photograph: (@sambad,in)

ଭାଗଲପୁର:ବିହାରର ଭାଗଲପୁରରେ ଜଣେ ଯୁବକ ବିବାହର ପ୍ରଲୋଭନ ଦେଖାଇ ଦିଲ୍ଲୀ ନେଇଯାଉଥିବା ପ୍ରେମିକାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିବାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟଲୋକେ ରେଳଧାରଣା ନିକଟରୁ ଆହତ ଯୁବତୀଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।ପୀଡ଼ିତା ସବୋର୍ ନିବାସୀ ମହମ୍ମଦ ଇମତିଆଜଙ୍କ ଝିଅ ରଶ୍ମି ଖାତୁନ୍ (୧୯) ଏବଂ ଅଭିଯୁକ୍ତ ପଡ଼ୋଶୀ ମହମ୍ମଦ କଲିମଙ୍କ ପୁଅ ମହମ୍ମଦ ସିତୁ (୨୧) ଭାବରେ ଚିହ୍ନଟ କରାଯାଇଛି। 

ପ୍ରେମ କାହାଣୀର ଏକ ଦୁଃଖଦ ଅନ୍ତ‌

ସୂଚନାଯୋଗ୍ୟ, ରଶ୍ମି ଖାତୁନ୍ ଓ ମହମ୍ମଦ ସିତୁଙ୍କ ମଧ୍ୟରେ ଗତ ଦୁଇବର୍ଷ ହେବ ପ୍ରେମ ସମ୍ପର୍କ ଥିଲା।  ସିତୁ ଡିସେମ୍ବର ୪ ତାରିଖରେ ରଶ୍ମିଙ୍କୁ ବିବାହର ପ୍ରଲୋଭନ ଦେଖା ଘରେ କାହାକୁ କିଛି ନଜଣାଇ ଦିଲ୍ଲୀ ନେଇଯାଇଥିଲା। ।  ଦିଲ୍ଲୀ ଯାଉଥିବା ସମୟରେ ସିତୁ ରଶ୍ମିଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲା।

ଅଧିକପଢ଼ନ୍ତୁ:ଚୌକିରେ ବସି ଫୋନ ଦେଖୁଥିବା ବେଳେ ଉଡ଼ିଗଲା ହୋଟେଲ ମାଲିକଙ୍କ ପ୍ରାଣବାୟୁ

ଘଟଣାକୁ ନେଇ ପୀଡ଼ିତା ରଶ୍ମି କହିଛନ୍ତି, ‘ଟ୍ରେନ୍ ସବୋର୍ ରେଳ ଷ୍ଟେସନରେ ପହଞ୍ଚିବା ପରେ ସିତୁ ମୋ ଠାରୁ ମୋବାଇଲ୍ ଫୋନ୍ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲା। ମୁଁ ପ୍ରତିରୋଧ କରିବାରୁ ସେ ମୋତେ ଚାପୁଡ଼ା ମାରି ରାଗରେ  ଚଳନ୍ତା ଟ୍ରେନରୁ ତଳକୁ ଠେଲି ଦେଇଥିଲା। ମୁଁ ତଳେ ପଡ଼ିଯିବା ପରେ ସିତୁ ବି ଟ୍ରେନରୁ ଡେଇଁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ମୋର ଗୁରୁତର ଅବସ୍ଥା ଦେଖି ସ୍ଥାନୀୟଲୋକେ ମୋତେ ଉଦ୍ଧାର କରି ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ସ୍ଥାନୀୟ ଲୋକମାନେ ଜିଆରପି ପରିଚାଳନା ଉପରେ ଉଠାଇଛନ୍ତି ପ୍ରଶ୍ନ

ସାବୋର୍ ରେଳ ଷ୍ଟେସନରେ ଏମିତି ଘଟଣା ଘଟିବା ପ୍ରଥମ ନୁହେଁ। କିଛିଦିନ ପୂର୍ବରୁ ଏକ ଡକାୟତି ସମୟରେ ଅପରାଧୀମାନେ ଜଣେ ଯୁବକଙ୍କୁ ଟ୍ରେନରୁ ଫିଙ୍ଗି ଦେଇଥିଲେ। ଚିକିତ୍ସା ଅଭାବ ଏବଂ ପୁଲିସର ଅବହେଳା ଯୋଗୁଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା। ଏମିତି ଏକ ଘଟଣା ପୁଣିଥରେ ଘଟିବାରୁ ସ୍ଥାନୀୟ ଲୋକମାନେ ଜିଆରପି ପରିଚାଳନା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଅଧିକପଢ଼ନ୍ତୁ:ଜଳପ୍ରପାତ ନିକଟରେ ପହଞ୍ଚିଗଲେ ଭୁଲିଯିବେ ସବୁ କଷ୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe