ଫରିଦାବାଦ: ଭଉଣୀଙ୍କ ସହ ଭାଇର ଅଶ୍ଲୀଳ ଭିଡିଓ ତିଆରି କରି Blackmail କରୁଥିଲେ ଦୁର୍ବୃତ୍ତ। ସହିନପାରି ଜୀବନ ହାରିଦେଲା ଭାଇ। ଏହି ଅଭାବନୀୟ ଘଟଣା ଘଟିଛି ଫରିଦାବାଦର ବାସେଲୱା କଲୋନିରେ। ଏଠାରେ ରହୁଥିବା ଜଣେ ୧୯ ବର୍ଷୀୟ କଲେଜ ଛାତ୍ର ଜୀବନ ହାରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଭଉଣୀଙ୍କ ସହ ନିଜର ଅଶ୍ଲୀଳ ଭିଡିଓ ଦେଖି ସହିପାରିଲାନି ଭାଇ
ସୂଚନା ମୁତାବକ, ଘଟଣାଟି ଶନିବାର ସନ୍ଧ୍ୟାରେ ଘଟିଥିଲା, ଯେତେବେଳେ ଦୁଇଜଣ ଅଜ୍ଞାତ ସନ୍ଦିଗ୍ଧ ବ୍ୟକ୍ତି ଅନଲାଇନରେ AI ଦ୍ବାରା ପ୍ରସ୍ତୁତ ଅଶ୍ଲୀଳ ଭିଡିଓ ପୋଷ୍ଟ ନକରିବା ପାଇଁ ଛାତ୍ରଙ୍କୁ ୨୦,୦୦୦ ଟଙ୍କା ମାଗିଥିଲେ। ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ମୃତକଜଣକ ସ୍ଥାନୀୟ କଲେଜରେ B.Com ଛାତ୍ର ଥିଲେ। ଅଶ୍ଲୀଳ ଭିଡିଓ ପୋଷ୍ଟ କରିବାର ଧମକ ମିଳୁଥିବା ଯୋଗୁଁ ଗତ ୧୦ଦିନ ଧରି ସେ ଗଭୀର ମାନସିକ ଯନ୍ତ୍ରଣାରେ ଥିଲେ। ଅଭିଯୁକ୍ତମାନେ ମୃତକଙ୍କ ଫୋନ୍ ହ୍ୟାକ୍ କରି ତାଙ୍କ ଭଉଣୀଙ୍କ ସହିତ ତାଙ୍କର ଅଶ୍ଲୀଳ ଭିଡିଓ ତିଆରି କରିଥିଲେ। ଏହା ପରେ ଭାଇରାଲ କରିବାର ଧମକ ଦେଇ ଟଙ୍କା ମାଗିବା ଆରମ୍ଭ କରିଥିଲେ। ବାରମ୍ବାର ଏଭଳି ହେବାରୁ ଚାପକୁ ସହିନପାରି ଶନିବାର ସନ୍ଧ୍ୟା ୭ଟାରେ ବିଷ ପିଇଦେଇଥିଲେ ପୀଡ଼ିତ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଚିକିିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
୨ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ ହୋଇଛି
ଏହି ଘଟଣା ପରେ ଏବେ ପୁଲିସ ୨ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେ କିଏ, ତାହା ଚିହ୍ନଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ପୁଲିସ।
ଆହୁରି ପଢ଼ନ୍ତୁ: Patient's alcohol addiction: ମଦ ପିଇବା ପାଇଁ ହାତରେ ୟୁରିନ୍ ବ୍ୟାଗ୍ ଧରି ଦୋକାନକୁ ଗଲେ ରୋଗୀ
ଆହୁରି ପଢ଼ନ୍ତୁ: Cyclone Odisha GOVT Prepared: ଯେ କୌଣସି ପରିସ୍ଥିତି ଆସିଲେ ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ମନ୍ତ୍ରୀ ସୁରେଶ ପୂଜାରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/27/untitled-9-2025-10-27-14-20-52.jpg)