ନୂଆଦିଲ୍ଲୀ:ରେଳବିଭାଗ ଯାତ୍ରୀମାନଙ୍କ ଯାତ୍ରା କେମିତି ଆରାମଦାୟକ ଓ ସୁରକ୍ଷିତ ହେବ ସେ ଦିଗରେ କ୍ରମାଗତ ଭାବେ କାମ କରି ଚାଲିଛି। ସମୟ କ୍ରମେ ରେଳବିଭାଗ ଟ୍ରେନ ଓ ଟ୍ରେନର ବଗିଗୁଡ଼ିକରେ ଯାତ୍ରୀଙ୍କ ବସିବା ପାଇଁ ଥିବା ସିଟଗୁଡ଼ିକର ଗୁଣବତ୍ତାରେ ଉନ୍ନତୀ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି।
ସମାଜରେ ଏମିତି ବି କିଛି ଯାତ୍ରୀ ଅଛନ୍ତି ଯେଉଁମାନେ ଯାତ୍ରା ସମୟରେ କିଛି କାରଣ ନଥାଇ ଟ୍ରେନର ସାମଗ୍ରୀଗୁଡ଼ିକୁ ନଷ୍ଟ କରି ଦେଇଥାଆନ୍ତି। ଟ୍ରେନରେ ଯାତ୍ରୀମାନେ ନଷ୍ଟ କରୁଥିବାମ ସାମଗ୍ରୀଗୁଡ଼ିକ ମଧ୍ୟରେ ବେସିନ ଭାଙ୍ଗିଦେବା, ଲାଇଟ ଭାଙ୍ଗିଦେବା, ଶୌଚାଳୟର ନଳ ଭାଙ୍ଗି ଦେବା ଇତ୍ୟାଦି ଅର୍ନ୍ତଭୁକ୍ତ ରହିଛି।
ଅଧିକପଢ଼ନ୍ତୁ: ଆଶା କରୁଛି ପ୍ରଧାନମମନ୍ତ୍ରୀ ଆଜମେର ଦରଘାକୁ ଚାଦର ପଠାଇବେ : ଓମର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଏହି କ୍ରମରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସିହ୍ନା ନାମକ ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଛି।
ଏହି ଭିଡିଓରେ ଟ୍ରେନର ଏକ ଖାଲି ବଗି ଦେଖିବାକୁ ମିଳୁଛି। ଏହି ବଗି ଭିତରେ ଜଣେମାତ୍ର ବ୍ୟକ୍ତି ଥିବା ନଜରକୁ ଆସୁଛି। ଯିଏକି ସିଟକୁ ଫାଡ଼ିଫାଡ଼ି ନଷ୍ଟ କରି ଦେଉଛନ୍ତି। ଏହାପରେ ସିଟରେ ପଡ଼ିଥିବା ନୀଳ କଭରକୁ ଝରକା ଦେଇ ଫିଙ୍ଗି ଦେଉଛନ୍ତି।
ଅଧିକପଢ଼ନ୍ତୁ:ହଳଦୀଆ ସୂତାରେ ତିଆରି ମଙ୍ଗଳସୂତ୍ର ପିନ୍ଧିବା ପଛର କାରଣ କହିଲେ କୀର୍ତ୍ତି
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବ୍ୟବହାରକାରୀମାନେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
Follow Us