Minor girl may sacrifice in Jyepore in Koraput district. Photograph: (sambad.in)
ଜୟପୁର (ତରୁଣ କୁମାର ମହାପାତ୍ର): କୋରାପୁଟ ଜିଲ୍ଲା ଜୟପୁର ଇରିଗେସନ କଲୋନିରେ ଜଣେ ମାନସିକ ବିକାରଗ୍ରସ୍ତ ମାଆ ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଝିଅର ଜୀବନ ଉଦ୍ଧାର ହୋଇଛି। ଏହି ବିଧବା ମହିଳା ଇରିଗେସନ କଲୋନିସ୍ଥିତ ଏକ ବସ୍ତି ଅଞ୍ଚଳରେ ନିଜର ୨ ପୁଅ ଓ ଝିଅକୁ ନେଇ ରହୁଥିଲେ। କିଛିଦିନ ହେଲା ସେ ନିଜ ଘରେ ତନ୍ତ୍ର ସାଧନ କରୁଥିଲେ। ସ୍ଥାନୀୟ ଲୋକେ ତାକୁ ବିରୋଧ କଲେ ମଧ୍ୟ ସେ ଶୁଣି ନଥିଲେ। ତାଙ୍କ ଆଚରଣ ଅନେକ ସମୟରେ ଅସ୍ବଭାବିକ ରହୁଥିବା ଯୋଗୁଁ ସାହି ଲୋକେ ମଧ୍ୟ ତାଙ୍କୁ କିଛି କହିବାକୁ ଡରୁଥିଲେ।
ତେବେ ମାଆ କାଳୀ ସାଧନା କରୁଥିବା ବେଳେ ଝିଅ ଚର୍ଚ୍ଚ ଯାଉଥିଲା ଓ ବାଇବେଲ ପଢୁଥିଲା ବୋଲି ମା ତାକୁ ବିରୋଧ କରୁଥିଲା। ଆଜି ଅପରାହ୍ଣ ୪ଟା ସମୟରେ ହଠାତ ଝିଅ ଚିତ୍କାର କରିବାରୁ ସାହିବାସିନ୍ଦା ଶୁଣିବା ପରେ ଘଟଣା ସ୍ଥଳରେ ପହଁଚିଥିଲେ। ସେଠାରେ ଝିଅ ଅଚେତ ଥିବା ସହ ତାଙ୍କ ଗୋଡହାତ ମଧ୍ୟ ମୋଡି ହୋଇ ରହିଥିବା ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ପୁଲିସକୁ ଫୋନ କରି ଝିଅକୁ ହସ୍ତାନ୍ତର କରିଥିଲେ।
ଆହୁରି ପଢ଼ନ୍ତୁ: Sonali Panda Husband Arrest: ସୋନାଲିଙ୍କ ବିରୋଧରେ ବି ଅଭିଯୋଗ କରିଥିଲେ ତାଙ୍କ ସ୍ୱାମୀ, ହେଲେ କାହା ଚାପରେ ଶ୍ରୀକ୍ଷେତ୍ରଙ୍କୁ ଗିରଫ କଲା ପୁଲିସ?
ମହିଳାଙ୍କୁ ତଡ଼ିବା ନେଇ ଦାବି
ସାହି ବାସିନ୍ଦାଙ୍କ କହିବାନୁଯାୟୀ ଝିଅ ଚର୍ଚ୍ଚ ଯିବା ଓ ବାଇବେଲ ପଢୁଥିବା କାରଣରୁ ବଳି ଦେବାକୁ ଉଦ୍ୟମ କରୁଥାଇପାରେ ବୋଲି ଅନୁମାନ କରୁଛନ୍ତି। ସାହିରେ ଅନେକ ପିଲା ଯାତାୟତ କରୁଛନ୍ତି କେତେବେଳେ ଏହି ତନ୍ତ୍ର ମନ୍ତ୍ର କରୁଥିବା ମହିଳା ଜଣକ ଅନ୍ୟ କାହାର ପିଲାମାନଙ୍କୁ ନେଇ ବଳି ଦେଇଦେଇ ପାରେ ବୋଲି ଏହିପରି ମହିଳାଙ୍କୁ ସେଠାରେ ରଖିବା ଠିକ ନୁହେଁ। ଏହି ଅଞ୍ଚଳରୁ ତାକୁ ବିଦାୟ କରିବା ଉଚିତ ବୋଲି ସାହି ବାସିନ୍ଦା ଦାବି କରିଛନ୍ତି। ବଳି ଉଦ୍ୟମ ପଛରେ କାରଣ ଅଷ୍ପଷ୍ଟ ଥିବା ବେଳେ ପୁଲିସ ଏଥିପ୍ରତି ସଚେତନ ହେବା ସହ ଘଟଣାର ତଦନ୍ତ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।
ଆହୁରି ପଢ଼ନ୍ତୁ: Lover Threw His Girlfried: ପ୍ରେମ କାହାଣୀର ଏକ ଦୁଃଖଦ ଅନ୍ତ; ପ୍ରେମିକାଙ୍କୁ ଘରୁ ଉଠାଇ ନେଇ ଟ୍ରେନରୁ ଠେଲି ଦେଲା ପ୍ରେମିକ
Follow Us