Brother Kills Sister: ଉତ୍ତରପ୍ରଦେଶରେ ଅନର କିଲିଂ: ଭଉଣୀ ଓ ମୁସଲିମ୍‌ ପୁରୁଷବନ୍ଧୁଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ୩ ଭାଇ

Advertisment

ଉତ୍ତରପ୍ରଦେଶରେ ଗୁରୁବାର ଏକ ଲଜ୍ଜାଜନକ ଅନର କିଲିଂ ଘଟଣା ଦେଖିବାକୁ ମିଳିଛି। ଜଣେ ୧୯ ବର୍ଷୀୟ ମହିଳା ଓ ତାଙ୍କ ମୁସଲିମ୍‌ ପୁରୁଷ ବନ୍ଧୁଙ୍କ ମୃତଦେହ ଆଜି ସକାଳେ ମୋରାଦାବାଦର ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି।

ଉତ୍ତରପ୍ରଦେଶରେ ଗୁରୁବାର ଏକ ଲଜ୍ଜାଜନକ ଅନର କିଲିଂ ଘଟଣା ଦେଖିବାକୁ ମିଳିଛି। ଜଣେ ୧୯ ବର୍ଷୀୟ ମହିଳା ଓ ତାଙ୍କ ମୁସଲିମ୍‌ ପୁରୁଷ ବନ୍ଧୁଙ୍କ ମୃତଦେହ ଆଜି ସକାଳେ ମୋରାଦାବାଦର ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି।

Brother

Brother Kills Sister Photograph: (sambad.in)

ମୋରାଦାବାଦ: ଉତ୍ତରପ୍ରଦେଶରେ ଗୁରୁବାର ଏକ ଲଜ୍ଜାଜନକ ଅନର କିଲିଂ ଘଟଣା ଦେଖିବାକୁ ମିଳିଛି। ଜଣେ ୧୯ ବର୍ଷୀୟ ମହିଳା ଓ ତାଙ୍କ ମୁସଲିମ୍‌ ପୁରୁଷ ବନ୍ଧୁଙ୍କ ମୃତଦେହ ଆଜି ସକାଳେ ମୋରାଦାବାଦର ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ପୁଲିସ ପ୍ରାଥମିକ ତଦନ୍ତ ପରେ ମହିଳାଙ୍କୁ ତାଙ୍କର ଭାଇମାନେ ହତ୍ୟା କରିଥିବା କହିଛି। ମହିଳାଙ୍କ ନାଁ କାଜଲ, ସେ ଜଣେ ଛାତ୍ରୀ ବୋଲି ଜଣାପଡ଼ିଛି। କାଜଲ ଓ ତାଙ୍କ ପୁରୁଷବନ୍ଧୁ ଅରମାନ (୨୭) ଉଭୟ ମୋରାଦାବାଦର ଉମ୍ରି ଶବ୍‌ଜିପୁର ଗାଁର ବାସିନ୍ଦା। କାଜଲଙ୍କ ତିନି ଭାଇଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି।

ତିନି ଦିନ ତଳେ ସେମାନଙ୍କ ଘରୁ ନିଖୋଜ ଥିଲେ ମୃତକ

ପୁଲିସ ତଥ୍ୟ ଅନୁଯାୟୀ, କାଜଲ ଓ ଅରମାନ ତିନି ଦିନ ତଳେ ସେମାନଙ୍କ ଘରୁ ନିଖୋଜ ହୋଇଯାଇଥିଲେ। ସେମାନଙ୍କର କୌଣସି ଖୋଜ ଖବର ନ ମିଳିବାରୁ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା। ବରିଷ୍ଠ ପୁଲିସ ଅଧିକାରୀ ସତପାଲ ଅନ୍ତିଲ କହିଛନ୍ତି ବୁଧବାର ଅରମାନଙ୍କ ପରିବାର ପକ୍ଷରୁ ତାଙ୍କ ନିଖୋଜ ନେଇ ଖବର ରିପୋର୍ଟ କରାଯାଇଥିଲା। ଗୁରୁବାର ସକାଳେ କାଜଲଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପୁଲିସ ଏତଲା ଆଧାରରେ ଖୋଜ ଖବର କରିବା ପରେ ଗାଁ ନିକଟ ଜଙ୍ଗଲରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ କହିଛି ଯେ, ମହିଳାଙ୍କ ଭାଇମାନେ ହି ହତ୍ୟାକାଣ୍ଡ ଘଟାଇଛନ୍ତି। ଦୁଇଜଣଙ୍କୁ ଗିରଫ କରାଯାଇଛି। ପ୍ରେମୀ ଯୁଗଳଙ୍କ ମୃତଦେହ ଗାଁଠାରୁ କିଛି ଦୂର ଏକ ଜଙ୍ଗଲ‌ରେ ଥିବା ମନ୍ଦିର ପଛ ପଟୁ ଉଦ୍ଧାର କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଆହୁରି ପଢ଼ନ୍ତୁ: Trump Praise Modi: ସେ ଜଣେ ଚମତ୍କାର ବ୍ୟକ୍ତି, ଜଣେ ବନ୍ଧୁ : ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ପ, ନୂଆ ଚୁକ୍ତି ସମ୍ପର୍କରେ ଦେଲେ ସୂଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe