Groom Attacked: ବିବାହ ମଣ୍ଡପରେ ବରଙ୍କୁ ଛୁରାମାଡ଼: ଆକ୍ରମଣ ଘଟଣା ଡ୍ରୋନ କ୍ୟାମେରାରେ ହେଲା ରେକର୍ଡ

ବିବାହ ମଣ୍ଡପରେ ଛିଡ଼ା ‌ହୋଇଥିବା ବରଙ୍କୁ ଛୁରାମାଡ଼। ଗୁୁରୁତର ଅବସ୍ଥା‌ରେ ହସ୍ପିଟାଲରେ ହୋଇଛନ୍ତି ଭର୍ତ୍ତି। ଆକ୍ରମଣର ସମ୍ପୂର୍ଣ୍ଣ ଘଟଣା ଡ୍ରୋନ କ୍ୟାମେରାରେ ହେଲା ରେକର୍ଡ।

685981ac-ac0b-4a8b-9e17-7a5850dc6aae

groom-attacked-on-stage-drone-recorded Photograph: (@aajtak.in)

ନୂଆଦିଲ୍ଲୀ: ଅମରାବତୀର ବଡନେରା ଅଞ୍ଚଳରେ ମଙ୍ଗଳବାର ରାତିରେ ଆୟୋଜିତ ଏକ ବିବାହ ଉତ୍ସବ ହସଖୁସିରେ ଭରି ରହିଥିଲା। କିନ୍ତୁ ଏ ହସଖୁସି ବେଶୀ ସମୟ ତିଷ୍ଠି ପାରି ନଥିଲା।  କିଛିସମୟ ମଧ୍ୟରେ ବିବାହ ଉତ୍ସବରେ ରକ୍ତାକ୍ତକାଣ୍ଡ ଘଟି ବର ଗୁରୁତର ଆହତ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହ ମଣ୍ଡପରେ ଘଟିଥିବା ସମ୍ପୂର୍ଣ୍ଣ  ଘଟଣା ଡ୍ରୋନ କ୍ୟାମେରାରେ କଏଦ ହୋଇଯାଇଥିଲା। ଯାହାକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଆହତ ବରଙ୍କ ନାମ ସୁଜଲ ରାମ ସମୁଦ୍ର ଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର ସୁଜଲ ରାମ ସମୁଦ୍ରଙ୍କ ବିବାହ ଉତ୍ସବ ଚାଲିଥିଲା। ଡିଜେ ନାଚକୁ ନେଇ ସାମାନ୍ୟ ଝଗଡ଼ା ଲାଗିଥିଲା। ଏହି ଝଗଡ଼ା ପରବର୍ତ୍ତୀ ସମୟରେ ରକ୍ତାକ୍ତକାଣ୍ଡର ରୂପ ନେଇଥିଲା। ରାତି ପ୍ରାୟ ସାଢ଼େ ୯ଟା ବେଳେ ରାଘବ ଜିତେନ୍ଦ୍ର ବକ୍ସି ହଠାତ୍ ମଞ୍ଚ ନିକଟକୁ ଆସି ବର ସୁଜଲଙ୍କ ବାମ ଜଙ୍ଘ ଏବଂ ଆଣ୍ଠୁ ପାଖରେ ଏକ ଛୁରୀରେ ତିନିଥର ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ବିବାହ ମଣ୍ଡପରେ ବରଙ୍କୁ ଛୁରାମାଡ଼

ଆକ୍ରମଣ ପରେ ବରଙ୍କ ଗୋଡ଼ରୁ ପ୍ରବଳ ରକ୍ତସ୍ରାବ ଆରମ୍ଭ ହୋଇଗଲା। ଆହତ ବର ସୁଜଲ ସମୁଦ୍ରଙ୍କୁ ତୁରନ୍ତ ଅମରାବତୀର ରିମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରୁଥିବା  ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ, ‘ସୁଜଲ ଗୁରୁତର ଆହତ ହୋଇଛନ୍ତି କିନ୍ତୁ ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି।’

ବିବାହ ଫଟୋଗ୍ରାଫି ପାଇଁ ଉଡ଼ୁଥିବା ଡ୍ରୋନ୍ କ୍ୟାମେରାରେ ସମ୍ପୂର୍ଣ୍ଣ ଆକ୍ରମଣର ଘଟଣା ରେକର୍ଡ ହୋଇଯାଇଥିଲା। ଫୁଟେଜରେ ଆକ୍ରମଣକାରୀଙ୍କ ମୁହଁ ସ୍ପଷ୍ଟ ଭାବରେ କଏଦ ହୋଇଛି। ଯାହାକୁ ଆଧାର କରି ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।ବଡନେରା ପୁଲିସ ଷ୍ଟେସନରେ ଏଫଆଇଆର ନଂ ୫୮୬/୨୦୨୫, ଧାରା ୧୦୯(୧) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ବଡନେରା ଷ୍ଟେସନ ହାଉସ ଅଫିସର ସୁନୀଲ ଚୌହାନ ଘଟଣାକୁ ଗମ୍ଭୀରତାର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। 

ଅଧିକପଢ଼ନ୍ତୁ:ସହରରେ ବୁଲୁଛି ନରହନ୍ତା ହାତୀ...ରାତି ଅଧରେ ଫୁଲ ତୋଳିବାକୁ ବାହାରକୁ ଯାଉଥିଲେ ସାବଧାନ !

ଅଧିକପଢ଼ନ୍ତୁ:ଭୟାବହ କାର ବୋମା ବିସ୍ଫୋରଣ ନେଇଗଲା ଦୁଇସାଙ୍ଗଙ୍କ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe