ଅମରୋହା: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଭୟାବହ କାର ବୋମା ବିସ୍ଫୋରଣ ଅମରୋହା ଜିଲ୍ଲାର ଦୁଇଟି ପରିବାରର ଖୁସିକୁ ଛଡ଼ାଇ ନେଇଛି।ପିଲାଦିନର ବନ୍ଧୁ ଅଶୋକ କୁମାର ଏବଂ ଲୋକେଶ କୁମାରଙ୍କ ଏକକାଳୀନ ମୃତ୍ୟୁ ସମଗ୍ର ହସନପୁର ଅଞ୍ଚଳକୁ ସ୍ବବ୍ଧ କରି ଦେଇଛି।
ସୂଚନାଯୋଗ୍ୟ, ମାଙ୍ଗରୋଲା ଗାଁର ବାସିନ୍ଦା ଅଶୋକ କୁମାର ଦିଲ୍ଲୀରେ ଜଣେ ଡିଟିସି ବସ୍ କଣ୍ଡକ୍ଟର ଥିଲେ ଏବଂ ଏକ ଘରୋଇ ସ୍କୁଲରେ ଚୌକିଦାର ଭାବରେ କାମ କରୁଥିଲେ। ସେହିପରି ଲୋକେଶ କୁମାର ହସନପୁର ସହରରେ ଏକ ପ୍ରପର୍ଟି ଡିଲର ଭାବରେ କାମ କରୁଥିଲେ।
ଅଧିକପଢ଼ନ୍ତୁ: ଦିନିକିଆ ଖେଳିବାକୁ ଚାହୁଁଥିଲେ ଘରୋଇ କ୍ରିକେଟ ଖେଳିବାକୁ ହେବ: ବିସିସିଆଇ
ଅଧାରେ ରହିଲା ଦୁଇ ସାଙ୍ଗଙ୍କ ରାତିଭୋଜନ
ଘଟଣା ଦିନ ଲୋକେଶ ଜଣେ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିଲେ। ଲୋକେଶ ଦିଲ୍ଲୀ ଆସିବା ଜାଣି ଅଶୋକ ବନ୍ଧୁଙ୍କୁ ଭୋଟିବା ପାଇଁ ଫୋନ୍ କରିଥିଲେ। ଏହାପରେ ଦୁଇସାଙ୍ଗ ଲାଲକିଲ୍ଲା ନିକଟରେ ଏକାଠି ରାତ୍ରିଭୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେମାନେ କ’ଣ ଜାଣି ନଥିଲେ ଯେ ଏହି ସାକ୍ଷାତ ସେମାନଙ୍କ ଜୀବନର ଶେଷ ସାକ୍ଷାତ ହେବ ବୋଲି।
ଲୋକେଶ ଓ ଆଶୋକ ଲାଲକିଲ୍ଲା ନିକଟରେ ପହଞ୍ଚିଥିଲେ। ଦୁଇ ବନ୍ଧୁ ପରସ୍ପରକୁ ଭେଟି ଖୁବ ଖୁସି ହୋଇଯାଇଥିଲେ। କିଛିସମୟ ଦୁହେଁ ଲାଲକିଲ୍ଲା ନିକଟରେ ଛିଡ଼ା ହୋଇ କଥା ହେଉଥିବା ବେଳେ ଏକ କାରରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ବିସ୍ଫୋରଣ ଦୁଇଟିସାଙ୍ଗ ଜୀବନ ନେଇନାହିଁ ବରଂ ଦୁଇଟି ପରିବାରର ସଂସାରକୁ ଉଜାଡ଼ି ଦେଇଛି।
ଅଧିକପଢ଼ନ୍ତୁ: ହସ୍ପିଟାଲରୁ ମିଳିଲା ଛୁଟି ହସିହସି ଘରକୁ ଫେରିଲେ ଗୋବିନ୍ଦା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/12/new-project-3-2025-11-12-15-49-44.jpg)