ଅଖା ଭିତରୁ ନାବାଳକର ମୃତଦେହ ମିଳିବା ଘଟଣା: ଅଭିଯୁକ୍ତ ଗିରଫ

ଚମ୍ପୁଆ ଥାନା ଅର୍ନ୍ତଗତ ଗୋପୀନାଥପୁର ଗ୍ରାମରେ ଜଣେ ୯ବର୍ଷୀୟ ନାବାଳକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ଏକ ଅଖାବସ୍ତାରେ ପୂରାଇ ରଖିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଭିନ୍ନ ମୋଡ଼ ନେଇଛି। ଅଖା ଭିତରୁ ନା'ବାଳକର ମୃତଦେହ ମିଳିବା ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି।

ଅଦ୍ୟତନ ହୋଇଛି
Minor murder in Champua

Minor murder in Champua Photograph: (Sambad )

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅର୍ନ୍ତଗତ ଗୋପୀନାଥପୁର ଗ୍ରାମରେ ଜଣେ ୯ବର୍ଷୀୟ ନାବାଳକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ଏକ ଅଖାବସ୍ତାରେ ପୂରାଇ ରଖିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଭିନ୍ନ ମୋଡ଼ ନେଇଛି। ଅଖା ଭିତରୁ ନା'ବାଳକର ମୃତଦେହ ମିଳିବା ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ୨୪ ଘଣ୍ଟା ଭିତରେ ହତ୍ୟାକାଣ୍ଡ ଭିଆଇ ଥିବା ଅଭିଯୁକ୍ତ ଗଙ୍ଗାରାମ ମୁଣ୍ଡାକୁ ପୁଲିସ୍ ଗିରଫ କରିଛି। ଆଜି ଅଭିଯୁକ୍ତକୁ ନେଇ ପୁରା ଘଟଣାର ସିନ୍ ରିକ୍ରିଏସନ୍ କରିଛି। ଅଭିଯୁକ୍ତ, ନାବାଳକ ପବନା ମୁଣ୍ଡାକୁ କେଉଁଥିରେ ଓ କିପରି ହତ୍ୟାକଲା ଏବଂ ହତ୍ୟାରେ ବ୍ୟବହାର କରିଥିବା ଲୁହାରଡ଼୍କୁ‌ କେଉଁଠି ଫିଙ୍ଗିଥିଲା ଅଭିଯୁକ୍ତ ତାହା ଦେଖାଇଛି। 

ଏହି ଖବର ପଢ଼ନ୍ତୁ: ସ୍ତ୍ରୀଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ସ୍ବାମୀଙ୍କର ଅବସ୍ଥା ଗୁରୁତର

ଗାଁର ଏକ ରାସ୍ତା ପାଇଁ କିଛିଦିନ ତଳେ ଜମି ମାପଚୁପ ହୋଇଥିଲା। ମାପଚୂପରୁ ଜଣାପଡ଼ିଥିଲା ଯେ, ଗଙ୍ଗାରାମ ମୁଣ୍ଡାଙ୍କ ଘର ରାସ୍ତାର ଜମିରେ ପଡୁଛି ଏବଂ ସେହି ଜମିଟି ଗୈରାଙ୍ଗ ପାତ୍ର ନାମକ ବ୍ୟକ୍ତିଙ୍କ ଅଧୀନରେ ରହିଛି। ତେଣୁ ସେ ଗୈରାଙ୍ଗ ପାତ୍ରଙ୍କୁ ଫସାଇବା ଉଦ୍ଦେଶ୍ୟରେ ପଡ଼ିଶା ଘରର ୯ ବର୍ଷର ବାଳକ ପବନା ମୁଣ୍ଡାକୁ ହତ୍ୟା କରିବା ପରେ ଏକ ଆଖାରେ ପୁରାଇ  ଗୈରାଙ୍ଗ ପାତ୍ରଙ୍କ ଘର ଆଗରେ  ପକାଇ ଦେଇଥିଲା।

ଏହି ଖବର ପଢ଼ନ୍ତୁ: ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କଲେନି ବିଜେଡି ସରକାର: ମନମୋହନ ସାମଲ

ସ୍ବର୍ଗତ ରାସ ମୁଣ୍ଡାଙ୍କ ପୁଅ ପବନା ମୁଣ୍ଡା ସୋମବାର ଠାରୁ ନିଖୋଜ ଥିଲା। ମଙ୍ଗଳବାର ତାର ରକ୍ତାକ୍ତ ମୃତଦେହ ମିଳିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସୋମବାର  ଅପରାହ୍‌ଣ ୫ଟା ବେଳେ ପବନା ଖେଳିବାକୁ ଯାଇ ଘରକୁ ଫେରି ନଥିଲା। ମା’ ବୁଧୁନି ଅନେକ ଖୋଜାଖୋଜି କରିବା ସତ୍ତ୍ବେ ପୁଅର କୌଣସି ସନ୍ଧାନ ପାଇ ନଥିଲେ। ମଙ୍ଗଳବାର ସକାଳେ ଗ୍ରାମର ଗୌରାଙ୍ଗ ପାତ୍ରଙ୍କ ଘର ଅଗଣାରେ ଏକ ବସ୍ତା ଥିବା ଦେଖିବାକୁ ମିଳିଥିଲା। ସେଥିରେ ପବନାଙ୍କ ରକ୍ତାକ୍ତ ଶବ ଥିବା ଦେଖି ଗୌରାଙ୍ଗ ପରିବାର ଲୋକ ବୁଧୁନିଙ୍କୁ ଖବର ଦେଇଥିଲେ। ଏ ନେଇ ପ୍ରଥମେ ରିମୁଳି ଫାଣ୍ଡିକୁ ଖବର ଦିଆଯାଇଥିଲା। ତେବେ ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର, ଚମ୍ପୁଆ ଏସ୍‌ଡିପିଓ ବିଜୟ କୁମାର ମଲ୍ଲିକ, ଚମ୍ପୁଆ ଥାନା ଅଧିକାରୀ ଦେବକୀ ନାୟକ, ମାଜିଷ୍ଟ୍ରେଟ୍‌ ତଥା ରାଜସ୍ବ ଅଧିକାରୀ ଫୁଲରାଇ ବେଶ୍ରା ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ।

ଏହି ଖବର ପଢ଼ନ୍ତୁ: ଆସନ୍ତା ମାର୍ଚ୍ଚରେ ‘ସୁଭଦ୍ରା’ର ଦ୍ବିତୀୟ କିସ୍ତି ଟଙ୍କା ଆକାଉଣ୍ଟକୁ ଯିବ

ଏ ନେଇ ଚମ୍ପୁଆ ଥାନାରେ ନଂ ୩୨୭/୨୪ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୁଲିସ ଗ୍ରାମର ଗୌରାଙ୍ଗ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଏହି ଖବର ପଢ଼ନ୍ତୁ: ମୁମ୍ବାଇରେ ଏୟାରବ୍ୟାଗ ପାଇଁ ଚାଲିଗଲା ୬ବର୍ଷୀୟ ବାଳକର ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe