କଟା ନାକକୁ ବ୍ୟାଗରେ ପୁରାଇ ହସ୍ପିଟାଲରେ ପହଞ୍ଚିଲେ ମହିଳା

ରାଜସ୍ଥାନର ଜାଲୋର ଜିଲ୍ଲାରେ ସମ୍ପତ୍ତି ବିବାଦକୁ ନେଇ ବାପା ଘରକୁ ଯାଇଥିବା ପିଉସୀଙ୍କ ନାକ କାଟି ଦେଲା ପୁତୁରା। କଟା ନାକ ଧରି ହସ୍ପିଟାଲରେ ପହଞ୍ଚିଲେ ମହିଳା। ଡାକ୍ତର କଲେ ଚିକିତ୍ସା।

ସଦନସ


ନୂଆଦିଲ୍ଲୀ: ରାଜସ୍ଥାନର ଜାଲୋର ଜିଲ୍ଲାରୁ ସମ୍ପତ୍ତି ବିବାଦକୁ ଏକ ଆଭବନୀୟ ଘଟଣା ସାମ୍ନାକୁ ଆସିଛି। ଭଣଜା ଅନ୍ୟ ସମ୍ପର୍କୀୟଙ୍କ ସହିତ ମିଶି ମାଇଁଙ୍କ ନାକ କାଟି ଦେଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ମହିଳାଙ୍କ ନାମ କୁକି ଦେବୀ ବୋଲି ଜଣାପଡ଼ିଛି। 

ଅଧିକପଢ଼ନ୍ତୁ:ରାହୁଲ ସାଂସଦଙ୍କୁ ଶାରୀରିକ ଭାବେ ଆକ୍ରମଣ କରିବା ପାଇଁ ଶିଖିଛନ୍ତି କି କୁଙ୍ଗ୍‌ ଫୁ

ସୂଚନାଯୋଗ୍ୟ, ପୀଡ଼ିତା ମହିଳା କୁକି ଦେବୀ କିଛିଦିନ ହେବ ନିଜ ବାପ ଘରେ ବସବାସ କରୁଥିଲେ। ଏହି ସମୟରେ କୁକିଙ୍କ ଦାଦା ଓ ପୁତୁରାଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ଲାଗି ରହିଥିଲା। ଗତ ମଙ୍ଗଳବାର କୁକି ତାଙ୍କ ଭାଉଜ ଓ ପୁଅ ସହିତ ବିବାଦ ଲାଗିଥିବା ଜମିକୁ ଯାଇଥିଲେ। ଏହି ସମୟରେ ଭଣଜା ଓମପ୍ରକାଶ ଅନ୍ୟ  କିଛି ସମ୍ପର୍କୀୟଙ୍କ ସହିତ ମିଶି ରାଗି ଯାଇ ପିଉସୀ କୁକିଙ୍କ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଓମପ୍ରକାଶ ପିଉସୀ କୁକିଙ୍କ ନାକ କାଟି ଦେଇଥିଲା। 

କୁକି ଏହି ଆକ୍ରମଣର ଶିକାର ହେବାପରେ ସାହାସର ସହ କାଟା ନାକକୁ ଏକ ବ୍ୟାଗରେ ଭର୍ତ୍ତି କରି ରକ୍ତାକ୍ତ ଅବସ୍ଥାରେ ଯାଇ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ଡାକ୍ତର କୁକିଙ୍କ ଅବସ୍ଥା ଦେଖି ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ପ‌ରେ କୁକି ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି।  

ଅଧିକପଢ଼ନ୍ତୁ:ବିମାନବନ୍ଦରରେ ପହଞ୍ଚିବା ପରେ ମହିଳା ସାମ୍ବାଦିକାଙ୍କ ଉପରେ ରାଗିଗଲେ ବିରାଟ

କୁକିଙ୍କ ଚିକିତ୍ସା କରୁଥିବା ଡାକ୍ତର ଜୁଗର ମହେଶ୍ବରୀ କହିଛନ୍ତି, ପୀଡ଼ିତଙ୍କ ଅବସ୍ଥା ସ୍ଥିର ଅଛି। ତାଙ୍କ ନାକ ଯୋଡ଼ିବା ପାଇଁ  ପ୍ଲାଷ୍ଟିକ ସର୍ଜରୀ କରିବାକୁ ପଡ଼ିବ। ଏଥିପାଇଁ ଯୋଦ୍ଧପୁରର ପ୍ଲାଷ୍ଟିକ ସର୍ଜନଙ୍କ ସାହାଯ୍ୟ ନେବାକୁ ପଡ଼ିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe