ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ନର୍ସିଂ ଛାତ୍ରୀ

Advertisment

ତାମିଲନାଡୁର ଜଣେ ନର୍ସିଂ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ପୀଡିତାଙ୍କୁ ଡିଣ୍ଡିଗୁଲ ରେଳ ଷ୍ଟେସନ ନିକଟରେ ଛାଡି ଫେରାର ହୋଇଯାଇଥିଲେ।

ତାମିଲନାଡୁର ଜଣେ ନର୍ସିଂ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ପୀଡିତାଙ୍କୁ ଡିଣ୍ଡିଗୁଲ ରେଳ ଷ୍ଟେସନ ନିକଟରେ ଛାଡି ଫେରାର ହୋଇଯାଇଥିଲେ।

WEWQ

ନୂଆଦିଲ୍ଲୀ: ତାମିଲନାଡୁର ଜଣେ ନର୍ସିଂ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ପୀଡିତାଙ୍କୁ ଡିଣ୍ଡିଗୁଲ ରେଳ ଷ୍ଟେସନ ନିକଟରେ ଛାଡି ଫେରାର ହୋଇଯାଇଥିଲେ। ସ୍ଥାନୀୟଲୋକେ ଘଟଣା ବିଷୟରେ ଜାଣିବା ପରେ ପୁଲିସରେ ଖବର ଦେଇଥିବା ନେଇ ଡିଣ୍ଡିଗୁଲ ଜିଲ୍ଲା ଅଧୀକ୍ଷକ ପ୍ରଦୀପ ସୂଚନା ଦେଇଛନ୍ତି

ନର୍ସିଂ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ  ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ, ପୀଡିତାଙ୍କୁ ଉଦ୍ଧାର କରାଯାଇ ଡିଣ୍ଡିଗୁଲ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ପୁଲିସ ଏନେଇ ଏଫଆଇଆର ରୁଜୁ କରିବା ସହ ମାମଲାର ତଦନ୍ତ ଜାରି ରଖିଛି।

ଉଦ୍ଧାର ପରେ ପୀଡ଼ିତା ଜଣକ ପୁଲିସକୁ କହିଥିଲେ, ‘ମୁଁ ଦ୍ୱିତୀୟ ବର୍ଷର ନର୍ସିଂ ଛାତ୍ରୀ। ପ୍ରତିଦିନ ଭଳି ଗତ ସୋମବାର ଡିୟୁଟି ଶେଷ ହେବାପରେ ବସ‌ରେ ଘରକୁ ଫେରୁଥିଲୁ। ସନ୍ଧ୍ୟା ହୋଇଯାଇଥିଲା। ‌ବସରୁ ଓହ୍ଲାଇବା ପରେ କେହିଜଣେ ମୋ ପଛରେ ଆସୁଥିବା ଅନୁଭବ ହୋଇଥିଲା। ତେଣୁ ମୁଁ ବାପାଙ୍କୁ ଫୋନ କରି ଜଣାଇଥିଲି। କିଛି ସମୟ ଭିତରେ ମୋ ଆଖିରେ କଳାପଟ୍ଟି ବାନ୍ଧି କିଛିଯୁବକ ମୋତେ ଏକ ନିଛାଟିଆ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ। 

ଏହାପରେ ଷ୍ଟେସନ ପାଖରେ ଛାଡି ଫେରାର ହୋଇଯାଇଥିଲେ। ମୁଁ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଡାକି ଘଟଣା ବିଷୟରେ ଜଣାଇବାରୁ ସେମାନେ ପୁଲିସ ଓ ପରିବାରଲୋକଙ୍କୁ ଖବର ଦେଇଥିଲେ।’

ଏହି ଘଟଣାପରେ ପୀଡ଼ିତା ତଥା ପୀଡ଼ିତାଙ୍କ ପରିବାର ନ୍ୟାୟ ଦାବି କରି କହିଛନ୍ତି, ‘ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦିଆ ନଗଲେ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଥିବ। ଆମେ କ୍ରମାଗତ ଭାବେ ଏହି ଖବର ଶୁଣିଥିବା ଆଉ ଚୁପ ରହୁଥିବା। ’

ଅଧିକପଢ଼ନ୍ତୁ:ବୁଦା ଭିତରୁ ୟୁପିଏସସି ପ୍ରସ୍ତୁତି କରୁଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe