Comedian Gulua Photograph: (sambad.in)
ଭୁବନେଶ୍ବର: ପୁଣି ଓଲିଉଡ଼ରେ ହାଇଡ୍ରାମା ଦେଖିବାକୁ ମିଳିଛି । କମେଡ଼ିଆନ ଗୁଲୁଆଙ୍କୁ ଧମକ ମିଳିଛି । ଟଙ୍କା ନଦେଲେ ବଦନାମ ପାଇଁ ଗୁଲୁଆଙ୍କୁ ଧମକ। ଭିଡିଓ କରି ସୁରକ୍ଷା ଲୋଡ଼ିଲେ ଗୁଲୁଆ । କହିଲେ- ମୋ ଜୀବନ ପ୍ରତି ବିପଦ ଅଛି । ତେବେ ଉଠିଲା ପ୍ରଶ୍ନ- କିଏ ଦେଉଛି ଗୁଲୁଆଙ୍କୁ ଧମକ ? କିଏ ସେହି ନିଜର ଲୋକ ? ଯିଏ ବିଶ୍ବାସରେ ଦେଇଦେଲା ବିଷ ?
ଆହୁରି ପଢନ୍ତୁ- Satya Vihar Apartment Fire: ସତ୍ୟ ବିହାରସ୍ଥିତ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ବାସିନ୍ଦା ଆତଙ୍କିତ
ସବୁବେଳେ ଲୋକଙ୍କୁ ହସାଉଥିବା ଲୋକଟା ଯେବେ କାନ୍ଦ କାନ୍ଦ ଆଖିରେ ତା ଜୀବନ ପ୍ରତି ବିପଦ ଥିବା କଥା କ୍ୟାମେରା ଆଗରେ କୁହେ ସେବେ କିଛି ଲୋକ ଏହା ବି ତାଙ୍କର କମେଡି ବୋଲି ଭାବି ନିଅନ୍ତି ମାତ୍ର ଘଟଣାର ଗମ୍ଭୀରତା ଶୁଣିବା ପରେ ଏହା କମେଡି ନୁହେଁ ବରଂ ସତ କଥା ବୋଲି ବିଶ୍ବାସ କରନ୍ତି… ଯାହା ଲୋକପ୍ରିୟ କମେଡିଆନ ଗୁଲୁଆଙ୍କ ସହ ହୋଇଛି । ଆଜି ସକାଳେ ସକାଳେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହୋଇଛି ।
ଆହୁରି ପଢନ୍ତୁ- Shah Rukh Khan in Jailer-2?: ରଜନୀକାନ୍ତଙ୍କ ‘ଜେଲର୍-୨’ରେ ଶାହରୁଖ ଖାନ ରହିବେ କି? ବିବାଦରେ ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନ
ଯେଉଁଠି ସିଏ ତାଙ୍କ ଜୀବନ ପ୍ରତି ବିପଦ ଥିବା ଏବଂ ତାଙ୍କୁ କୋଟିଏ ଟଙ୍କା ମାଗି ବଦନାମ କରିବାକୁ ଧମକ ବି ମୁଳୁଛି, ତାଙ୍କୁ ମାଡ ମାରି ପଙ୍ଗୁ କରିଦେବାକୁ ବି ଧମକ ଦିଆଯାଉଥିବା ସେ ଏକ ଭିଡିଓରେ ଖୁଲାସା କରି ପୋଲିସ ଓ ପ୍ରଶାସନଠୁ ସୁରକ୍ଷା ଲୋଡ଼ିଛନ୍ତି…
Follow Us