youth beaten to death with bricks by his parents Photograph: (@sambad.in)
ପଞ୍ଜାବ: ପଞ୍ଜାବର ଅମୃତସରର ଅଜନାଲା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗିଆମପୁର ଗାଁରେ ପାରିବାରିକ ବିବାଦକୁ କେନ୍ଦ୍ର କରି ନିଜର ଭେଣ୍ଡିଆ ପୁଅକୁ ବାପାମାଆ ପିଟି ପିଟି ହତ୍ୟା କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକଙ୍କ ନାମ ସିମରନଜଙ୍ଗ ସିଂହ ଥିବା ଜଣାପଡ଼ିଛି।
ସ୍ତ୍ରୀ ସାମ୍ନାରେ ସ୍ବାମୀଙ୍କୁ ହତ୍ୟା
ସିମରନଜଙ୍ଗ ସିଂହଙ୍କ ଧର୍ମପତ୍ନୀ ନବପ୍ରୀତ କୌର ସ୍ବାମୀଙ୍କ ହତ୍ୟା ଘଟଣାକୁ ନେଇ କହିଛନ୍ତି, ‘ମୁଁ ଶାଶୁଘରକୁ ଆସିଲା ଦିନଠାରୁ କିଛି ନା କିଛି କାରଣକୁ ନେଇ ବିବାଦ ଲାଗି ରହୁଥିଲା। ଶେଷରେ ବିରକ୍ତ ହୋଇ ମୁଁ ମୋ ବାପ ଘରକୁ ଚାଲି ଯାଇଥିଲି। କିଛିଦିନ ହେବ ସ୍ବାମୀ ମୋତେ ଓ ମୋ ଦୁଇ ବର୍ଷର ପୁଅକୁ ଘରକୁ ଫେରାଇ ଆଣିବାକୁ ଚାହୁଁଥିଲେ। କିନ୍ତୁ ମୋ ଶାଶୁ ଏ ପ୍ରସ୍ତାବରେ ରାଜି ନଥିଲେ। କାରଣ ସେ ସ୍ବାମୀଙ୍କ ଅନ୍ୟତ୍ର ବିବାହ କରିବାକୁ ଚାହୁଁଥିଲେ।
ଅଧିକପଢ଼ନ୍ତୁ:କଟକ-ଭୁବନେଶ୍ୱର ଟୁଇନ୍ ସିଟି ପ୍ରଶାସନିକ କ୍ଷେତ୍ର ବିକାଶ ପାଇଁ ଯୋଜନା ନାହିଁ: ମୁଖ୍ୟମନ୍ତ୍ରୀ
ଶ୍ବଶୁର ଘରେ ପୁଅକୁ ହତ୍ୟା
ଦୁଇ ପରିବାର ମଧ୍ୟରେ ଦୀର୍ଘ ସମୟ ଦିନଧରି ଉତ୍ତେଜନା ଲାଗି ରହିଥିଲା। ଗତ ରବିବାର ସକାଳେ ସିମରନଜଙ୍ଗ ମୋ ବାପଘରେ ପହଞ୍ଚି ମୋତେ ତାଙ୍କ ସାଙ୍ଗରେ ନେଇ ଆସିବା ପାଇଁ ଜିଦ ଧରିଥିଲେ। ଏହି ସମୟରେ ତାଙ୍କ ବାପାମାଆ ମଧ୍ୟ ସେଠାରେ ଯାଇ ପହଞ୍ଚିଥିଲେ। ସାମାନ୍ୟ କଥାକୁ ନେଇ ବିବାଦ ବଢ଼ି ଯାଇଥିଲା।ରାଗରେ ମୋ ଶାଶୁ-ଶ୍ବଶୁର ସିମରନଜଙ୍ଗଙ୍କୁ ଇଟାରେ ପିଟିପିଟି ହତ୍ୟା କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଏ ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ। ମୁଁ ମୋ ସ୍ୱାମୀଙ୍କ ସହିତ ଶାଶୁଘରକୁ ଫେରିବାକୁ ପ୍ରସ୍ତୁତ ଥିଲି, କିନ୍ତୁ ମୋ ଶାଶୁଘର ଏଥିରେ ରାଜି ନଥଲେ। ସର୍ବଦା ମୋ ସହିତ କଠୋର ଏବଂ ଅସମ୍ମାନଜନକ ବ୍ୟବହାର କରୁଥିଲେ।
ଅଧିକପଢ଼ନ୍ତୁ:ହାତବାନ୍ଧି କେନାଲ୍କୁ ଧକ୍କାଦେଲେ ବାପା, ଦୁଇମାସ ପରେ ଜୀବିତ ଫେରିଲା ଝିଅ...
ଅଜନାଲା ଥାନା ଅଧିକାରୀ ହିମାଂଶୁ ଭଗତ କହିଛନ୍ତି,‘ ଯେ ପୀଡ଼ିତା ତଥା ତାଙ୍କ ପରିବାରଲୋକଙ୍କ ବୟାନ ଆଧାରରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ପୁଲିସ ସିମରନଜଙ୍ଗଙ୍କ ବାପାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ମାଆ ଫେରାର୍ ଅଛନ୍ତି।’
Follow Us