Arrest: ‌ଚୌଦ୍ବାର ଜେଲ୍‌ରୁ ଫେରାର କଏଦୀ ବୃନ୍ଦାବନ ମଠରୁ ଗିରଫ

Advertisment

କଟକ ଜିଲ୍ଲା ଚୌଦ୍ବାରସ୍ଥିତ ରାଜ୍ୟର ସର୍ବବୃହତ୍ ମଣ୍ତଳ କାରାଗାରରୁ ଫେରାର ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରୁ ଜଣକୁ ଓଡ଼ିଶା ପୁଲିସ ଉତ୍ତରପ୍ରଦେଶର ବୃନ୍ଦାବନରୁ ଗିରଫ କରିଛି। ଓଡ଼ିଶା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ବୃନ୍ଦାବନର ଏକ ମଠରୁ ଅଭିଯୁକ୍ତ ମଧୁକାନ୍ତ କୁମାରକୁ ଗିରଫ...

କଟକ ଜିଲ୍ଲା ଚୌଦ୍ବାରସ୍ଥିତ ରାଜ୍ୟର ସର୍ବବୃହତ୍ ମଣ୍ତଳ କାରାଗାରରୁ ଫେରାର ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରୁ ଜଣକୁ ଓଡ଼ିଶା ପୁଲିସ ଉତ୍ତରପ୍ରଦେଶର ବୃନ୍ଦାବନରୁ ଗିରଫ କରିଛି। ଓଡ଼ିଶା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ବୃନ୍ଦାବନର ଏକ ମଠରୁ ଅଭିଯୁକ୍ତ ମଧୁକାନ୍ତ କୁମାରକୁ ଗିରଫ...

Untitled-15.jpg

ଚୌଦ୍ବାର: କଟକ ଜିଲ୍ଲା ଚୌଦ୍ବାରସ୍ଥିତ ରାଜ୍ୟର ସର୍ବବୃହତ୍ ମଣ୍ତଳ କାରାଗାରରୁ ଫେରାର ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରୁ ଜଣକୁ ଓଡ଼ିଶା ପୁଲିସ ଉତ୍ତରପ୍ରଦେଶର ବୃନ୍ଦାବନରୁ ଗିରଫ କରିଛି। ଓଡ଼ିଶା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ବୃନ୍ଦାବନର ଏକ ମଠରୁ ଅଭିଯୁକ୍ତ ମଧୁକାନ୍ତ କୁମାରକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ରାଜା ସାହାଣୀକୁ ଖୋଜୁଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। 

ସୂଚନାଯୋଗ୍ୟ ଗତବର୍ଷ ଅକ୍ଟୋବର ୨ତାରିଖରେ ବିହାରର ମଧୁକାନ୍ତ କୁମାର ଓ ରାଜା ସାହାଣୀ ପାଚେରି ଡେଇଁ ଚମ୍ପଟ ମାରିଥିଲେ। ଉଭୟ ଦଶହରାର ସୁଯୋଗ ନେଇ ଚାଞ୍ଚଲ୍ୟକର ଢଙ୍ଗରେ ଏଭଳି କାଣ୍ଡ କରିଥିଲେ। ୨୦୨୫, ଜାନୁଆରି ୪ ତାରିଖରେ ଯାଜପୁରଜିଲ୍ଲା ପାଣିକୋଇଲିରେ ଥିବା ପଣ୍ତା ଅଳଙ୍କାର ଲୁଟ୍ ଓ ୨ଜଣଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା ଘଟଣାରେ ଗିରଫ ହୋଇଥିଲେ ଏହି ଦୁଇ ବିହାରୀ ଅପରାଧୀ। ସେମାନେ ଯାଜପୁର ରଗଡ଼ି ଜେଲ୍‌ରେ ଥିଲା ବେଳେ ଅଧିକ ସୁରକ୍ଷା ଦୃଷ୍ଟିରୁ ୮ ମାସ ତଳେ ତାଙ୍କୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଚୌଦ୍ବାର ଜେଲର ଦୁଇଟି ସ୍ବତନ୍ତ୍ର ସେଲ୍‌ରେ ସେମାନଙ୍କୁ ରଖାଯାଇଥିଲା। ପୂର୍ବରୁ ମଧ୍ୟ ଏହି ଦୁଇଜଣ ଜେଲରୁ ଖସିଯିବା ପାଇଁ ଯୋଜନା କରୁଥିବା ବେଳେ ପାଖରେ ରଖିଥିବା ଏକ ଆରି ପାତକୁ ଜେଲ୍‌ କର୍ତ୍ତୃପକ୍ଷ ଜବତ କରିଥିଲେ। ଘଟଣା ଦିନ ଜେଲ୍‌ ପରିସରରେ ଦଶହରା ପୂଜାକୁ ନେଇ ପାର୍ବଣ ଉତ୍ସବ ଜମିଥିବା ବେଳେ ଦୁଇଜଣଯାକ ଦୁଇଟି ସେଲ୍‌ର ଲୁହା ରଡ୍‌କୁ କାଟି ପାଚେରି ପାଖକୁ ଯାଇଥିଲେ। ଜେଲ୍‌ରୁ ମିଳିଥିବା କମ୍ବଳ, ବେଡସିଟ୍ ଓ ନିଜର ପିନ୍ଧା ପ୍ୟାଣ୍ଟ୍ ସାହାଯ୍ୟରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଦଉଡ଼ିରେ ଏକ କାଠଫାଳିଆ ସାହାଯ୍ୟରେ ପାଚେରି ଡେଇଁ ପଳାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା।  

‌ଦୁଇ ଅପରାଧୀ ଫେରାର ପରେ ତତ୍‌କାଳୀନ ଜେଲ ଡିଜି ସୁଶାନ୍ତ କୁମାର ନାଥ, କଟକ ଡିସିପି ଖିଲାରି ଋଷିକେଶ ଦ୍ୟାନଦେଓ, ଚୌଦ୍ବାର ଥାନା ଭାରପ୍ରାପ୍ତ ଅଧିକାରୀ ଦୀପକ କୁମାର ଖଣ୍ତାୟତରାୟ ଜେଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। କଟକରୁ ସନ୍ଧାନୀ ପୁଲିସ କୁକୁରକୁ ଅଣାଯାଇ ଜେଲ ପରିସର ଏବଂ ଏହାର ଚାରିପଟେ ଛାନ୍‌ଭିନ୍‌ କରାଯାଇଥିଲା। ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ଚୌଦ୍ବାର ଥାନାରେ (କେସ୍‌ ନମ୍ବର ୫୯୪/୨୫) ଏକ ମାମଲା ରୁଜୁ ହୋଇଛି। ଅନ୍ୟପଟେ ଜେଲ ଡିଜିଙ୍କ ନିର୍ଦ୍ଦେଶରେ ରାତିରେ ଡ୍ୟୁଟିରେ ଥିବା ୱାର୍ଡର ସିଦ୍ଧାନ୍ତ ସାହୁ ଓ ଚିଫ୍ ୱାର୍ଡର ଭଗତ ରାମ୍‌ଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ତଦନ୍ତ ଭାର ଜେଲ୍‌ ଡିଆଇଜି ଅନୁସୂୟା ଜେନାଙ୍କୁ ପ୍ରଦାନ କରାଯାଇଛି। ତଦନ୍ତରେ ଯଦି କୌଣସି ବରିଷ୍ଠ ଅଧିକାରୀ କିମ୍ବା ଅନ୍ୟ କାହାର ସମ୍ପୃକ୍ତି ଥାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲ୍‌ ଡିଜି ଶ୍ରୀ ନାଥ ପ୍ରକାଶ କରିଛନ୍ତି। 

ଆହୁରି ପଢ଼ନ୍ତୁ: SIAM 2026: କାର୍‌, ୨ ଚକିଆ, ୩ ଚକିଆ ଯାନ ବିକ୍ରିରେ ରେକର୍ଡ

ଫେରାର କ‌ଏଦୀଙ୍କ ସଂପର୍କରେ କେହି ସୂଚନା ଦେଲେ କମିସନରେଟ୍ ପୁଲିସ ତରଫରୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ମଧ୍ୟ ପୁଲିସ ଏକ ବିଜ୍ଞପ୍ତି ଜାରି କରିଛି। ଏଥିପାଇଁ ପୁଲିସ ପକ୍ଷରୁ ଦୁଇଟି ଯୋଗାଯୋଗ ନମ୍ବର ୯୪୩୭୧୪୮୧୬୮, ୯୩୩୮୦୨୫୧୧୯ ଜାରି କରାଯାଇଛି। ପୂର୍ବରୁ ଚୌଦ୍ବାର ଜେଲ୍‌ରେ ଏକାଧିକ ‌କଏଦୀ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ ବି ଧରା ପଡ଼ିଯାଇଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe