ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ବ୍ୟତୀତ ଅନ୍ୟ କାରଣ ପାଇଁ ମିଳିବ ନାହିଁ ଛୁଟି

କର୍ମଚାରୀଙ୍କ ଦୁର୍ଘଟଣାଗ୍ରସ୍ତ କାରର ଫଟୋ ଦେଖି ମ୍ୟାନେଜର କହିଲେ, ‘ପରିବାରର ‌କୌଣସି ସଦସ୍ୟଙ୍କ ମୃତ୍ୟୁ ହେଲେ ଯାଇ ଛୁଟି ମିଳିବ କି ଅଫିସ ବିଳମ୍ବରେ ଆସିଲେ ଚଳି୍ବ। କିନ୍ତୁ ଅନ୍ୟ କୌଣସି କାରଣ ପାଇଁ କମ୍ପାନି କ୍ଷମା କରିବ ନାହିଁ।

ଅଦ୍ୟତନ ହୋଇଛି
ଢ଼ଖ୍‌


ନୂଆଦିଲ୍ଲୀ: ଅନେକ ସମୟରେ କମ୍ପାନି ଓ କମ୍ପାନିର ମ୍ୟାନେଜର କର୍ମଚାରୀଙ୍କ ପ୍ରତି କଠୋର ହେବାର ଘଟଣା ସାମ୍ନାକୁ ଆସିଛି। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମ୍ୟାନେଜରଙ୍କ କର୍ମଚାରୀଙ୍କୁ ପଠାଇଥିବା ନିଷ୍ଠୁର ବାର୍ତ୍ତାର ସ୍କ୍ରିନ ସର୍ଟ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଏହି ସ୍କ୍ରିନ ସର୍ଟରେ ଦେଖିବାକୁ ମିଳୁଛି ଜଣେ କର୍ମଚାରୀ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା କାରର ଫଟୋ ମ୍ୟାନେଜରଙ୍କ ପାଖକୁ ପଠାଇଛନ୍ତି।  ଏଭଳି କ୍ଷତିଗ୍ରସ୍ତ କାର ଦେଖି ମ୍ୟାନେଜର କର୍ମଚାରୀଙ୍କ ଅବସ୍ଥା ବିଷୟରେ ପଚାରିବା ବଦଳରେ ଅଫିସ ଠିକ ସମୟରେ ପହଞ୍ଚି ନଥିବାରୁ ଗାଳି କରିଛନ୍ତି।

 ମ୍ୟାନେଜର କର୍ମଚାରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପଠାଇ ଲେଖିଛନ୍ତି, ‘ତୁମେ କାହିଁକି ବିଳମ୍ବରେ ଆସିବ ବୁଝି ହେଉଛି। କିନ୍ତୁ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ବ୍ୟତୀତ ଅଫିସ ବିଳମ୍ବରେ ଆସିଲେ କି ଛୁଟି ନେଲେ କମ୍ପାନି କ୍ଷମା ଦେବ ନାହିଁ। ଆଗକୁ ଏଦିଗ ପ୍ରତି ନିହାତି ଦୃଷ୍ଟି ଦେବା ଜରୁରୀ।’

ଏହି ସ୍କ୍ରିନ ସର୍ଟ ଦେଖିବା ପରେ ‌ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘ଏମିତି କମ୍ପାନି ଓ ମ୍ୟାନେଜରଙ୍କ ପାଖରେ କାମ କରିବା ଅପେକ୍ଷା କେଉଁଠାରେ ମୁଲ ଲାଗି ପେଟ ପୋଷିବା ଖୁବ ଭଲ। ଯେଉଁ କମ୍ପାନି କର୍ମଚାରୀଙ୍କ ପ୍ରତି ଏଭଳି ‌କଠୋର ସେ କମ୍ପାନି ପ୍ରତି କମ୍ପଚାରୀମାନେ ୮/୧୨ ଘଟଣା ସେବା ଦେବା ବୃଥା। ଏଭଳି କମ୍ପାନିରେ ଗୋଟିଏ ଦିନ ବି କାମ କରିବା କଷ୍ଟକର।’

ଅଧିକପଢ଼ନ୍ତୁ:https://sambad.in/crime/gaya-husband-said-wife-left-me-after-getting-job-7351946

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe