ମଧ୍ୟାହ୍ନ ଭୋଜନ ଅଣ୍ଡାକୁ ଚୋରି କରୁଥିବା ବେଳେ ଧରାପଡ଼ିଲେ ପ୍ରଧାନଶିକ୍ଷକ

ବିହାରର ହାଜିପୁରର ଏକ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ସମୟରେ ବଣ୍ଟାଯିବାକୁ ଥିବା ଅଣ୍ଡାକୁ ବ୍ୟାଗରେ ପୁରାଇ ଘରକୁ ନେଉଯାଉଥିବା ସମୟରେ ପଡ଼ିଲେ ଧରା।

G

ହାଜିପୁର: ବିହାରର ହାଜିପୁରର ଏକ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଅଣ୍ଡା ଚୋରି କରୁଥିବା ଦେଖିବାକୁ ମିଳିଛି।

ଅଭିଯୋଗ ହୋଇଛି କି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ସମୟରେ ବଣ୍ଟାଯିବାକୁ ଥିବା ଅଣ୍ଡାକୁ ପ୍ରଧାନଶିକ୍ଷକ ବ୍ୟାଗରେ ପୁରାଇ ତାଙ୍କ ଘରକୁ ନେଇଯାଉଥିଲେ। ପ୍ରମାଣ ସ୍ବରୂପ କିଛିଶିକ୍ଷକ ଏହି ଘଟଣାର ଭିଡିଓ ରେକର୍ଡ କରି ନେଇଥିଲେ। ଅଣ୍ଡା ଚୋରିର ଅଭିଯୋଗ ସହିତ ଫଟୋ ଓ ଭିଡିଓ ସାମ୍ନାକୁ ଆସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଏ ଘଟଣାର ସ୍ପଷ୍ଟୀକରଣ ମାଗିଛନ୍ତି। 

ଅଧିକପଢ଼ନ୍ତୁ:କଟା ନାକକୁ ବ୍ୟାଗରେ ପୁରାଇ ହସ୍ପିଟାଲରେ ପହଞ୍ଚିଲେ ମହିଳା

ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ହାଜିପୁର ଲାଲଗଞ୍ଜ ବ୍ଲକର ରିଖର ମାଧ୍ୟମିକ ବିଦ୍ୟାଳୟରୁ ଆସିଛି। ଅଭିଯୋଗ ହୋଇଛି ଯେ ସ୍କୁଲ ପ୍ରଧାନଶିକ୍ଷକ ସୁରେଶ ସହନି ପିଲାମାନଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ସମୟରେ ବଣ୍ଟାଯିବା ପାଇଁ ଥିବା ଅଣ୍ଡାକୁ ଏକ ବ୍ୟାଗରେ ପୁରାଇ ଘରକୁ ନେଇ ଯାଉଥିଲେ। 

ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷକ ପ୍ରଧାନଶିକ୍ଷକ ସୁରେଶ ସହନି ପିଲାଙ୍କ ଅଣ୍ଡା ଚୋରି କରୁଥିବାର ଭିଡିଓ ରେକର୍ଡ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।  ଏହାପରେ ଏହା ଭାଇରାଲ ହୋଇଯାଇଥିଲା। ଭାଇରାଲ ଭିଡିଓଟି ଡିସେମ୍ବର ୧୨ ତାରିଖର ବୋଲି କୁହାଯାଉଛି।

ଅଧିକପଢ଼ନ୍ତୁ:ଏବେ ନେବାର ନଥିଲା; ଅଶ୍ବିନଙ୍କ ଅବସରକୁ ନେଇ ଏଭଳି କହିଲେ ବାପା

ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ସୁରେଶ ସହନି ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ଅଣ୍ଡାକୁ ଘରକୁ ନେଉ ନଥିଲି। ଏହାକୁ ନେଇ ମୁଁ ପିଲାଙ୍କ ମଧ୍ୟାହ୍ନ ‌ଭୋଜନ ପାଇଁ ରୋଷେଇ କରୁଥିବା ରୋଷେୟାଙ୍କୁ ଦେଇ ଦେଇଥିଲି।’

ପ୍ରଧାନଶିକ୍ଷକଙ୍କ ଏଭଳି ସଫେଇ ଶୁଣିବା ପରେ ରୋଷେୟା ସ୍ପଷ୍ଟ ଭାବେ କହିଛନ୍ତି, ‘ଆମକୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ କରିବାକୁ  ମିଳିବା ଅଣ୍ଡାକୁ ନେଇ  ସିଧା ନେଇ ରୋଷେଇ ଘରେ ରଖି ‌ଦେଇଥିଲୁ। ପ୍ରଧାନଶିକ୍ଷକ କୌଣସି ଅଣ୍ଡା ଦେଇ ନାହାନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe