Mirapur Police Station : ପୁଲିସ ଷ୍ଟେସନରେ ରିଲ୍ସ ତିଆରି କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

Advertisment

ମୀରାପୁର ପୁଲିସ ଷ୍ଟେସନରେ ପ୍ରବେଶ କରି "ଖଳନାୟକ" ଫିଲ୍ମର ଏକ ଗୀତ ଉପରେ ଆଧାରିତ ରିଲ୍ ସୁଟିଂ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା। ଜେଲ ଭିତରେ ଥାଇ ପୁଲିସକୁ କ୍ଷମା ମାଗିଲେ ଯୁବକ।

ମୀରାପୁର ପୁଲିସ ଷ୍ଟେସନରେ ପ୍ରବେଶ କରି "ଖଳନାୟକ" ଫିଲ୍ମର ଏକ ଗୀତ ଉପରେ ଆଧାରିତ ରିଲ୍ ସୁଟିଂ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା। ଜେଲ ଭିତରେ ଥାଇ ପୁଲିସକୁ କ୍ଷମା ମାଗିଲେ ଯୁବକ।

୯୮୭

reel in mirapur police station of muzzafarnarg Photograph: (@sambad.in)

ଉତ୍ତରପ୍ରଦେଶର ମୁଜାଫରନଗର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଉକ୍ତ ଯୁବକ ଜଣକ ମୀରାପୁର ପୁଲିସ ଷ୍ଟେସନରେ ପ୍ରବେଶ କରି "ଖଳନାୟକ" ଫିଲ୍ମର ଏକ ଗୀତ ଉପରେ ଆଧାରିତ ଏକ ରିଲ୍ ସୁଟିଂ କରିଥିଲେ। ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ମହଙ୍ଗା ପଡ଼ିଯାଇଛି।

ମୁଁ ହିରୋ ନୁହେଁ, ମୁଁ ଜଣେ ଖଳନାୟକ

ସୂଚନାଯୋଗ୍ୟ,  କିଛି ଦିନ ପୂର୍ବରୁ ମୁଜାଫରନଗର ଜିଲ୍ଲାର ମୀରାପୁର ପୁଲିସଷ୍ଟେସନ ଅଞ୍ଚଳର ଅମୀର ନାମକ ଜଣେ ଯୁବକ ‘ମୁଁ ହିରୋ ନୁହେଁ, ମୁଁ ଜଣେ ଖଳନାୟକ...’ ଏହି ଗୀତ ଉପରେ ଆଧାରିତ ଏକ ରିଲ୍ସ ତିଆରି କରି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିଥିଲା। 

ଅଧିକପଢ଼ନ୍ତୁ:ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା

ଏହି ରିଲ୍ସ ଭାଇରାଲ ହେବା ପରେ ପୁଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା। ମୀରାପୁର ପୁଲିସ ଅଭିଯୁକ୍ତକୁ ଗିରଫ କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗିରଫ ହେବା ପରଠାରୁ ଅମୀର ଠିକ୍ ଭାବରେ ଚାଲିପାରୁନାହାଁନ୍ତି। ଜେଲ ଭିତରେ ଥିବା ଅମୀର ହାତ ଯୋଡ଼ି ପୁଲିସକୁ କ୍ଷମା ମାଗୁଥିବା ସାମ୍ନାକୁ ଆସିଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ପୁଲିସ ଷ୍ଟେସନରେ ରିଲ୍ସ କରିବା ମହଙ୍ଗା ପଡ଼ିଲା

ଏହି ଘଟଣାକୁ ନେଇ ପୁଲିସ ଅଧିକାରୀ କହିଛନ୍ତି, ‘ କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ଥାନାରେ ପ୍ରବେଶ କରି ଏକ ଭିଡିଓ ସୁଟିଂ କରିଥିଲେ। ଭିଡିଓଟିକୁ ସେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଭାଇରାଲ ଭିଡିଓକୁ ନଜରରେ ରଖି ପୁଲିସ ସେହି ବ୍ୟକ୍ତିଙ୍କୁ ଖୋଜି ବାହାର କରିଥିଲା। ତାଙ୍କ ନାମ ଅମୀର। ତାଙ୍କ ବିରୁଦ୍ଧରେ ପୁଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।’

ଅଧିକପଢ଼ନ୍ତୁ:ଗୁଳିକାଣ୍ଡ ପରେ ଟ୍ରମ୍ପ୍ ଆତଙ୍କିତ: ୮୫ ହଜାର ଭିସା ରଦ୍ଦ କଲେ, ଭାରତୀୟ ଅଧିକ ପ୍ରଭାବିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe