ସାର୍ଥା ପ୍ରଜାକୋର୍ଟରେ ଯୁବକଙ୍କୁ ହତ୍ୟା ଘଟଣାରେ ଫାଣ୍ଡି ଅଧିକାରୀ ନିଲମ୍ବିତ

ବାଲେଶ୍ବର ଜିଲ୍ଲା ସିଂଲା ଥାନା ସାର୍ଥା ଫାଣ୍ଡି ସେହି ଗ୍ରାମର ଚୋର ସନ୍ଦେହରେ ପ୍ରଜାକୋର୍ଟ କରି ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାରେ ସାର୍ଥା ଫାଣ୍ଡି ଅଧିକାରୀ ଏସ୍‌ଆଇ ଚନ୍ଦ୍ରଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି।

Balasore

Police SI Chandra Sekhar Mohanty Photograph: (Sambad )

ବସ୍ତା୨: ବାଲେଶ୍ବର ଜିଲ୍ଲା ସିଂଲା ଥାନା ସାର୍ଥା ଫାଣ୍ଡି ସେହି ଗ୍ରାମର ଚୋର ସନ୍ଦେହରେ ପ୍ରଜାକୋର୍ଟ କରି ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାରେ ସାର୍ଥା ଫାଣ୍ଡି ଅଧିକାରୀ ଏସ୍‌ଆଇ ଚନ୍ଦ୍ରଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି।

ଏହି ଖବର ପଢ଼ନ୍ତୁ: ଦୋକାନରୁ ଚୋରି କଲେ ବୋଲି ୪ ଚୋରଙ୍କୁ ନିସ୍ତୁକ ପିଟିଲେ; ଜଣେ ମୃତ

ସୂଚନା ଅନୁସାରେ ଗତ ୨୧ ତାରିଖ ସାର୍ଥା ଗ୍ରାମର ଅଜୟ ମହାନ୍ତିଙ୍କ ଲୁଗା ଦୋକାନରୁ ଚୋରି ହୋଇଥିଲା। ଏହାକୁ କେନ୍ଦ୍ରକରି ଶ୍ରୀ ଦାସ ନିଜ ଜମିରୁ ଧାନ କାଟିବା ବାହାନା କରି ସେହି ଗ୍ରାମର ଚାରିଜଣ ଯୁବକଙ୍କୁ ଡକାଇ ଥିଲେ। ପରେ ଓଡ଼ଶାଳ ଛକରେ ଚାରିଜଣ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଲୁହା ଛଡରେ ନିସ୍ତୁକ ମାଡ଼ ମାରିଥିଲେ। ସମସ୍ତ ଚାରି ଯୁବକଙ୍କୁ ସାର୍ଥା ଫାଣ୍ଡି ସମ୍ମୁଖରେ ଫିଙ୍ଗି ଦେଇଥିଲେ। ତିନିଜଣ ଯୁବକଙ୍କୁ ତାଙ୍କର ପରିବାର ଲୋକ ଉଦ୍ଧାରକରି ବସ୍ତା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିବା ବେଳେ ତ୍ରିଲୋଚନ ପ୍ରଧାନ (୩୪) ନାମକ ଅନ୍ୟ ଜଣେ ଯୁବକ ଫାଣ୍ଡି ସମ୍ମୁଖରେ ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ।

ଏହି ଖବର ପଢ଼ନ୍ତୁ: ବନ୍ଧୁ ସାଜିଲା ବଇରି: ରୋଷେଇ କାମକୁ ନେଇ ହତ୍ୟା, ଅଭିଯୁକ୍ତ ଗିରଫ

ଓଡ଼ଶାଳ ଛକରେ ଚାରିଜଣ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଲୁହା ଛଡରେ ନିସ୍ତୁକ ମାଡ଼ ମାରିଥିଲେ। ସମସ୍ତ ଚାରି ଯୁବକଙ୍କୁ ସାର୍ଥା ଫାଣ୍ଡି ସମ୍ମୁଖରେ ଫିଙ୍ଗି ଦେଇଥିଲେ। ଏଥିରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା।

ଏହି ଖବର ପଢ଼ନ୍ତୁ: ସ୍ତ୍ରୀଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ସ୍ବାମୀଙ୍କର ଅବସ୍ଥା ଗୁରୁତର

ଏହି ସମୟରେ ସାର୍ଥା ଫାଣ୍ଡି ଅଧିକାରୀ ଶ୍ରୀ ମହାନ୍ତି ଅନ୍ୟ କୌଣସି କାର୍ଯ୍ୟରେ ଯାଇଥିବା କହିବାସହିତ ଫାଣ୍ଡିକୁ ଫେରିନଥିଲେ। ପରେ ସିଂଲା ଥାନା ଅଧିକାରୀ ଭୁବନ ମୋହନ ସେଠି ଏବଂ ବଢ଼ାଣ ଫାଣ୍ଡି ଅଧିକାରୀ ରଞ୍ଜନ ମହାଳିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହି ଘଟଣାରେ ଆଜି ଏସପି ରାଜ ପ୍ରାସାଦ ସାର୍ଥା ଫାଣ୍ଡି ଅଧିକାରୀ ଶ୍ରୀ ମହାନ୍ତିଙ୍କୁ ନିଜର କାର୍ଯ୍ୟରେ ଅବହେଳା ପାଇଁ ତାଙ୍କ କାର୍ଯ୍ୟରୁ ନିଲମ୍ବତ କରିଛନ୍ତି ଏସପି ରାଜ ପ୍ରାସାଦ।

ଏହି ଖବର ପଢ଼ନ୍ତୁ: ପାଣିପାଗ: ରାଜ୍ୟରେ ବର୍ଷା ଜାରି: ଚିନ୍ତାରେ ଚାଷୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe