ଗୋଚାଲାଣ ଗାଡ଼ି ଜବତ: ୨ ଗିରଫ

ବାଲେଶ୍ୱର ଜିଲ୍ଲା ସୋରର ବାରିକପୁର ହାଟରେ ଗୋଚାଲାଣ ହେଉଥିବା ଏକ ଏକ ଗାଡ଼ିକୁ ପୁଲିସ ଜବତ କରିବା ସହ ଏଥିରେ ବୋଝେଇ ହୋଇଯାଉଥିବା ଗୋରୁଙ୍କୁ ଉଦ୍ଧାର କରିଛି। ବାହାର ରାଜ୍ୟକୁ ଗୋରୁ ଚାଲାଣ ବେଳେ ଏହି ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି...

cattle tracking

cattle tracking

ସୋର: ବାଲେଶ୍ୱର ଜିଲ୍ଲା ସୋରର ବାରିକପୁର ହାଟରେ ଗୋଚାଲାଣ ହେଉଥିବାବେଳେ ପୁଲିସ ଏକ ଗାଡ଼ିକୁ ଜବତ କରିବା ସହ ଏଥିରେ ବୋଝେଇ ହୋଇଯାଉଥିବା ଗୋରୁଙ୍କୁ ଉଦ୍ଧାର କରିଛି।

ଓଡ଼ିଶାରୁ ବାହାର ରାଜ୍ୟକୁ ଗୋରୁ ଚାଲାଣ ବେଳେ ଏହି ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି।  ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ଗୋରୁ ବୋଝେଇ ହୋଇ ଯାଉଥିବା ମିନି ଟ୍ରକ୍‌କୁ ଜବତ କରାଯାଇଛି।

ଅଧିକ ପଢ଼ନ୍ତୁ: ପଡୋଶୀ ହତ୍ୟାକାରୀକୁ ଆଜୀବନ ଜେଲ୍‌ :ବିବାହ ଭୋଜିରେ ଘଟିଥିଲା ହତ୍ୟାକାଣ୍ଡ

ଉଦ୍ଧାର ଗୋରୁଙ୍କୁ ସୋର ଗୋଶାଳାରେ ଛଡ଼ାଯାଇଛି। ଗୋ ମାଫିଆ ମାନେ ଅତି ଦୟନୀୟ ଅବସ୍ଥାରେ ଗୋରୁଙ୍କୁ କଣ୍ଟେନରରେ ବାହାର ରାଜ୍ୟକୁ ଚାଲାଣ କରୁଥିଲେ।

ଏ ନେଇ ଖବର ପାଇବା ପରେ ବାଟରେ ଜଗି ବସିଥିବା ସୋର ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।

ଅଧିକ ପଢ଼ନ୍ତୁ: ନିଜ ଜୀବନ ନେବାର ପନ୍ଥା ବାଛୁଛନ୍ତି ଯୁବକ: ୩୫ ମାସରେ ଯାଇଛି ୫୦୪ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe