ଯାଆଁଳା ସନ୍ତାନକୁ ବିଷ ଦେଇ ନିଜେ ବିଷ ପିଇଲା ମା’

Advertisment

ବିବାହର ୫ବର୍ଷ ପରେ ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିଲେ ମହିଳା। ସମ୍ଭାଳି ନପାରିବାରୁ ବାପା ଘରକୁ ଯାଇ ଯାଆଁଳା ସନ୍ତାନଙ୍କୁ ବିଷ ଦେଇ ନିଜେ ବିଷ ପିଇଲେ ମା’। ଯାଆଁଳା ସନ୍ତାନଙ୍କ ହେଲା ମୃତ୍ୟୁ।

ବିବାହର ୫ବର୍ଷ ପରେ ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିଲେ ମହିଳା। ସମ୍ଭାଳି ନପାରିବାରୁ ବାପା ଘରକୁ ଯାଇ ଯାଆଁଳା ସନ୍ତାନଙ୍କୁ ବିଷ ଦେଇ ନିଜେ ବିଷ ପିଇଲେ ମା’। ଯାଆଁଳା ସନ୍ତାନଙ୍କ ହେଲା ମୃତ୍ୟୁ।

ଭଜଚତକ୍

ନୂଆଦିଲ୍ଲୀ: ରାଜସ୍ଥାନର ସିରୋହିର ଶିବଗଞ୍ଜ ସହରର ଡିଗିନାଡ଼ିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ମା’ ନୂଆ ବର୍ଷରେ ତାଙ୍କ ଯାଆଁଳା ଶିଶୁକୁ ବିଷ ଦେଇ ନିଜେ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଦୁଃଖର ବିଷୟ ଶିଶୁଦ୍ବୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଚିକିତ୍ସା ପରେ ମା’ଙ୍କ ଜୀବନ ବଞ୍ଚି ଯାଇଛି। 

ଅଧିକପଢ଼ନ୍ତୁ:୪ ଭାରତୀୟଙ୍କ ନାମ ତାଲିକାରେ ଯୋଡ଼ି ହେଲା ମନୁଙ୍କ ନାଁ: ପାଇବେ ଖେଳ ରତ୍ନ

ଏହି ଘଟଣାକୁ ନେଇ ପୁଲିସ ଅଧିକାରୀ ବାବୁଲାଲ ରାଣା କହିଛନ୍ତି, ‘ପାଲି ଜିଲ୍ଲାର ସିବାଡି ଗ୍ରାମରେ ୩୮ବର୍ଷୀୟ ରେଖା ଶାଶୁଘରେ ବସବାସ କରନ୍ତି।  ବିବାହର ୫ବର୍ଷ ସେ ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିଲେ। ଦୁଇ ପୁତ୍ର ସନ୍ତାନଙ୍କ ନାମ ସେ ରଖିଥିଲେ ଶିବ ଓ ଶକ୍ତି।

 ୧୫ଦିନ ପୂର୍ବେ ସେ ତାଙ୍କ ବାପା ଘରକୁ ବୁଲିବାକୁ ଯାଇଥିଲେ। ନୂଆବର୍ଷ ଦିନ
ଜିନିଷ ଆଣିବାକୁ କହି ରେଖା ତାଙ୍କ ମା’ଙ୍କୁ ବଜାରକୁ ପଠାଇ ଦେଇଥିଲେ। ଏହାପରେ ସେ ଯାଆଁଳା ସନ୍ତାନଙ୍କୁ ବିଷ ଦେଇ ନିଜେ ବିଷ ପିଇ ଦେଇଥିଲେ। କାମ ସାରି ରେଖାଙ୍କ ମା’ ଘରକୁ ଫେରିବା ପରେ ଝିଅ ଓ ଦୁଇ ନାତିଙ୍କ ଅବସ୍ଥା ଦେଖି ବ୍ୟସ୍ତ ହୋଇପଡ଼ିଥିଲେ। 

ପଡ଼ିଶାଲୋକଙ୍କ ସାହାଯ୍ୟରେ ଝିଅ ରେଖା ଓ ଦୁଇନାତି ଶିବ ଓ ଶକ୍ତିଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସାା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଦୁଃଖର ବିଷୟ ଶିବ ଓ ଶକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

 ରେଖାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଗବାନ ମହାବୀର ହସ୍ପିଟାଲକୁ ସ୍ଥାନାନ୍ତର କରିଦିଆଯାଇଛି। ଚିକିତ୍ସା ପରେ ଏବେ ସେ ବିପଦମୁକ୍ତ ଅଛନ୍ତି।

ଅଧିକପଢ଼ନ୍ତୁ:ଏନଆରଆଇଙ୍କ ଠାରୁ ୧୦ହଜାର ଟଙ୍କା ନେବା କୁଲିକୁ ମହଙ୍ଗା ପଡ଼ିଲା

ରେଖାଙ୍କ ଏଭଳି କାମକୁ ନେଇ ମା’ ସନ୍ଦେହ କରୁଛନ୍ତି କି, ‘ଝିଅ ତାର ଦୁଇ ଜଣ ସନ୍ତାନଙ୍କୁ ନେଇ ବିରକ୍ତ ହୋଇଯାଇଥିଲା। ଜଣେ ଶୋଉଥିବା ବେଳେ ଆଉ ଜଣେ ଉଠି ପଡ଼ୁଥିଲା। ଯେଉଁ କାରଣରୁ ସେ ଅନେକ ରାତି ଶୋଇ ପାରି ନଥିଲା। ତେଣୁ ବିଚଳିତ ହୋଇ ଶେଷରେ ଏଭଳି ପଦକ୍ଷେପ ନେଇ ଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe